ରାଜ୍ୟ

ପଚପଚ କାଦୁଅରେ ଚାଲିଛି ସାପ୍ତାହିକ ବଜାର ବାଲିପଡା

ର୍ଲା : ଭବାନୀପାଟଣା ନିୟନ୍ତ୍ରିତ ବଜାର କମିଟି(ଆର୍ ଏମ୍ ସି) ଅଧିନରେ ରହିଛି ନର୍ଲା ବ୍ଲକ ଅନ୍ତର୍ଗତ ବାଲିପଡା ବଜାର। ପ୍ରତି ସପ୍ତାହର ସୋମବାରରେ ଅନୁଷ୍ଠିତ ହେଉଥିବା ଏହି ବଜାର କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବଜାର। ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ଅଧିନସ୍ଥ ଏହି ବଜାରରେ ଅତିକମରେ ୧୦୦୦୦ ଲୋକଙ୍କ ସମାଗମ ହୁଏ ।

ଯାନ ବାହାନ କଥା ନକହିବା ଭଲ । ଟିକସ ଆଦାୟରେ ବାଲିପଡା ବଜାର ଆର ଏମ୍ ସି ର ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟିଥିବା ବେଳେ ଆଜି ବଜାରରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷାରେ ଯଦି ବଜାରରେ କାଦୁଅ ଭରି ହେଉଛି, ତାହେଲେ ଲଗାଣ ବର୍ଷାରେ ଏହାର ଅବସ୍ଥା କିପରି ହେଉଥିବା ତାହା ଅନୁମେୟ । ବଜାରକୁ ପ୍ରବେଶ ଦ୍ଵାର ସାମାନ୍ୟ ବର୍ଷାରେ ଏଭଳି କାଦୁଅ ହେଉଛି ଯେ ଏତେ ବଡ଼ ଗହଳିରେ ଲୋକେ ଯାତାୟତ କରିବା କଷ୍ଟକର ହୋଇପଡୁଛି। ଗୋଟିଏ ରାସ୍ତାରେ ମଣିଷ, ପଶୁ ଓ ଯାନବାହାନ ଯାତାୟତ କରୁଛନ୍ତି ଫଳରେ ଆଣ୍ଠୁଏ କାଦୁଅ ସୃଷ୍ଟି ହେଉଛି। ବ୍ୟବସାୟୀ ଓ ଗ୍ରାହକ ପଚପଚ କାଦୁଅରେ ନାହଁ ନଥିବା ଅସୁବିଧା ଭୋଗୁଛନ୍ତି। ଯଦି ସାଧାରଣ ଭାବରେ ମୁଖ୍ୟ ଫାଟକରେ କିଛି ମୋରମ ମାଟି ପକା ଯାଆନ୍ତା ତାହେଲେ ଲୋକଙ୍କ ଯାତାୟତ ସୁଗମ ହୁଅନ୍ତା। ଅନ୍ୟପଟେ ଛେଳି, ମେଣ୍ଢା, ବତକ, କୁକୁଡ଼ା, ଗାଈବଳଦ ଦୋକାନୀ ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଛି। ବଜାର ଭିତର ଅବସ୍ଥା ଶୋଚନୀୟ। ଏହାକୁ ନେଇ ସର୍ବସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button