ଜ୍ୟୋତିଷ

ଗଣେଶ ଚତୁର୍ଥୀ : ଏଥର ମାତ୍ର ଦୁଇ ଘଣ୍ଟା ରହୁଛି ଶୁଭ ମୁହୂର୍ତ୍ତ, ଜାଣନ୍ତୁ କେବେ ପଡୁଛି ପୂଜା

ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଷ ଚତୁର୍ଥୀ ବୋଲି ଧରାଯାଏ। କୁହାଯାଏ ଯେ ଏହି ଦିନରେ ଭଗବାନ ଗଶେଷଙ୍କ ଜନ୍ମ ହୋଇଥିଲା। ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଶେଷଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଦିନ ମଧ୍ୟାହ୍ନ କାଳରେ ସ୍ବାତି ନକ୍ଷତ୍ର ଏବଂ ସିଂହ ଲଗ୍ନରେ ହୋଇଥିଲା। ଏହି କାରଣରୁ ଭଗବାନ ଗଣେଶଙ୍କ ପୂଜା ମଧ୍ୟାହ୍ନ କାଳରେ କରାଯାଇଥାଏ। ଏହି ସମୟକୁ ବହୁତ ଶୁଭ ବୋଲି ଧରାଯାଏ।

ଜାଣନ୍ତୁ କେବେ ପଡୁଛି ଗଣେଶ ଚତୁର୍ଥୀ

ଏଥର ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଛି। ସବୁଠାରୁ ଖାସ୍ କଥା ହେଉଛି ଏହି ଦିନରେ ସୋମବାର ମଧ୍ୟ ପଡୁଛି। ଆମେ ସମସ୍ତେ ଜାଣିଛନ୍ତି ଯେ ସୋମବାର ଭଗବାନ ଶିବଙ୍କର ଦିନ ଅଟେ। ଏହି ଦିନରେ ଆମେ ଭଗବାନ ଶିବଙ୍କ ପୁତ୍ର ଗଣେଶଙ୍କ ଜନ୍ମୋତ୍ସବ ପାଳନ କରିବା।

ganeshଗଣେଶ ଚତୁର୍ଥୀର ଶୁଭ ମୁହୂର୍ତ୍ତ

ଆପଣ ଜାଣିଲେ ଯେ ସେପ୍ଟେମ୍ବର ୨ରେ ଗଣେଶ ଚତୁର୍ଥୀ ପଡୁଛି ଏବଂ ଏହି ଦିନରେ ଶିବପୁତ୍ର ଗଣେଶଙ୍କର ଜନ୍ମଉତ୍ସବ ମଧ୍ୟ ପାଳନ କରାଯିବ। ତେବେ ଏବେ ଆସନ୍ତୁ ଜାଣିବା ପୂଜା କରିବା ପାଇଁ କେଉଁଟା ରହିଛୀ ଶୁଭ ମୁହୂର୍ତ୍ତ। ଏହି ପୂଜା ପାଇଁ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଦ୍ବିପହର ୧୧.୦୫ ଠାରୁ ୧.୩୭ ମିନିଟ୍ ପର୍ଯ୍ୟନ୍ତ ରହିଛି। ଅର୍ଥାତ୍ ଏହି ଦିନ ପୂଜା କରିବାର ଶୁଭ ମୁହୂର୍ତ୍ତ ୨ ଘଣ୍ଟା ୩୨ ମିନିଟ୍ ରହିଛି।

ଗଣେଶ ପୂଜାର ବିଶେଷତ୍ବ

ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଣେଶ ବିଦ୍ୟା-ବୁଦ୍ଧି ଦାତା ଏବଂ ବିଘ୍ନ ବିନାଶକ ଓ ମଙ୍ଗଳକାରୀ ମଧ୍ୟ। ସେହିଭଳି ପ୍ରତିମାସ କ୍ରୁଷ୍ଣପକ୍ଷ ଚତୁର୍ଥୀରେ ସଂକଷ୍ଟୀ ଗଣେଶ ଚତୁର୍ଥୀ ବ୍ରତ କରାଯାଏ। କିନ୍ତୁ ଭାଦ୍ରବ ମାସରେ ଗଣେଶ ଚତୁର୍ଥୀ ବ୍ରତକୁ ସବୁଠାରୁ ଉତ୍ତମ ବୋଲି ଧରାଯାଏ। ଏହି ପର୍ବ ଗଣେଶ ଉତ୍ସବ ରୂପେ ପାଳନ କରାଯାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ ଏହି ପର୍ବ ସମାପ୍ତ ହୋଇଯାଇଥାଏ। ଅର୍ଥାତ ଏହି ଦିନ ଗଣେଶ ପ୍ରତିମାଙ୍କୁ ବିସର୍ଜନ କରିଦିଆଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button