ସ୍ୱାସ୍ଥ୍ୟ

ଡାଇବେଟିସ୍ ରୋଗୀ ଆର୍ଟିଫିସିଆଲ ଚିନି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ରିସର୍ଚ୍ଚ ଦେଲା ଏଭଳି ତଥ୍ୟ

ଡାଇବେଟିସ ରୋଗୀ ଯଦି ଚା’ରେ ଚିନି ଜାଗାରେ ଆର୍ଟିଫିସିଆଲ ଚିନି ବା କୃତିମ ଚିନି କିଛି ବ୍ୟବହାର କରୁଥାନ୍ତି ତେବେ ଏହା ଶରୀର ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥାଏ ବୋଲି ଏକ ଗବେଷଣାରୁ ଜଣା ପଡିଛି। ପ୍ରତିଷ୍ଠିତ current Atherosclerosisର ଗବେଷଣାରେ ପ୍ରକାଶିତ ରିପୋର୍ଟ ମୁତାବକ ଯେଉଁ ଲୋକ କମ କ୍ୟାଲୋରୀର ଚିନି ବ୍ୟବହାର କରିଥାନ୍ତି ସେମାନଙ୍କର ଓଜନ କମିବା ପରିବର୍ତ୍ତେ ଓଜନ ବଢିବାର ଆଶଙ୍କା ରହିଥାଏ। ଏହା ସହିତ ସେହି ବ୍ୟକ୍ତିମାନେ ଟାଇପ୍-୨ ଡାଇବେଟିସରେ ଶିକାର ହୋଇ ପାରନ୍ତି।

Image result for artificial sugar

ସାଉଥ ଅଷ୍ଟ୍ରେଲିୟାର ଗବେଷକ ପିଟର ଫିଲ୍ଫଟନଙ୍କ କହିବା କଥା ହେଲା ବିଗତ ୨୦ ବର୍ଷରେ ଶିଶୁମାନଙ୍କ ମଧ୍ୟରେ  ୨୦୦ ପ୍ରତିଶତ  ଓ  ବୟସ୍କ ଲୋକମାନଙ୍କ ମଧ୍ୟରେ ୫୪ ପ୍ରତିଶତ ଓଜନ ବଢିଛି। ସାରାବିଶ୍ବର ବଜାରରେ ଆର୍ଟିଫିସିଆଲ ଚିନିର ବିକ୍ରି ୧୫,୬୦୦ କୋଟି ଟଙ୍କାର ହୋଇଥାଏ ।  ପ୍ରଥମ ହୋଇଥିବା କ୍ଲିନିକାଲ ଟ୍ରାଏଲରେ ଆର୍ଟିଫିସିଆଲ ଚିନି ଶରୀରରେ ଓଜନ କମ କରିଥିବାର ଜଣା ଯାଇଥଲା । କିନ୍ତୁ ବର୍ତ୍ତମାନର ଗବେଷଣାରେ ଏହାର ବିପରୀତ ପ୍ରତିକ୍ରୀୟା ମିଳୁଥିବାର ଜଣା ଯାଇଛି । ଆମେରିକାରେ ୭ ବର୍ଷ ପର୍ଯ୍ୟନ୍ତ ୫୧୫୮ ବୟସ୍କ ଲୋକଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା। ଏଥିରେ ଜଣା  ଯାଇଥିଲା ଯେ ଯେଉଁମାନେ  ଆର୍ଟିଫିସିଆଲ ଚିନି ବ୍ୟବହାର କରୁଥିଲେ  ସେମାନଙ୍କ ଓଜନ ଆର୍ଟିଫିସିଆଲ ଚିନି ବ୍ୟବହାର କରୁନଥିବା ଲୋକଙ୍କ ଓଜନ ଠାରୁ ଅଧିକ ବଢିଛି ।

Related imageଗବେଷକ ପିଟର କହିଛନ୍ତି ଯେ ଲୋକମାନେ ଆର୍ଟିଫିସିଆଲ  ଚିନି ବ୍ୟବହାର କରି ଭାବୁଥାନ୍ତି ସେମାନେ ତାଙ୍କ ପସନ୍ଦର ମିଷ୍ଟାନ୍ନରେ ମଧ୍ୟ ଏହି ଆର୍ଟିଫିସିଆଲ ଚିନି ମିଶାଇ ଖାଇପାରିବେ। କିନ୍ତୁ ଏହା  ସେମାନଙ୍କ  ପାଇଁ  ବିପଦ ପୁର୍ଣ୍ଣ  ହୋଇଥାଏ। ଆର୍ଟିଫିସିଆଲ  ଚିନି ଡାଇବେଟିସ ରୋଗୀଙ୍କ ପେଟରେ  ଥିବା ଉପକାରୀ ବ୍ୟାକ୍ଟେରିଆରକୁ ମଧ୍ୟ ବଦଳାଇ ଦେଇଥାଏ। ଏଥିରେ ଶରୀରର ଓଜନ ବଢିଥାଏ ଓ ଟାଇପ୍-୨ ଡାଇବେଟିସିର ବିପଦ ବଢିଯାଇଥାଏ। ଗବେଷକଙ୍କ କହିବା କଥା ହେଲା ଏହି  ଆର୍ଟିଫିସିଆଲ ଚିନିର ବିକଳ୍ପରେ ଡାଇବେଟିସ ରୋଗୀ ଅନେକ ପ୍ରାକୃତିକ ଖାଦ୍ୟପେୟ ମଧ୍ୟ ଆପଣାଇ ପାରିବେ। ଯେମିତିକି ସାବୁତ ଅନାଜ, ଦୁଗ୍ଧ ଜାତୀୟ ଦ୍ରବ୍ୟ,ଫଳ ପନିପରିବା ଓ ବେନ୍ସ ।

ମୋଟାପଣ ସହିତ ସମ୍ପୃକ୍ତ ଥିବା ଦ୍ବିତୀୟ ଗବେଷଣା କହୁଛି ଯେ ସବୁଜୀମା ପରିବେଶରେ ରହୁଥିବା ମହିଳା ମାନଙ୍କ ମୋଟାପଣର  ଆଶଙ୍କା ପୁରୁଷଙ୍କ ତୁଳନାରେ କମ ରହିଥାଏ। ଏହି ଗବେଷଣା International Journal of Hygiene and Environmental Healthରେ  ପ୍ରକାଶିତ ହୋଇଛି। ଏଥିରେ ସ୍ପେନର ଗବେଷକମାନେ ଦାବି କରିଛନ୍ତି ଯେ ମହିଳାମାନଙ୍କ ମୋଟପଣ ଓ ସବୁଜୀମା ଗାର୍ଡେନ ମଧ୍ୟରେ ଏକ ଗଭିର  ସମ୍ପର୍କ ରହିଛି । ଆଖପାଖରେ ସବୁଜୀମା ବାତାବରଣ ଥାଏ ତ ତେବେ ମହିଳା ମାନଙ୍କ ଶରୀର ସ୍ବଭାବିକ ଭାବେ ବଢିଥାଏ। ସବୁଜୀମା ଗାର୍ଡେନ ଦ୍ବାରା ମୁଣ୍ଡ ଏବଂ ମାନସିକ ଚିନ୍ତା ଜନିତ ଅବସାଦ କମ ହୋଇଥାଏ। ଯାହ ଓଜନ ବଢିବାର ପ୍ରମୁଖ ତତ୍ବ  ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button