ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ ଭୋଗୁଛନ୍ତି କି ଏହି ଅସୁବିଧା, ଜାଣନ୍ତୁ କିପରି ପାଇବେ ଏଥିରୁ ମୁକ୍ତି

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ମହିଳାମାନଙ୍କୁ ନିଜ ପ୍ରତି ଏବଂ ଶିଶୁ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଔଷଧ ସହିତ ପୁଷ୍ଟିକର ଖାଦ୍ୟପେୟ ସହ ବ୍ୟାୟାମ କରିବା ଉଚିତ। ଏହି ସମୟରେ ମହିଳାମାନଙ୍କୁ ବାନ୍ତି ଲାଗିବା, ଅଣ୍ଟା ଦରଜ ଭଳି ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଥିରୁ କିପରି ମୁକ୍ତି ପାଇବେ, ଆସନ୍ତୁ ଜାଣିବା..

ବାନ୍ତି ଲାଗିବା କିମ୍ବା ବ୍ୟସ୍ତ ଲାଗିଲେ :

ଗର୍ଭାବସ୍ଥା ସମୟରେ ସକାଳୁ ଉଠିବା ମାତ୍ରେ ବାନ୍ତି ଲାଗିବା ସହ ବ୍ୟସ୍ତ ବ୍ୟସ୍ତ ଲାଗିଥାଏ। ଏହା ମହିଳାମାନଙ୍କର ପ୍ରମୁଖ ସମସ୍ୟା। ଗର୍ଭଧାରଣ ପ୍ରଥମ ଏବଂ ଦ୍ୱିତୀୟ ମାସରେ ଏହାକୁ ନେଇ ଅସୁବିଧା ସାମ୍ନା କରିବାକୁ ପଡିଥାଏ। କିଛି କିଛି କ୍ଷେତ୍ରରେ ଏହି ସମସ୍ୟା ସମ୍ପୂର୍ଣ୍ଣ ଗର୍ଭାବସ୍ଥାରେ ଦେଖିବାକୁ ମିଳିଥାଏ। ଯାହାଦ୍ୱାରା ଶରୀରରେ ଜଳୀୟ ଅଂଶ କମ୍‌ କରିଦେଇଥାଏ।

waist pain

ଅଣ୍ଟା ଦରଜ:

ଗର୍ଭାବସ୍ଥାରେ ଛଅମାସ ଆରମ୍ଭ ହେବା ମାତ୍ରେ ଅଣ୍ଟା ଦରଜ ହୋଇଥାଏ। କାରଣ ଅଣ୍ଟାର ଶିରା ପ୍ରଶିରା ସଙ୍କୁଚିତ ହେବା ସହ ଶୋଇବା ଏବଂ ମାଂସପେଶୀ ଉପରେ ପ୍ରଭାବ ପଡିଥଏ। ଫଳରେ ଠିକ୍‌ ଭାବେ ଚଲାବୁଲା କରିବା, ବସାଉଠା କରିବାରେ ମଧ୍ୟ ଅସୁବିଧା ହୋଇଥାଏ।

କୋଷ୍ଠକାଠିନ୍ୟ :

ଗର୍ଭବତୀ ମହିଳାମାନଙ୍କୁ ଝାଡା ଯିବା ସମୟରେ ଅନେକ ଅସୁବିଧାର ସାମନା କରିବାକୁ ପଡିଥାଏ। ଏହି ସମୟରେ କୋଷ୍ଠକାଠିନ୍ୟତା ମଧ୍ୟ ଦେଖାଦେଇଥାଏ।

ନିଜର ରଖନ୍ତୁ ଧ୍ୟାନ :

ଗର୍ଭାବସ୍ଥା ଖାଦ୍ୟପେୟରେ ସନ୍ତୁଳନ ରଖିବା ସହ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ। ଏହିସମୟରେ ବ୍ୟାୟାମ କରିବା ସହ ପର୍ଯ୍ୟାପ୍ତ ମାତ୍ରାରେ ପାଣି ମଧ୍ୟ ପିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button