ଦେଶ- ବିଦେଶ

ଏବେ ଅଫିସରେ ସମସ୍ତଙ୍କ ପସନ୍ଦ ଷ୍ଟାଣ୍ଡିଂ ଡେସ୍କ, ଜାଣନ୍ତୁ କଣ ରହିଛି ଏହାର ଫାଇଦା

ଅଫିସରେ ଅଧିକାଂଶ ସମୟ ବସି ରହି କାମ ଦ୍ବାରା ଦୁର୍ବଳ ଲାଗିବା ସହ ବୋରିଂ ଲାଗିଥାଏ। କିନ୍ତୁ ଏହା ଶରୀର ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ବର୍ତ୍ତମାନ ପ୍ରାୟତଃ କମ୍ପାନୀ କର୍ମଚାରୀମାନଙ୍କର ଏହି ଅସୁବିଧାକୁ ଲକ୍ଷ୍ୟ କରିବା ପରେ ଷ୍ଟାଣ୍ଡିଂ ଡେକ୍ସ ବ୍ୟବହାର କରିବା ଆରମ୍ଭ କରିସାରିଛନ୍ତି। ଏହି ଡେକ୍ସର ସବୁଠାରୁ ଖାସ୍ କଥା ହେଉଛି ବାସ୍ ଥରେ ବଟନ୍ ପ୍ରେସ୍ କରିବା ମାତ୍ରେ ଏହାକୁ ସିଟ୍ ର ସମବର୍ତ୍ତି ହୋଇପାରିବ। ଆପଣ ଚାହିଁଲେ ମଧ୍ୟ ବସି କରି କାମ କରିପାରିବେ। କିନ୍ତୁ ଯେତେବେଳେ ଆପଣ ଛିଡା ହୋଇ କାମ କରିବା ପାଇଁ ଇଛା କରିବେ ପୁଣି ଥରେ ବଟନ ପ୍ରେସ୍ କରି ଏହାକୁ ଉପରକୁ ଉଠାଇ ପାରିବେ। ବାଙ୍ଗାଲୋର ସ୍ଥିତ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଂ କମ୍ପାନୀ ଗୋଲ୍ଡମ୍ୟାନ ସେକ୍ସର ସମସ୍ତ ଅଫିସରେ ଷ୍ଟାଣ୍ଡିଂ ଡେସ୍କ ରହିଛି। ଏହା ଦ୍ବାରା ବର୍ତ୍ତମାନ କର୍ମଚାରୀମାନେ ପୂର୍ବ ଅପେକ୍ଷା ଅଧିକ ମୁଭ୍ କରିପାରୁଛନ୍ତି। ଏଂ ସିଟ୍ ରେ କମ ବସୁଛନ୍ତି। ଅନେକ କର୍ମଚାରୀମାନେ ମଧ୍ୟ ଲଗାତାର ଦୁଇ ଘଣ୍ଟା ଧରି ଛିଡା ହୋଇ କାମ କରିବା ପାଇଁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଷ୍ଟାଣ୍ଡି ଡେସ୍କ କଣ ରହିଛି ଫାଇଦା।

standing-desk-ଘଣ୍ଟା ଘଣ୍ଟା ଧରି ବସି ରହି କାମ କରିବା ଦ୍ବାରା ଓଜନ ବଢିବା ସହ ପେଟ ମଧ୍ୟ ବାହାରିଥାଏ। କିନ୍ତୁ ଷ୍ଟାଣ୍ଡି ଡେସ୍କ ସାହାଯ୍ୟରେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ। ବସି ରହିବା ଦ୍ବାରା ଅଧିକା କ୍ୟାଲୋରୀ ବଥ୍ନର୍ତ ହୋଇଥାଏ, ଯାହା ଦ୍ବାରା ଓଜନ ବଢିବାକୁ ଲାଗିଥାଏ। ରିପୋର୍ଟ ଅନୁଯାୟୀ ସପ୍ତାହରେ ଯଦି ପ୍ରତ୍ୟେକ ଦିନ କିଛି ସମୟ ଛିଡା ହୋଇ କାମ କରିବେ ତେବେ ଏହାଦ୍ବାରା ୧ ହଜାର କ୍ୟାଲୋରୀ ବତନର୍ତ ହୋଇଥାଏ।

-ରିସର୍ଚ୍ଚ ଅନୁଯାୟୀ ଷ୍ଟାଣ୍ଡି ଡେସ୍କରେ କାମ କରିବା ଦ୍ବାରା ବ୍ଲଡ ସୁଗାରକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ୧୦ ଜଣ ଅଫିସ କର୍ମଚାରୀମାନଙ୍କୁ ନେଇ ରିସର୍ଚ୍ଚ କରାଯିବା ପରେ ଏହି କଥା ସାମ୍ନାକୁ ଆସିଥିଲା କି ୧୮୦ ମିନିଟ୍ ପର‌୍ୟ୍ୟନ୍ତ ଛିଡା ହୋଇ କାମ କରିବା ଦ୍ବାରା ସେମାନଙ୍କ ବ୍ଲଡ ସୁଗାର ସ୍ତର ୪୩ ପ୍ରତିଶତ କମ ହୋଇଯାଇଥାଏ। କାରଣ ଅଧିକା ସମୟ ବସି ରହି କାମ କରିବା ଦ୍ବାରା ବ୍ଲଡ ସୁଗାରର ସ୍ତର ଶୀଘ୍ର ବଢିଯାଇଥାଏ।

-ଅଫିସରେ ଅଧିକା ସମୟ ବସି କାମ କରିବା ଦ୍ବାରା ସବୁଠାରୁ ଅଧିକ ଯନ୍ତ୍ରଣା ଅଣ୍ଟାରେ ହୋଇଥାଏ। କିନ୍ତୁ ଷ୍ଟାଣ୍ଡିଂ ଡେସ୍କ ଦ୍ବାରା ଏହି ଯନ୍ତ୍ରଣା କମ ହୋଇପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button