ସ୍ୱାସ୍ଥ୍ୟ
ମାସିକ ଋତୁସ୍ରାବଜନିତ ଅନିୟମିତତାକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏହି ସହଜ ଉପାୟରେ ଦୂର କରନ୍ତୁ ସମସ୍ୟା

ମହିଳାମାନଙ୍କ ଦୈନନ୍ଦିନ ଜୀବନର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ମାସିକ ଋତୁସ୍ରାବ। ମହିଳାମାନଙ୍କ ମାସିକ ଋତୁସ୍ରାବ ଅନିୟମିତତା ଦେଖାଦେବା ସାଧାରଣ କଥା। କିନ୍ତୁ ଆଜିକାଲିର ଜୀବନଶୈଳୀ ଯୋଗୁଁ ଅଧିକାଂଶ ଯୁବତୀ ମାସିକ ଋତୁଚକ୍ରକୁ ନେଇ ବିଭିନ୍ନ ପ୍ରକାର ଅସୁବିଧା ସାମ୍ନା କରୁଛନ୍ତି। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏମିତିରେ କିଛି ଘରୋଇ ଉପାୟ ବ୍ୟବହାର କରି ଆପଣ ମାସିକ ଋତୁସ୍ରାବ ଜିନତ ଅନିୟମିତତାକୁ ଦୂର କରିପାରିବେ। ଆସନ୍ତୁ ଜାଣିନେବା କ’ଣ ଏହି ଉପାୟ..

କଞ୍ଚା ଅମୃତଭଣ୍ଡା : ଯଦି ଆପଣଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି ତେବେ କଞ୍ଚା ଭଣ୍ଡା ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ମାଂସପେଶୀକୁ ଫାଇବର ମିଳିଥାଏ ଏବଂ ଋତୁସ୍ରାବ ଜିନତ କଷ୍ଟ କମ୍ ହୋଇଥାଏ।
ଧନିଆ : ଏକ ଚାମଚ ଧନିଆ ମଞ୍ଜିକୁ ଦୁଇ କପ୍ ପାଣିରେ ସିଝାଇବା ପରେ ଭଲଭାବେ ଛାଣିଦିଅନ୍ତୁ। ତା’ ପରେ ସେହି ପାଣିକୁ ପିଇଦିଅନ୍ତୁ। ପିରିୟଡ ଅନିୟମିତତା ଠିକ୍ ହେବା ସହିତ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ।




