ଜ୍ୟୋତିଷ

ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଆପଣଙ୍କ ରାଶି ନାହିଁ ତ ସାମିଲ

କୌଣସି ପ୍ରକାରର ସମ୍ପର୍କକୁ ସଫଳ କରିବାକୁ ହେଲେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିତାନ୍ତ ଆବଶ୍ୟକ। ଯଦି ଆପଣ ନିଜର ସାଥୀଙ୍କୁ ଉଚିତ ସମ୍ମାନ ଏବଂ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ସମ୍ପର୍କ ବେଶ ନିବିଡ ହେବ। କିନ୍ତୁ ଅନେକ ରାଶିର ବ୍ୟକ୍ତି ରହିଛନ୍ତି, ଯେଉଁମାନେ ନିଜର ସାଥୀ କିମ୍ବା ପ୍ରେମିକାକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ। ଏପରି କେତେକ ରାଶିର ବ୍ୟକ୍ତି ନିଜର ପତ୍ନୀ, ପ୍ରେମିକା ଏବଂ ସାଥୀ ଉପରେ ମଧ୍ୟ ନିଜର ଅସ୍ତିତ୍ୱ ଜାହିର କରନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଏପରି କରନ୍ତି।

ସିଂହ ରାଶି

ଯେଉଁ ବ୍ୟକ୍ତିଙ୍କ ରାଶି ସିଂହ ହୋଇଥାଏ, ସେ ସବୁବେଳେ ନିଜର ପ୍ରେମିକା ଏବଂ ପାଟର୍ନର ଉପରେ ଅସ୍ତିତ୍ୱ ଜାହିର କରିଥାନ୍ତି। ଏହି ରାଶିର ବ୍ୟକ୍ତି ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବାରେ ବେଶ ପାରଙ୍ଗମ ଥାନ୍ତି।

ଧନୁରାଶି

ଧନୁରାଶି ଥିବା ବ୍ୟକ୍ତି ସ୍ୱଭାବରେ ବେଶ୍‌ ଜଟିଳ ଥାନ୍ତି। ଏମାନେ ସ୍ୱତନ୍ତ୍ରତାକୁ ପସନ୍ଦ କରନ୍ତି ନାହିଁ ଖାସ୍‌ ଏଥିପାଇଁ ନିଜର ପାଟର୍ନରର ସ୍ୱାଧୀନତାକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ।

zodiac sign

ବୃଷ ରାଶି

ସିଂହ ଏବଂ ଧନୁ ରାଶି ଭଳି ମଧ୍ୟ ବୃଷ ରାଶିର ବ୍ୟକ୍ତିତ୍ୱ ନିଜର ସାଥୀକୁ ସବୁବେଳ ନିଜ ଅକ୍ତିଆରରେ ରଖିବାକୁ ଚାହାନ୍ତି। ନିଜର ସ୍ୱାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି। କିନ୍ତୁ ନିଜର କାମରେ ଆସୁଥିବା ଲୋକ ଏବଂ ସାହାଯ୍ୟ କରୁଥିବା ଲୋକଙ୍କୁ ଏମାନେ କେବେ ବି ଭୁଲନ୍ତି ନାହିଁ। ଏହି ରାଶିର ବ୍ୟକ୍ତି ଭଲପାଇବା ଏବଂ ସମ୍ପର୍କକୁ ସବୁବେଳେ ନିଜ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତି। ଖାସ୍‌ ଏଥିପାଇଁ ଏପରି ଲୋକଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ।

ମକର ରାଶି

ମକର ରାଶିର ବ୍ୟକ୍ତିତ୍ୱ ବେଶ ଅନୁଶାସନ ପ୍ରିୟ ହୋଥାନ୍ତି। ଏମାନେ ନିଜ ଶୈଳୀରେ ନିଜ ଜୀବନ ଅତିବାହିତ କରିବାକୁ ବେଶ ଆଗ୍ରହୀ। ଅନୁଶାସନ ପ୍ରିୟ ହୋଇଥିବା ସତ୍ୱେ ମଧ୍ୟ ନିଜ ପ୍ରେମିକା ଏବଂ ସାଥୀଙ୍କୁ ନିଜ ଅକ୍ତିଆର କରିରଖିବାକୁ ଚାହାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button