ସ୍ୱାସ୍ଥ୍ୟ

ବ୍ଲଡପ୍ରେସରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ଅଗ୍ନିଶକ୍ତି ମୁଦ୍ରା, ନିଶ୍ଚୟ ଆପଣେଇ ଦେଖନ୍ତୁ

ଲୋ-ବ୍ଲଡ ପ୍ରେସର କାରଣରୁ ଶରୀରରେ ରକ୍ତର ଚାପ କମ୍‌ ହେବାରେ ଲାଗିଥାଏ। ଯେଉଁ କାରଣରୁ ଶରୀରର ଆବଶ୍ୟକ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ପହଁଚିପାରିନଥାଏ। ଏହାସହିତ ଏହା ଶରୀରର ଅଙ୍ଗକୁ ଠିକ ଭାବରେ କାମ କରିବାକୁ ବାଧା ପହଁଚାଇଥାଏ। ଯେଉଁ କାରଣରୁ ହୃଦୟ, କିଡନୀ, ଫୁସଫୁସ ଏବଂ ମସ୍ତିଷ୍କ ଆଶିଂକ ରୂପରେ କିମ୍ବା ସମ୍ପୂର୍ଣ୍ଣ ଭାବରେ କାମ କରିବା ବ୧ନ୍ଦ କରିଦେଇଥାଏ।

ସାଧାରଣତଃ ନର୍ମାଲ ବ୍ଲଡ ପ୍ରେସର ୧୨୦/୮୦ ରହିଥାଏ। ବ୍ୟସ୍ତବହୁଳ ଜୀବନ ଏବଂ ଚିନ୍ତା କାରଣରୁ ଏହା ଅଳ୍ପ ବହୁତ ହେଲେ କୌଣସି ଫରକ ପଡିନଥାଏ। କିନ୍ତୁ ଯଦି ବ୍ଲଡପ୍ରେସର ୯୦ରୁ କମ୍‌ ହୋଇଯାଏ ତେବେ ତାହାକୁ ଆମେ ବ୍ଲଡପ୍ରେସର ବୋଲି କହିବା।

headacheଶରୀରରେ ଠିକ ଭାବରେ ରକ୍ତ ପ୍ରବାହ ନହେଲେ ମୁଣ୍ଡବ୍ୟଥା, ଦୁର୍ବଳ, ଥକାପଣ, ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇଥାଏ। ରକ୍ତଚାପ ଅସାଧାରଣ ଭାବେ କମ୍‌ ରହିଲେ ହୃଦୟ , ଫୁସଫୁସ ଏବଂ ମସ୍ତିଷ୍କ ଉପରେ ପ୍ରଭାବିତ ହୋଇଥାଏ। ଲୋ ବ୍ଲଡପ୍ରେସର ଅଗ୍ନିତତ୍ତ୍ୱର ଅସନ୍ତୁଳନରୁ ହୋଇଥାଏ।

ଅଗ୍ନିଶକ୍ତି ମୁଦ୍ରା ଏହାକୁ ସନ୍ତୁଳିତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ସୂର୍ଯ୍ୟଦୋୟ ପୂର୍ବରୁ ଏହି ମୁଦ୍ରାକୁ କରିବା ଦ୍ୱାରା ଏହା ଶୀଘ୍ର ନିଜର ପ୍ରଭାବ ଦେଖାଇଥାଏ। ଦୁଇ ହାତର ତର୍ଜନୀ, ମଧ୍ୟମା, ଅନାମିକା ଏବଂ କନିଷ୍ଠା ଆଙ୍ଗୁଠି ଦ୍ୱାରା ମୁଠା କରନ୍ତୁ। ଏହାପରେ ଦୁଇ ହାତକୁ ଆଙ୍ଗୁଠିର ଅଗ୍ରଭାଗକୁ ମିଶାନ୍ତୁ। ହାତର ଦିଗ ତଳ ଆଡକୁ ରହିବା ଆବଶ୍ୟକ। ପ୍ରତିଦିନ ଧୀମା ଲମ୍ବା ଗଭୀର ନିଶ୍ୱାସ ସହିତ ୧୫ରୁ୪୫ ମିନିଟ ପଯ୍ୟର୍ନ୍ତ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button