ମନୋରଞ୍ଜନ

ବର୍ଷାଦିନେ ଏହି ୧୦ଟି ସ୍ନାକ୍ସର ମଜା ନିଅନ୍ତୁ

ବର୍ଷାଦିନେ ଗରମାଗରମ ଓ ଚଟପଟା ଖାଦ୍ୟ ଖାଇବାକୁ ବହୁତ ଭଲ ଲାଗିଥାଏ। ଆଉ ଏହାର ମଜା ବି କିଛି ଅଲଗା ହୋଇଥାଏ। ଆମେ କହୁଛୁ ଏହି ୧୦ଟି ସ୍ନାକ୍ସ ବିଷୟରେ, ଯାହାକୁ ଆପଣ ବର୍ଷା ସମୟରେ ଘରେ ସହଜରେ ତିଆରି କରିପାରିବେ।

ଚା’

ବର୍ଷାରେ ଅଦା ଓ ମସଲା ପକା ଚା’ ପିଇବାର ଅଲଗା ମଜା ଥାଏ। ଆପଣ ଘରେ ଚା’ ବନାନ୍ତୁ କି ବାହାରେ ଚା’ ପିଅନ୍ତୁ, ଏହା ବରାବର କୌଣସି ଅନ୍ୟ ଡ୍ରିଙ୍କସ୍‌ ହୋଇପାରିବ ନାହିଁ।

tea

ଲଙ୍କା ବରା

ବର୍ଷା ପଡ଼ୁଥିବ, ଆଉ ଏପଟେ ଆପଣ ଖାଉଥିବେ ଗରମ ଗରମ ଲଙ୍କା ବରା। ଥରେ ଭାବନ୍ତୁ ତ ଏହା କିପରି ମଜାଦାର ଲାଗିବ। ଆପଣ ଏହାକୁ ଦୁଇଟି ଉପାୟରେ ତିଆରି କରିପାରିବେ। ପ୍ରଥମତଃ କେବଳ ଲଙ୍କାକୁ ବେସନ ଘୋଳରେ ବୁଡ଼ାଇ ଫ୍ରାଏ କରିପାରିବେ ନଚେତ୍‌ ଷ୍ଟଫିଙ୍ଗ୍‌ କରି ପୁଣି ବେସନ ଘୋଳରେ ପକାଇ ଛାଣିପାରିବେ।

ପକୁଡ଼ି

ଗରମ ପକୁଡ଼ି ଆଉ ବର୍ଷା, ଏହାସହିତ ମସଲା ଚା’ ମନସୁନକୁ ପୂରା କରିଦେଇଥାଏ। ପିଆଜ ପକୁଡ଼ି, ଆଳୁ ପକୁଡ଼ି, ମିକ୍ସ ପକୁଡ଼ି, ମୁଗ ଡାଲି ପକୁଡ଼ି ଆଦି ବିଭିନ୍ନ ଭେରାଇଟିର ପକୁଡ଼ି ଆପଣ ବନାଇ ପାରିବେ।

lanka

ଆଳୁ ପରଟା

ବର୍ଷା ଦିନରେ ବ୍ରେକଫାଷ୍ଟ୍‍ ହେଉ କି ଡିନର, ଆପଣ ଚାହିଁଲେ ଆଳୁ ପରଟା ତିଆରି କରିପାରିବେ। ପୂରା ପରିବାରର ମନ ଖୁସି ହୋଇଯିବ। ଯଦି ଆଳୁ ପୁରରେ ଆପଣ ପିଆଜ ମିଶାଇ ଦେବେ, ତା’ହେଲେ ସ୍ୱାଦ ଆହୁରି ବଢ଼ିଯିବ।

ସିଙ୍ଗଡ଼ା

ବର୍ଷାଦିନେ ରାଗ ଓ ମିଠା ଚଟନି ସାଥିରେ ଗରମା ଗରମ ସିଙ୍ଗଡ଼ା କାହାକୁ ବା ଭଲ ଲାଗେନି। ବର୍ଷା ଦିନ ନ ଥିଲେ ମଧ୍ୟ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି।

samo

ପାଓ ଭାଜି

ଲହୁଣି ଲଗା ପାଉଁରୁଟି ଏବଂ ଏହା ସହିତ ପିଆଜ ଓ ଲେମ୍ବୁ ରସ ପକାଇ ପରଷା ଯାଇଥିବା ଗରମ ଭାଜି ଦେଖୁ ଦେଖୁ ପାଟିରୁ ଲାଳ ବାହାରି ଆସେ। ଏହାକୁ ଘରେ ବନାଇବା ବହୁତ ସହଜ ଅଟେ।

ଫ୍ରେଞ୍ଚ୍‌ ଫ୍ରାଇଜ୍‌

ଫ୍ରେଞ୍ଚ୍‌ ଫ୍ରାଇଜ୍‌ ସମସ୍ତଙ୍କୁ ବହୁତ ପସନ୍ଦ ଥାଏ। ମନସୁନରେ ଫ୍ରେଞ୍ଚ୍‌ ଫ୍ରାଇଜ୍‌ ଖାଇବାର ମଜା ଖୁବ୍‌ ନିଆରା।

fren

ସୁପ୍‌

ଇବା ପୂର୍ବରୁ ଲଞ୍ଚ୍‌ ଏବଂ ଡିନରରେ ପରଷନ୍ତୁ ଗରମ ଗରମ ସୁପ୍‌। ସ୍ୱାଦ ବି ମିଳିବ ଆଉ ଥଣ୍ଡାରୁ ରକ୍ଷା ବି ପାଇପାରିବେ।

ଇଡଲି

ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ ଖାଇବାକୁ ପସନ୍ଦ ଯଦି ଖାଆନ୍ତୁ ଇଡଲି ଓ ସମ୍ବର। ଖାଇବାର ମଜା ଦୁଇଗୁଣ ହୋଇଯିବ।

କର୍ଣ୍ଣ ଭେଲ୍‌

ମନସୁନରେ କର୍ଣ୍ଣ ଏବଂ ବୁଟରେ ତିଆରି ଚଟପଟା ଭେଲ୍‌ ସ୍ୱାଦକୁ ଆହୁରି ବଢ଼ାଇଦିଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button