ଦେଶ- ବିଦେଶ

ସାବଧାନ ! କ୍ଷୀର ପିଇବା ପୂର୍ବରୁ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

ନିୟମିତ ଭାବରେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ କିନ୍ତୁ ଏହାକୁ ପିଇବାର ଲାଭ ସେତେବେଳେ ମିଳିବ ଯେତେବେଳେ ଆପଣ ଏହାର ପିଇବାର କିଛି ନିୟମ ସମ୍ପର୍କରେ ଜାଣିବେ। ଖାଇବା ପିଇବାର କିଛି ଏମିତି ନିୟମ ରହିଛି ଯାହାକୁ କ୍ଷୀର ପିଇବାର କିଛି ଘଣ୍ଟା ପୂର୍ବରୁ ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ। ନଚେତ ସ୍ୱାସ୍ଥ୍ୟ ଉପରେ ଏହା କ୍ଷତି ପହଁଚାଇଥାଏ।

ରାଶି ଏବଂ ଲୁଣ

ରାଶି ଏବଂ ଲୁଣ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଯଦି ଆପଣ ଖାଉଛନ୍ତି ତେବେ ଏହାର ତୁରନ୍ତ ପରେ କ୍ଷୀର ବିଲକୁଲ ବି ପିଅନ୍ତୁ ନାହିଁ। ଏହା ଆପଣଙ୍କୁ କ୍ଷତି ପହଁଚାଇପାରେ। ଏହାକୁ ଖାଇବାର ପାଖାପାଖି ୨ ଘଣ୍ଟା ପରେ କ୍ଷୀର ପିଅନ୍ତୁ।

ବିରି

ବିରି ଡାଲି ଖାଇବା ପରେ କ୍ଷୀରର ସେବନ କଲେ ପେଟ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଅନେକ ସମସ୍ୟାର କାରଣ ହୋଇପାରେ। ବିରି ଡାଲି ଏବଂ କ୍ଷୀର ପିଇବାର ପାଖାପାଖି ଦୁଇ ଘଣ୍ଟା ବ୍ୟବଧାନ ରହିବା ଆବଶ୍ୟକ।

udad dali

ସାଇଟ୍ରିକ ଫଳ

ସାଇଟ୍ରିକ ଏସିଡ୍‌ ଯୁକ୍ତ ଖଟ୍ଟା ଫଳର ସେବନ କରିବା ପରେ କ୍ଷୀରର ସେବନ ହାନିକାରକ ଅଟେ। ଲମ୍ବା ବ୍ୟବଧାନ ପରେ ଏହି ଦୁଇଟିକୁ ସେବନ କରିବା ଆବଶ୍ୟକ।

ମାଛ

ଯଦି ଆପଣ ମାଛ ଖାଇବାର ସୌକିନ ତେବେ ଏହାକୁ ଖାଇବା ପରେ ଭୁଲରେ ବି କେବେବି କ୍ଷୀର ପିଅନ୍ତୁ ନାହିଁ। ଏମିତି କଲେ ଆପଣଙ୍କୁ ଫୁଡ୍‌ ପଏଜନିଂ ହେବା ସହିତ ପେଟ ସମ୍ବଦ୍ଧୀୟ ଅନ୍ୟ ସମସ୍ୟାକୁ ମଧ୍ୟ ଭୋଗିବାକୁ ପଡିପାରେ।

ଦହି

ଦହି ଖାଇବା ପରେ କ୍ଷୀର ପିଇବା ଠାରୁ ଦୂରେଇ ରୁହନ୍ତୁ। ନଚେତ ଆପଣଙ୍କୁ ପେଟ ସମ୍ବଦ୍ଧୀୟ ସମସ୍ୟା ଏବଂ ପାଚନରେ ଗଡବଡ ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button