ମନୋରଞ୍ଜନ

ନ୍ୟୁଜ୍‌ ରିଲ୍‌: ଆସୁଛି ମିହିର ଦାସଙ୍କ ଶେଷ ସିନେମା – Kalinga News

[ad_1]

ଦିବଂଗତ ବହୁମୁଖୀ ପ୍ରତିଭାସଂପନ୍ନ ଅଭିନେତା ମିହିର ଦାସଙ୍କ ଶେଷ ସିନେମା ୨୦୨୪ରେ ବଡ଼ ପରଦାକୁ ଆସିବ। ମୃତ୍ୟୁ ପୂର୍ବରୁ ମିହିର ବେଶ୍‌ କେତୋଟି ଫିଲ୍ମରେ କାମ କରୁଥିଲେ, ଯାହା ଏଯାଏ ରିଲିଜ୍ ହୋଇନାହିଁ। ହେଲେ ତାଙ୍କ ଅଭିନୀତ ଶେଷ ଓଡ଼ିଆ ଛବି ଥିଲା ‘ଟୋଟାଲ୍ ବାଳୁଙ୍ଗା’। ଏହି ସିନେମାର ନିର୍ଦ୍ଦେଶକ ଟି. ଗଣେଶଙ୍କ କହିବା ଅନୁଯାୟୀ କିଡ୍‌ନି ରୋଗାକ୍ରାନ୍ତ ମିହିର ଦାସ ଏହି ସିନେମାର ସୁଟିଂ ଶେଷ କରିବା ପରେ ଡାଏଲିସିସ୍ ଲାଗି କଟକର ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ, ଯେଉଁଠାରେ ତାଙ୍କର ନିୟମିତ ଡାଏଲିସିସ୍ ହେଉଥିଲା।

‘ଟୋଟାଲ୍ ବାଳୁଙ୍ଗା’ରେ ମିହିର ଦାସଙ୍କ ବ୍ୟତୀତ ଦର୍ଶକ ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାଶ ଓ ଅଶୋକ ଓଝାଙ୍କ ଭଳି ବରିଷ୍ଠ ଅଭିନେତାଙ୍କୁ ବି ଦେଖିବାକୁ ପାଇବେ। ନବାଗତ ଚିନ୍ମୟ ଓ ଶୁଭ୍ରାଂଶୁ ନାୟକ ଭୂମିକାରେ ଥିବାବେଳେ ନମ୍ରତା ସିଂହଦେଓ ନାୟିକା ରୂପେ ଦେଖାଦେବେ। ଶୁଭ୍ରାଂଶୁ ଆଗରୁ ‘ଦ ଏଣ୍ଡ୍’ ଛବିରେ ନଜର ଆସିଛନ୍ତି। ଅଜୟ ସାମଲ ଏହାର ସଂଳାପକାର ଓ ବିରଜା ପ୍ରସାଦ ସଙ୍ଗୀତକାର। ଫିଲ୍ମର ସମସ୍ତ କାମ ସରିଛି, କେବଳ ସେନ୍‌ସର ବାକିଅଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button