ରାଜ୍ୟ

ନିଜର ସନ୍ତାନକୁ ସଠିକ ରୂପେ ସ୍ତନ୍ୟପାନ କରାଇପାରୁନାହାନ୍ତି କି? ଜାଣନ୍ତୁ କଣ ରହିଛି କାରଣ

ମା ର ସମସ୍ତ ସ୍ମ୍୍‌ତି ମଧ୍ୟରୁ ନିଜର ସନ୍ତାନକୁ ସ୍ତନ୍ୟପାନ କରାଇବା ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ମ୍୍‌ତି। କାରଣ ମା ର କ୍ଷୀର ଶିଶୁମାନଙ୍କ ପାଇଁ ଆଦର୍ଶ ଭୋଜନ ହୋଇଥାଏ। କିନ୍ତୁ ଆପଣ ବାରମ୍ବାର ଚେଷ୍ଟା କରିବା ପରେ ଯଦି ସ୍ତନ୍ୟପାନ କରାଇବାରେ ଅସଫଳ ହେଉଛନ୍ତି, ତେବେ ଏହାର ଅର୍ଥ ନୁହେଁ ତ ଆପଣ ମା ହେବାରେ ଅନଫିଟ୍ ଅଛନ୍ତି। ପ୍ରତ୍ୟେକ ବର୍ଷ ୧୨୦ ରୁ ଅଧିକ ଦେଶରେ ଅଗଷ୍ଟ ମାସ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ବ ସ୍ତନ୍ୟପାନ ଦିବସ ପାଳନ କରାଯାଇଥାଏ। ଅଧିକାଂଶ ମା ମାନେ ସ୍ତନ୍ୟପାନ କରାଇବାର ସଠିକ ଉପାୟ ଜାଣିନଥିବାରୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ଆପଣମାନେ ଏପରି ପରିସ୍ଥିତି ବିଷୟରେ ଜାଣିବା ନିହାତି ଆବଶ୍ୟକ, ଯାହା ଆପଣଙ୍କ ସ୍ତନ୍ୟପାନ ଗୁଣବତ୍ତାକୁ ପ୍ରଭାବିତ କରିଥାଏ। ତେବେ ଜାଣନ୍ତୁ କଣ ରହିଛି ଏହି ସମ୍ପର୍କିତ ସୂଚନା।

-ଯଦି ଆପଣ ସ୍ତନ କମ କରିବା ପାଇଁ ସର୍ଜରୀ କରାଇଥାନ୍ତି, ତେବେ ଆପଣଙ୍କ ସ୍ତନରେ କ୍ଷୀର କମ ହେବାର ସମ୍ଭାବନା ରହିଥାଏ। କାରଣ ଏହି ସର୍ଜରୀ କରିବା ଦ୍ବାରା ସ୍ତନରୁ କ୍ଷୀର ହେବାର ନଳୀକା ଏବଂ ଗ୍ରନ୍ଥି ଗୁଡିକ ସାମିଲ ହୋଇରହିଥିବା ଟିସ୍ୟୁ କାଢିଦିଆଯାଇଥାଏ।

best mother-ଯଦି ଆପଣଙ୍କୁ ଏଚଆଇଭି ହୋଇଥାଏ, ତେବେ ସ୍ତନ୍ୟପାନ କରାଇବା ଦ୍ବାରା ଏହି ରୋଗ ଆପଣଙ୍କ ଛୁଆକୁ ମଧ୍ଯ ସଂକ୍ରମିତ ହୋଇଥାଏ।

-ଆପଣଙ୍କୁ ଯଦି ଟିଭି ହେଇଥାଏ, ତେବେ ଏହି ରୋଗ ଅତ୍ୟଧିକ ମାତ୍ରାରେ ସଂକ୍ରମିତ ହୋଇଥାଏ। ଏହି ରୋଗର ଚିକିତ୍ସା ଖୁବ୍ ଶୀଘ୍ର କରାଇବା ପାଇଁ ବିଶେଷ ରୂପେ ଧ୍ୟାନ ଦିଅନ୍ତୁ। କାରଣ ଏହି ରୋଗ ଆପଣଙ୍କ ପିଲାକୁ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ।

-ଯଦି ଆପଣ କ୍ୟାନସର ରୋଗୀ ହୋଇଥାନ୍ତି ଏବଂ କେମୋଥେରେପି ନେଉଥାନ୍ତି ତେବେ ଏହା ମଧ୍ୟ ପିଲାଙ୍କ ଶରୀରରେ ପ୍ରବେଶ କରିବାର ସମ୍ଭାବନା ରହିଥାଏ।

-ସେହିପରି ଯଦି ଆପଣଙ୍କର ଆଲକହଲ ସେବନ କରିବାର ଅଭ୍ୟାସ ରହିଥାଏ, ତେବେ ଆପଣ ଛୁଆକୁ ସ୍ତନ୍ୟପାନ କରାଇବା ଅନୁଚିତ। ଏହାବ୍ୟତୀତ ଯଦି ଆପଣ ଧୂମପାନ କରୁଥାନ୍ତି ତେବେ ଏହି ଅଭ୍ୟାସ ଛାଡି ଦିଅନ୍ତୁ କିମ୍ବା ଛୁଆକୁ ସ୍ତନ୍ୟପାନ କରାଇବାର ୪୫ ମିନିଟ ପୂର୍ବରୁ ଧୂମପାନ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ଆପଣଙ୍କ ପିଲାର ଶରୀରରେ ନିକୋଟିନ୍ ପ୍ରବେଶ କରିଥାଏ।

-ଯଦି ଆପଣଙ୍କୁ ହାଇପୋପ୍ଲାସିୟା ଏବଂ ସ୍ତନରେ ପର୍ଯ୍ୟାପ୍ତ ଗ୍ଲେଡୁଲର ଟିସ୍ୟୁ ରହିନଥାଏ, ତେବେ ଆପଣ ଛୁଆକୁ ସ୍ତନ୍ୟପାନ କରାଇବାରେ ଅସକ୍ଷମ ହୋଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button