ଦେଶ- ବିଦେଶ

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି ହୋଇଯାନ୍ତୁ ସାବଧାନ, ନଚେତ. . .

କୁହାଯାଏ ପାଣି ପିଇବା ସ୍ୱାସ୍ଥ୍ୟପକ୍ଷେ ହିତକର। ତେଣୁ କରି ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୨ ଲିଟର ପାଣି ପିଇବା ଆବଶ୍ୟକ। କିନ୍ତୁ ଅଧିକ ମାତ୍ରାରେ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇପାରେ। ଡାକ୍ତରଙ୍କ କହିବାନୁଯାୟୀ, ସଠିକ୍ ସମୟରେ ପାଣି ପିଇବା ଦ୍ବାରା ଶରୀରର ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ପାଣି ପିଇବେ ତେବେ ମଧ୍ୟ ଆପଣକୁ କୁପରିଣାମ ଭୋଗିବାକୁ ପଡିପାରେ। ଏମିତିରେ ସବୁବେଳେ ଧ୍ୟାନ ରଖନ୍ତୁ, ଯଦି ଆପଣଙ୍କୁ ଶୋଷ ଲାଗୁନାହିଁ, ତେବେ ଅଯଥାରେ ପାଣି ପିଅନ୍ତୁ ନାହିଁ। ନିଜର ଏହି ବଦଭ୍ୟାସକୁ ବଦଳାନ୍ତୁ। ଶୋଷ ନ ଲାଗିବା ବେଳେ ପାଣି ପିଇବା ଦ୍ବାରା ଇଲୋକ୍ରୋଲାଇଟସ ଅସନ୍ତୁଳନ ହୋଇଥାଏ। ଅଧିକ ପାଣି ହାଇଡ୍ରେଟ୍ ହେବା ଦ୍ବାରା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟସ ଯେପରି ପୋଟାସିୟମ, ସୋଡିୟମ ଏବଂ ମାଗ୍ନେସିୟମ ର ସନ୍ତୁଳନ ବିଗିଡିଯାଏ। ଏହି ଜିନିଷ ଆମର କିଡନୀ ଏବଂ ହାର୍ଟର ସଂଚାଳନ କରିଥାଏ। ଯଦି ଅଧିକ ପାଣି ପିଇବା ଦ୍ବାରା ଶରୀରର ସନ୍ତୁଳନ ବିଗିଡିଯାଏ ତେବେ ଆପଣଙ୍କ ଶରୀର କାମ କରିବା ବନ୍ଦ କରିଦେବ। ଯଦି ଆପଣ ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି, ତେବେ ଆପଣ ଅଧିକ ପାଣି ପିଇବା ଉଚିତ। କିନ୍ତୁ ଅଯଥାରେ ଅଧିକ ପାଣି ପିଇବା ଉଚିତ ନୁହେଁ।

water

ଯଦି ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ହୋଇଥାଏ ତେବେ ଡିହାଇଡ୍ରେସନର ଲକ୍ଷଣ ବୋଲି ଧରାଯାଏ। ଏକ ରିପୋର୍ଟ ମୁତାବକ, ଅଧିକ ଲୋକ ୨୪ ଘଣ୍ଟାରେ ୭-୮ ଥର ପରିସ୍ରା କରନ୍ତି ଏହାର ଅର୍ଥ ଆପଣ ଅଧିକ ପାଣି ପିଉଛନ୍ତି। ପରିସ୍ରା ନଳୀ ସଂକ୍ରମଣ, ଡାଇବେଟିଜ ଏବଂ ପ୍ରୋଟେଷ୍ଟ ସମସା ମଧ୍ୟ ହୋଇପାରେ। ଅଧିକ ପାଣି ପିଇବା ଦ୍ବାରା ଆପଣଙ୍କ ହାତ, ପାଦ ଫୁଲି ମଧ୍ୟଯାଏ। ଅଧିକ ପାଣି ପିଇବା ଦ୍ବାରା ରକ୍ତରେ ସୋଡିୟମର ମାତ୍ରା କମ୍ ହୋଇଯାଏ ଏବଂ ଶରୀରକୁ କ୍ଷତି ପହଞ୍ଚାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button