ମନୋରଞ୍ଜନ

ତରକାରୀରେ ଲଙ୍କା ଅଧିକ ହୋଇଗଲେ କିଛି ବ୍ୟସ୍ତ ନ ହୋଇ ଏହି ଉପାୟ ଦ୍ୱାରା କମ୍‌ କରନ୍ତୁ ରାଗ

ଖାଦ୍ୟ ବନାଇବା ମଧ୍ୟ ନିଜ ଭିତରେ ଏକ କଳା। ଯଦି ଖାଦ୍ୟରେ କେଉଁ ଜିନିଷର ଅଭାବ ରହିଯାଏ ତେବେ ତାହାକୁ ପାଟିରେ ଦେବାକୁ ଇଚ୍ଛା ହୋଇନଥାଏ। ଅନେକ ଥର ଏମିତି ହୋଇଛି ଯେ ଖାଦ୍ୟ ବନାଇବା ସମୟରେ ଅନୁମାନ ନ କରିପାରିବା କାରଣରୁ ଖାଦ୍ୟରେ ଲଙ୍କାର ପରିମାଣ ଅଧିକ ହୋଇଯାଏ। ଏମିତିପରେ ରାଗ ଖାଇବା ବହୁତ ମୁସକିଲ ହୋଇପଡେ କାରଣ ଏହା ତାଙ୍କ ପାଇଁ ବିଷ ଭଳି ଲାଗିଥାଏ। ଯଦି ଆପଣଙ୍କୁ ରୋଷେଇ ଜଣାନାହିଁ ଏବଂ ଏଭଳି ସମସ୍ୟା ପ୍ରତିଦିନ ହେଉଛି କିମ୍ବା ଖାଦ୍ୟରେ ସବୁବେଳେ ଲଙ୍କାର ପରିମାଣ ଅଧିକ ହୋଇଯାଉଛି ତେବେ ଆସନ୍ତୁ ଜାଣିବା ଅଧିକ ଲଙ୍କା ପଡିଗଲେ ଆପଣ ହଠାତ୍‌ କଣ କରିବେ।

ghee-ଯଦି ଆପଣ ଫୁଟା କିମ୍ବା ସିଝା ତରକାରୀ ପ୍ରସ୍ତୁତ କରୁଛନ୍ତି ଏବଂ ଏଥିରେ ରାଗ ଅଧିକ ହୋଇଯାଏ ତେବେ ସେଥିରେ ଘିଅ ମିଶାଇ ପାରିବେ। ଏହାଦ୍ୱାରା ତରକାରୀର ସ୍ୱାଦ ଠିକ ହୋଇ ଯାଇଥାଏ।

-ପରିବା ତରକାରୀରେ ରାଗ କମ୍‌ କରିବା ପାଇଁ ସେଥିରେ ଟମାଟୋ କାଟି ମିଶାଇ ଦିଅନ୍ତୁ। କିନ୍ତୁ ଟମାଟୋକୁ ପରିବାରେ ମିଶାଇବା ପୂର୍ବରୁ ତାହାକୁ ସାମାନ୍ୟ ଭାଜି ଦିଅନ୍ତୁ।

tomatto-ଯଦି ଆପଣ ତରକାରୀର ରାଗକୁ କମ୍‌ କରିବା ପାଇଁ ଚାହୁଁଛନ୍ତି ଏବଂ ତାହାକୁ ରିଚ୍‌ ଟେଷ୍ଟ ଦେବାକୁ ଚାହୁଁଛନ୍ତି ତେବେ ସେଥିରେ ମଲାଇ, କ୍ରିମ, ଦହି ମଧ୍ୟ ମିଶାଇ ପାରିବେ।

-ଆପଣ ବେସନ ଦ୍ୱାରା ମଧ୍ୟ ରାଗ କମ୍‌ କରିପାରିବେ। କିନ୍ତୁ ଏହା ଧ୍ୟାନ ରଖିବେ ସେ କଞ୍ଚା ବେସନ ତରକାରୀରେ ପକାଇବେ ନାହିଁ। ତରକାରୀରେ ପକାଇବା ପୂର୍ବରୁ ତାହାକୁ ସାମାନ୍ୟ ଭାଜି ଦିଅନ୍ତୁ ଏବଂ ଏହାପରେ ତରକାରୀରେ ପକାନ୍ତୁ।

-ଆଳୁକୁ ପରିବା ମଧ୍ୟରେ ରାଜା କୁହାଯାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏହାଦ୍ୱାରା ତରକାରୀର ରାଗ ମଧ୍ୟ କମ୍‌ ହୋଇପାରିବ। ତରକାରୀର ରାଗକୁ କମ୍‌ କରିବା ପାଇଁ ଆଳକୁ ଚକଟି ତରକାରୀରେ ପକାଇ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button