ଦେଶ- ବିଦେଶ

ଅଫିସରେ ଏପରି କରନ୍ତୁ କାମ, ହୋଇଯାଆନ୍ତୁ ବସଙ୍କ ଫେଭରାଇଟ୍

କୌଣସି ବି ଚାକିରି ଆରମ୍ଭରେ ଆପଣଙ୍କ ମନରେ ଏକ ଅଲଗା ପ୍ରକାର ଜୋଶ୍ ଓ ଏନର୍ଜି ରହିଥାଏ। ଆପଣ ନିଜକୁ କାମରେ ଏତେ ନିୟୋଜିତ କରିଦିଅନ୍ତି ଯେ ଏହାଦ୍ବାରା ଅଫିସରେ ଆପଣଙ୍କ ପ୍ରଦର୍ଶନ ପୂରା ଉତ୍ତମ ହୋଇଥାଏ। କିନ୍ତୁ ଯେତେବେଳେ ସମୟ ଗଡ଼ି ଗଡ଼ି ଚାଲେ, କାମରେ ଶୀଥିଳତା ଆସିଯାଏ, ଯେଉଁଥିରେ ନା କେବଳ ଆପଣଙ୍କ ଜୀବନ, ବରଂ ଆପଣଙ୍କ କ୍ୟାରିୟର ମଧ୍ୟ ପ୍ରଭାବିତ ହୁଏ।

ତେଣୁ କାମରେ ଆସୁଥିବା ଏହି ସବୁ ସମସ୍ୟାର ସମାଧାନ ଆପଣ ନିଜେ ହିଁ କରନ୍ତୁ ଏବଂ କାମର ଦାୟିତ୍ବଭାର ଆପଣ ହିଁ ନିଅନ୍ତୁ। ଆସନ୍ତୁ ଜାଣିବା, କେଉଁ କେଉଁ କଥା ଉପରେ ଧ୍ୟାନ ଦେଲେ, ଅଫିସରେ ଆପଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉତ୍ତମ ପ୍ରଦର୍ଶନ କରିପାରିବେ।

office employee

  • ଅଫିସରେ କାମ ଆରମ୍ଭ ହେବାର ପ୍ରଥମ କିଛି ଘଣ୍ଟା ସବୁବେଳେ ଅଧିକ କର୍ମତତ୍ପର ହୋଇଥାଏ। ତେଣୁ ଆରମ୍ଭରୁ ହିଁ ଜରୁରୀ କାମ ସାରିଦେବାକୁ ଚେଷ୍ଟା କରିବା ଉଚିତ। ଏହି ସମୟରେ ଖବରକାଗଜ ପଢ଼ିବା ଏବଂ ମେଲ୍ ଚେକ୍ କରିବାରେ ସମୟ ଆଦୌ ବରବାଦ କରନ୍ତୁ ନାହିଁ। ଯଦି ଆପଣ ପ୍ରଥମରୁ କାମ ସାରିଦିଅନ୍ତି, ତା’ହେଲେ ଦିନସାରା ଅଫିସରେ କାମର ବୋଝ ରହିବ ନାହିଁ।
  • କ୍ରମାନ୍ବୟରେ ସବୁବେଳେ କାମ କରନ୍ତୁ। ଏକ ସମୟରେ ସବୁଗୁଡ଼ିଏ କାମ ରଖି ଗୁରୁଦାୟିତ୍ବ ଆଦୌ ଉଠାନ୍ତୁ ନାହିଁ। ଏହାଦ୍ବାରା ଆପଣ କୌଣସି ବି କାମ ଠିକ୍ ଉପାୟରେ କରିପାରିବେ ନାହିଁ।
  • ସୂଚାରୁ ରୂପେ କାମ କରିବାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆପଣ ଏକ ନିଶ୍ଚିତ ସମୟ ନିର୍ଦ୍ଧାରିତ କରନ୍ତୁ। ସର୍ବପ୍ରଥମେ ଅଧିକ ମହତ୍ତ୍ବପୂର୍ଣ୍ଣ କାମରୁ ଅଫିସରେ ଦିନ ଆରମ୍ଭ କରନ୍ତୁ ଏବଂ ତାହାକୁ ସମାପ୍ତ କରନ୍ତୁ। ଏହିପରି ବାକି କାମଗୁଡ଼ିକୁ ମଧ୍ୟ ଗୋଟେ ଗୋଟେ କରି ପ୍ରାଥମିକତା ହିସାବରେ ଶେଷ କରନ୍ତୁ।
  • ଅଫିସ ଶେଷ ହେବାର ୧ ଘଣ୍ଟା ପୂର୍ବରୁ ସମସ୍ତ କାମ ସାରି ଦିଅନ୍ତୁ। ଶେଷ ବେଳକୁ କେବଳ ଫଟାଫଟ ନଜର ପକାଇପାରିବେ ଏବଂ ମେଲ ମଧ୍ୟ ଚେକ୍ କରିପାରିବେ।
  • କାମକୁ ଭଲ ଭାବେ ପରିଚାଳନା କରିବା ସିଖନ୍ତୁ। ସର୍ବପ୍ରଥମେ ଗୁରୁତ୍ବପୂର୍ଣ୍ଣ କାମ କରି ପରେ ମେଲର ରିପ୍ଲାଏ ଦିଅନ୍ତୁ ଏବଂ ଶେଷରେ ବାକି ଫୋଲ୍ଡର ଚେକ୍ କରନ୍ତୁ। ପ୍ରତିଦିନ ଏପରି କଲେ, ଦେଖିବେ କର୍ମକ୍ଷେତ୍ରରେ ବି ଆପଣ ନିଜ ବସଙ୍କ ଫେଭରାଇଟ୍ ହୋଇପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button