ଶୀତଦିନ ଆରମ୍ଭ ହେବା ମାତ୍ରେ ଥଣ୍ଡା କାରଣରୁ ଶିର ଦରଜ, ଗଣ୍ଠି ଦରଜ ହେଉଛି କି ? କରନ୍ତୁ ଏହି ଉପାୟ, ସବୁ କିଛି ହେଇଯିବ ଥିବ…
। ସୂଚନା ଅନୁସାରେ ଶୀତ ଦିନ ଆରମ୍ଭ ହେବା ମାତ୍ରା ଶରୀରର ଅଙ୍ଗ ପ୍ରତ୍ଯେଙ୍ଗରେ ଦରଜ ବିନ୍ଧା ହେବା ଆରମ୍ଭ ହେଇଯାଏ । ଶୀତ ଦିନରେ ଆଣ୍ଠୁ ଗଣ୍ଠି ସମସ୍ଯା ଥିବା ବ୍ୟକ୍ତି ମାନଙ୍କର ଏହା ଅଧିକ ଗୁରୁତର ହୋଇଯାଏ । ଆଜି ଆପଣ ମାନେ ଏପରି ଏକ ତେଲ ବିଷୟରେ ଜାଣିବାକୁ ପାଇବେ । ଯେଉଁ ତେଲକୁ ଆପଣ ଶରୀରର କୌଣସି ଭାଗରେ ଦରଜ ବିଧା ହେଉଥିବା ସମୟରେ ସେହି ଜାଗାରେ ଲଗାଇଲେ ।
ଏହି ତେଲ ତୁରନ୍ତ ତାହାର ପ୍ରଭାବ ସେହି ସ୍ଥାନରେ ଦେଖାଇବା ଆରମ୍ଭ କରିଦିଏ । ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅଦା, ଜୁଆଣୀ, ଲବଙ୍ଗ, ଡାଲଚିନି ଓ ରଶୁଣ, ମେଥିର ଆବଶ୍ୟକତା ପଡିବ । ଏକ ଇଞ୍ଚର ଅଦାକୁ କାଟି ରଖିବେ । ଆପଣ ଗ୍ଯାସରେ ଏକ ଲୁହା କଢେଇ ବସାଇ ସେଥିରେ ଅଳ୍ପ ସୋରିଷ ତେଲ ପକାନ୍ତୁ । ଆପଣଙ୍କୁ ବେଶୀ ତେଲ ନେବାର ଆବଶ୍ୟକତା ନାହିଁ । ଅଳ୍ପ ତେଲ ଆପଣଙ୍କର ବହୁତ ସମୟ ପର୍ଯ୍ୟନ୍ତ ଚାଲିଯିବ ।
ସେହି ତେଲରେ ଏକ ଚାମଚ ମେଥି ଦାନା, ୫ ରୁ ୬ କୋଲା ରଶୁଣ, କଟାଯାଇଥିବା ଅଦା, ଡାଲଚିନି ଖଣ୍ଡ ଏକ ଚାମଚ ଜୁଆଣୀ ପକାନ୍ତୁ । ଲବଙ୍ଗ ଏବେ ପକାଇବେ ନାହିଁ । ଏହାକୁ କିଛି ସମୟ ଧିମା ଆଞ୍ଚରେ ଫୁଟିବା ପାଇଁ ଛାଡି ଦିଅନ୍ତୁ । କିଛି ସମୟ ତେଲକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେପରି ତେଲରେ ପକାଇଥିବା ସମସ୍ତ ସାମଗ୍ରୀ ତେଲ ମଧ୍ୟକୁ ଚାଲିଆସିବ ।
ଯେତେବେଳେ ତେଲର ରଙ୍ଗ ଧୀରେ ଧୀରେ କରି ବଦଳି ଜୀବ । ତାପରେ ଗ୍ଯାସକୁ ବନ୍ଦ କରିଦେବେ । ତାପରେ କୁଟା ହୋଇଥିବା ଲବଙ୍ଗକୁ ଏବେ ତେଲରେ ପକାଇପାରିବେ । ଏହାକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଏହିପରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତେଲ ଥଣ୍ଡା ହୋଇସାରିଲା ପରେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣି ଦିଅନ୍ତୁ ।
ଯେଉଁ ଜାଗାରେ ଆପଣଙ୍କ ଶରୀରର ଅଙ୍ଗ ପ୍ରତ୍ଯେଙ୍ଗର ଦରଜ ବିନ୍ଧା ହେଉଥିବ ।ସେହି ସ୍ଥାନରେ ଏହି ତେଲକୁ ଆଣି ମାଲିସ କରିବେ । ଏହି ତେଲ ଲଗାଇବା ପରେ କୁଲର ଓ ଏସି ଚାଲୁଥିବା ଜାଗାରେ ରହିବେ ନାହିଁ । କିଛି ସମୟ ମଧ୍ୟରେ ଆପଣ ଏହି ତେଲର ଶରୀରର ଉପରେ ପକାଉଥିବା ପ୍ରଭାବ ବିଷୟରେ ଜାଣିବାକୁ ପାଇବେ ।
ଏହି ତେଲ ଲଗାଇବା ଦ୍ଵାରା ଶରୀରର ସମସ୍ତ ସ୍ନାୟୁ, ଶିରା ଓ ପ୍ରଶିରା ବ୍ଲକେଜ୍ ଦୂର ହୋଇବ । ହାତ ଓ ଗୋଡରେ ଫୁର୍ତ୍ତି ଅନୁଭବ କରିବେ । ଆପଣ ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ସୋରିଷ କିମ୍ବା ରାଶି ତେଲର ବ୍ୟବହାର କରିପାରିବେ ।