ମନୋରଞ୍ଜନ

ଆଜି ଡିନରରେ ପ୍ରସ୍ତୁତ କରନ୍ତୁ ମସରୁମ୍ କୋପ୍ତା

ମସରୁମ୍ କୋପ୍ତା ସ୍ବାଦିଷ୍ଟ ହେବା ସହିତ ପୌଷ୍ଟିକ ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମସରୁମ୍ କୋପ୍ତା

ସାମଗ୍ରୀ

ମସରୁମ୍ – ୩ କପ୍

ଆଳୁ – ୩

ଅଦା – ୧ ଚାମଚ

ରସୁଣ – ୪ କୋଲା

ଗରମ ମସଲା – ୧ ଚାମଚ

ଘିଅ – ୧/୨ ଚାମଚ

ତେଲ – ଆବଶ୍ୟକ ଅନୁସାରେ

ଧନିଆ ପତ୍ର -୨ ଚାମଚ

ଗ୍ରେଭି ପାଇଁ – ଖସଖସ୍ – ୧/୨ କପ୍, କାଜୁ – ୧ କପ୍, ରସୁଣ – ୯ କୋଲା, ଘିଅ – ୧ ଚାମଚ, କଳା ମରୀଚ ପାଉଡର – ୧ ଚାମଚ, ଚିନି – ୧/୨ ଚାମଚ, ଲୁଣ ସ୍ବାଦାନୁସାରେ, କଳା ମରୀଚ ପାଉଡର – ୧/୨ ଚାମଚ, କ୍ରୀମ – ୧ ଚାମଚ

ପ୍ରଣାଳୀ

ଆଳୁକୁ ସିଝାଇ ଚୋପା ଛଡାଇ ଦିଅନ୍ତୁ ଏବଂ ଆଳୁକୁ ଚକଟି ଦିଅନ୍ତି। ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ସେଥିରେ କଟା ଅଦା-ରସୁଣ ପକାନ୍ତୁ। ଏହି ପ୍ୟାନରେ କଟା ହୋଇଥିବା ମସରୁମ୍ ପକାନ୍ତୁ ଏବଂ ସୁନେଲୀ ହେବା ପର‌୍ୟ୍ୟନ୍ତ ଛାଣନ୍ତୁ। ଏକ ପାତ୍ରରେ ମସରୁମ୍, ଧନିଆ ପତ୍ର, ଆଳୁ, ଲୁଣ, କଳା ମରୀଚ ପାଉଡର, କର୍ଣ୍ଣଫ୍ଲୋର ଏବଂ ଗରମ ମସଲା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣରେ ଛୋଟ ଛୋଟ ଗୋଲା ବନାଇ କଡାରେ ତେଲ ଗରମ କରି ସୁନେଲୀ ରଙ୍ଗ ହେବା ପର‌୍ୟ୍ୟନ୍ତ ଛାଣନ୍ତୁ। ଗ୍ରେବୀ ପ୍ରସ୍ତୁତ କରିବା ପାଇଁ କାଜୁ, ଖସଖସ୍ ଏବଂ ରସୁଣକୁ ଅଧ ଘଣ୍ଟା ପର‌୍ୟ୍ୟନ୍ତ ପାଣିରେ ଭିଜାନ୍ତୁ ଏବଂ ଏହାପରେ ପେଷ୍ଟ ପ୍ରସ୍ତୁତ କରନ୍ତୁ। କଡାରେ ତେଲ ଗରମ କରନ୍ତୁ ଏବଂ ସେଥିରେ କାଜୁ ମିଶ୍ରଣ ପକାଇ ଭାଜନ୍ତୁ। ଲୁଣ, ଚିନି ଏବଂ କଳା ମରୀଚ ପାଉଡର ପକାଇ ମିଶାନ୍ତୁ। ତେଲ ଅଲଗା ହେବ ପର‌୍ୟ୍ୟନ୍ତ ଭାଜନ୍ତୁ। ଏବେ କଡାରେ ଅଳ୍ପ ପାଣି ମିଶାଇ ଗାଢ଼ ହେବା ପର‌୍ୟ୍ୟନ୍ତ ଗ୍ରେଭୀ ପ୍ରସ୍ତୁତ କରନ୍ତୁ। ଗ୍ରେମୀରେ କ୍ରୀମ ମିଶାଇ ମିଶ୍ରଣ କରନ୍ତୁ। ପ୍ରସ୍ତୁତ ହୋଇଥିବା କୋପ୍ତାକୁ ଗ୍ରେଭୀରେ ପକାଇ ଗ୍ୟାସ ଅଫ୍ କରଦିଅନ୍ତୁ। ରୁଟି କିମ୍ବା ନାନ୍ ସହିତ ଏହାକୁ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button