ଦେଶ- ବିଦେଶ

ଆପଣଙ୍କ ପିଲା ପାଠ ପଢୁ ନାହିଁ କି ତେବେ ପଢା ଘରେ ରଖନ୍ତୁ ଏହି ସବୁ ଜିନିଷ ଆଉ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଅନେକ ସମୟରେ ଦେଖାଯାଏ କି ପିଲା ମାନେ ଯେତେ କଠିନ ପରିଶ୍ରମ କରିଲେ ବି ତାର ପାଠ ଭଲ ହୁଏ ନାହିଁ । ଓ ତାକୁ ପରିଶ୍ରମର ଫଳ ଭଲ ଭାବେ ମିଳେ ନାହିଁ । କ୍ଯାରିୟର ଗଢିବାର ଅନେକ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ । ପିଲା ଯେତେ ପଢିଲେ ବି ତାର ମନେ ରୁହେନି । ତେବେ ଏହାର ମୁଖ୍ୟ କାରଣ ଘରେ ଥିବା ବାସ୍ତୁ ଦୋଷ ହୋଇଥାଏ । ଆଜି ଆମେ ଜାଣିବା ଏମିତି କିଛି ଟିପ୍ସ ବିଷୟରେ ଯାହାକୁ ବାସ୍ତୁ ଅନୁଯାୟୀ ଘରେ ରଖିଲେ ପିଲାଙ୍କର ପାଠ ପଢାରେ କିଛି ସମସ୍ଯା ରହିବା ନାହିଁ ।

ପଣ ମାନେ ଜାଣିଥିବେ ମା ସରସ୍ଵତୀ ହେଉଛନ୍ତି ବିଦ୍ୟାଧାତ୍ରୀ । ତାଙ୍କର ମୂର୍ତ୍ତି ପିଲାଙ୍କ ପଢା ଘରେ ରଖିଲେ ପିଲାଙ୍କୁ ମା ସରସ୍ଵତିଙ୍କ ଆଶୀର୍ବାଦ ମିଳିଥାଏ । ଯାହା ଫଳରେ ପିଲାଙ୍କର ପାଠ ଭଲ ହୋଇଥାଏ । ଏହା ସହ ଘରର ବାସ୍ତୁ ଦୋଷ ଦୂର ହୁଏ ଓ ପିଲା ମାନେ ଅନ୍ୟମନସ୍କ ରୁହନ୍ତିନି ।

2- ବୀଣା ; ଘରେ କୌଣସି ପିଲା ଯେତେ ପଢିଲେ ବି କିଛି ବି ପାଠ ମନେ ରହୁ ନାହିଁ ତେବେ ଘରେ ମା ସରସ୍ଵତୀଙ୍କ ନିକଟରେ ବୀଣା ରଖିବା ବୁଚିତ । ଏହା ଦ୍ଵାରା ସୁଖ ଶାନ୍ତି ଲାଭ ସହ ଘରେ ପଢୁଥିବା ପିଲାଙ୍କର ପାଠ ମନେ ରହିବ । ଏହା ପଢା ଘରର ନେଗେଟିଭ ଶକ୍ତି ଦୂର କରିଥାଏ । ଯାହା ଫଳରେ ପିଲାଙ୍କର କ୍ଯାରିୟରରେ ଉନ୍ନତି ହୋଇଥାଏ ।

3- ହଂସ : ହଂସ ର ମୁର୍ତ୍ତୀ ବା ଫୋଟୋ ଘରର ମୁଖ୍ୟ ଦ୍ଵାରରେ ରଖିଲେ ପିଲା ଅନ୍ୟମନସ୍କ ହୁଅନ୍ତି ନାହିଁ । ପାଠ ପଢାରେ ଅଧିକ ଧ୍ୟାନ ଦେଇଥାନ୍ତି । ହଂସ ମା ସରସ୍ଵତୀଙ୍କ ବାହନ ହୋଇ ଥିବାରୁ ବାସ୍ତୁ ଅନୁଯାୟୀ ଏହା ପାଠ ପଢା ପାଇଁ ଶୁଭ ହୋଇଥାଏ । ଏଣୁ ଘରେ ହଂସ ର ଫୋଟୋ ବା ମୂର୍ତ୍ତି ନିଶ୍ଚୟ ରଖିବା ଉଚିତ ।

4- ମୟୂର ପଙ୍ଖ : ଘରେ ମୟୂର ପୁଛ ରଖିଲେ ବହୁତ ଶୁଭ ହୋଇଥାଏ । କାରଣ ଏହା ଦ୍ଵାରା ଘରେ ନେଗେଟିଭ ଶକ୍ତି ପ୍ରବେଶ କରିପାରେ ନାହିଁ । ଏହା ସହ ପିଲାଙ୍କ ମନ ଶାନ୍ତ ରହିବା ସହ ମନରେ ଅନ୍ୟ କିଛି ଚିନ୍ତା ଆସେ ନାହିଁ । ପିଲାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଓ ପାଠ ପଢା ରେ ଉନ୍ନତି ଆସିବ । ଏଣୁ ମୟୂର ପଙ୍ଖ ଘରେ ରଖିବା ଉଚିତ ହୋଇଥାଏ ।

5- ପଦ୍ମ ଫୁଲ : ପଦ୍ମ ଫୁଲ ପିଲାଙ୍କ ପଢା ରେ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ । ପୂଜା ରେ ଅନ୍ୟ ଫୁଲ ସହ ପଦ୍ମ ଫୁଲର ବ୍ୟବହାର ନିଶ୍ଚୟ କରିବା ଉଚିତ । ଏହା ଦ୍ଵାରା ଶୁଭ ଫଳ ମିଳିଥାଏ । ପିଲା ମାନେ ମାନସିକ ଶାନ୍ତି ଅନୁଭବ କରିବା ସହ ଭଲ ପାଠ ମଧ୍ୟ ପଢିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button