ସ୍ୱାସ୍ଥ୍ୟ

ଶରୀର ପାଇଁ ଲାଭଦାୟକ ହୋଇଥାଏ ‘ଚେରି’, ଦେଇଥାଏ ଅନେକ ଫାଇଦା

ଚେରି ଏକ ଏମିତି ଫଳ ଯାହା ସମସ୍ତଙ୍କୁ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହା ଅତ୍ୟଧିକ ମିଠା ହେଇଥିବାରୁ ଏହା ଖାଇଲେ ଶରୀରକୁ କ୍ଷତି ପହଞ୍ଚାଇଥାଏ ବଲି ଅନେକ ଭାବନ୍ତି। ହେଲେ ଏହା ଭୁଲ ଭାବନା, କାରଣ ଚେରିରେ ଏମିତି କିଛି ବି ଉପାଦାନ ନାହିଁ ଯାହା ଶରୀରକୁ କ୍ଷତି ପହଞ୍ଚାଇବ ବରଂ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଚେରିରେ କଣ ରହିଛ ଉପକାରିତା ଆସନ୍ତୁ ଜାଣିବା।

୧) ଚେରିରେ ଏମିତି ଉପାଦାନ ରହିଛି ଯାହାକି ସହଜରେ ମୁହଁରେ ବାର୍ଦ୍ଧକ୍ୟପଣ ଆସିବାକୁ ଦିଏ ନାହିଁ। ନିୟମିତ ଚେରି ଖାଉଥିଲେ ସ୍କିନର ଉଜ୍ଜଳତା ସେମିତି ବଜାଇ ରହେ।

୨) ସକାଳେ ଓ ସନ୍ଧ୍ୟାରେ ଚେରି ଜୁସ୍ ପିଇବା ଦ୍ବାରା ଭଲ ନିଦ ଆସେ ବୋଲି ଏକ ଗବେଷଣାରୁ ଜଣା ପଡିଛି। କାରଣ ଚେରି ଜୁସ୍‌ ଆପଣଙ୍କ ନିଦକୁ ୧ଘଣ୍ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବଢାଇବାରେ ସାହାଯ୍ୟ କରେ। ୫୦ରୁ ‌ଉର୍ଦ୍ଧ ବୟସର ଲୋକଙ୍କ ପାଇଁ ଏହି ଚେରି ଜୁସ୍ ବେଶ୍ ଲାଭଦାୟକ।

୩) ହୃଦ୍‌ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଏହି ଚୋରି। ଏହାକୁ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରୁହେ ଯାହା ଫଳରେ ହୃଦ୍‌ଘାତର ସମ୍ଭାବନା କମ୍‌ ଥାଏ।

୪)ଆପଣଙ୍କ ଶରୀରର ଓଜନ କମ କରିବାକୁ ଚାହୁଁଥିଲେ ଚେରି ଖାଇପାରିବେ ଓ ଏହାକୁ ଖାଇ ଆପଣଙ୍କ ଭୋକ ମେଣ୍ଟାଇ ପାରିବେ। କାରଣ ଚେରିରେ ମୋଟାପଣ ବଢାଇବା ପାଇଁ କୌଣସି ବି ଉପାଦାନ ନାହିଁ । ଏହା ଶରୀରର ମେଟାବୋଲିଜିମକୁ ଆକ୍ଟିଭ କରିଥାଏ। ଯାହା ଫଳରେ ଓଜନ ବଢିନଥାଏ।

୫) ବିଶେଷ କରି ବର୍ଷାଦିନେ ଏହି ଚେରି ଶରୀରକୁ ବେଶି ଫାଇଦା ଦେଇଥାଏ। ଚେରିରେ ଥିବା କାର୍ବୋହାଇଡ୍ରେଟ,ଭିଟାମିନ ଏ, ବି,ସି, ବିଟା କିରୋଟିନ୍, କ୍ୟାଲସିୟମ ଏବଂ ପୋଟାସିୟମ ଶରୀରକୁ ସୁସ୍ଥ ରଖିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button