ଦେଶ- ବିଦେଶ

ବର୍ଷାଦିନେ ନିଜ ତ୍ବଚାର ଯତ୍ନ ନିଅନ୍ତୁ ଏପରି, ଦେଖାଯିବେ ଆହୁରି ସୁନ୍ଦର

ଏବେ ବର୍ଷା ଆରମ୍ଭ ହୋଇଯାଇଛି। ଆଉ ଏହି ସମୟରେ ଘରୁ ବାହାରିବାରେ ବହୁତ ସମସ୍ୟା ହୋଇଥାଏ। ବର୍ଷାଦିନରେ ଆମକୁ ବହୁତ ସତର୍କତାର ସହିତ ଚଳିବାକୁ ପଡିଥାଏ। କାରଣ ଏହି ସମୟରେ ଅଧିକ ରୋଗ ହେବାର ଆଶଙ୍କା ରହିଥାଏ। ବର୍ଷା ଦିନରେ ଆମକୁ ନିଜ ତ୍ୱଚା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ ବର୍ଷା ଦିନେ କିଭଳି ନେବେ ନିଜ ତ୍ୱଚାର ଯତ୍ନ।

-ବର୍ଷା ଦିନରେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହି ସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ବଚା ଠିକ ରହିଥାଏ।

rainy tips-ଦିନରେ ଅତି କମରେ ତିନି ଥର ମୁହଁକୁ ଭଲ ଭାବେ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଚର୍ମ ଭଲ ରହିବା ସହିତ ଅପରିଷ୍କାର ପଦାର୍ଥ ବାହାରି ଯାଇଥାଏ। ବର୍ଷା ପାଣି ଚର୍ମରେ ପଡ଼ିବା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ। ଧ୍ୟାନ ରଖନ୍ତୁ ବର୍ଷାରେ ଓଦା ହେବା ପରେ ତୁରନ୍ତ ଭଲ ଭାବେ ଧୋଇ ହେବା ଆବଶ୍ୟକ।

-ବଦହଜମି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ୨ ରୁ ୩ ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥ ମଧ୍ୟ ପିଅନ୍ତୁ।

-ବର୍ଷା ଦିନରେ ସପ୍ତାହକୁ ୨ଥର ନିଶ୍ଚୟ ସାମ୍ପୁ ଓ କଣ୍ଡିସନର କେଶରେ ଲଗାଇ ଦିଅନ୍ତୁ। ଏହାସହ ସପ୍ତାହକୁ ଥରେ ତେଲ ଲଗାଇବା ଆବଶ୍ୟକ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button