ରାଜ୍ୟ

ସିଝା ବାଦାମ କେବଳ ଟାଇମ ପାସ୍ ଖାଦ୍ୟ ନୁହେଁ, ବରଂ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା

ବସ୍ ଓ ଟ୍ରେନ ଯାତ୍ରା ହେଉ କିମ୍ବା ସିନେମା ହଲ୍ ଅନେକ ଲୋକ ଟଇମ ପାସ କରିବା ପାଇଁ ବାଦାମ ଖାଇବାକୁ ପସନ୍ଦ କରନ୍ତି।କିନ୍ତୁ ଏଥିରେ ଯେଉଁ ଔଷଧୀୟ ଗୁଣ ରହିଛି ତାହା ହୁଏତ ଅନେକଙ୍କୁ ଜଣା ନଥିବ। ତେବେ ଏହି ବାଦମରେ କେଉଁ କେଉଁ ଉପାଦେୟ ଗୁଣ ରହିଛି ଆସନ୍ତୁ ଜାଣିବା।

ସାଧରଣତଃ ବାଦମରେ ଅନେକ ପରିମାଣର ପୌଷ୍ଟିକ ଗୁଣ ଭରପୁର ହୋଇଥାଏ। ଏହାକୁ ଭାଜିକି ଖାଇବା ବଦଳରେ ସିଝାଇ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ। ୧୦୦ଗ୍ରାମ ବାଦାମରେ ୨୮୦ କ୍ୟାଲୋରୀ ଥାଏ ବୋଲି ଗବେଷକ ମାନେ ମତ ଦିଅନ୍ତି। ସିଝା ବାଦାମ ଖାଇଲେ ଆମକୁ କିଛି ଶକ୍ତି ମିଳେ ଓ ଶରୀର ଫୁର୍ତ୍ତି ହୋଇଥାଏ। ସିଝା ବାଦାମକୁ ଯଦି ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପରେ ଖାଆନ୍ତି ତେବେ ଏହା ଆପଣଙ୍କ ଓଜନ କମେଇବାରେ ସାହଯ୍ୟ କରିବ।

ଗବେଷକଙ୍କ ମତରେ ବାଦମରେ ହାଇ ଫାଇବର ଥାଏ ଯାହା ଦ୍ବାରା କୁଷ୍ଠ କାଠିନ୍ୟ ସ  ମସ୍ୟା ହୃଦରୋଗ ଇତ୍ୟାଦି ରହିନଥାଏ। ଏହା ସହ ପେଟର ଅନ୍ତନଳୀ ସଫା ରଖିବା,ଖାଦ୍ୟ ହଜମ ହେବା, ଶରୀରର ମେଟାବୋଲିଜିମକୁ କଣ୍ଟ୍ରୋଲ କରିବା ଉତ୍ୟାଦି ଉତ୍ତମ ଗୁଣ ରହିଥାଏ ସିଝାବାଦାମରେ। ଯାହା ମାଧ୍ୟମରେ ଶରୀରର ଅତ୍ୟଧିକ ଚର୍ବି ମଧ୍ୟ କମ ହୋଇଥାଏ। ବିଶେଷ କରି ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ଅତ୍ୟନ୍ତ ସହାୟକ ହୋଇଥାଏ ଏହି ସିଝାବାଦାମ।

ଏହି ସିଝାବାଦାମରେ ଏମିନୋ ଏସିଡ ଏବଂ ପ୍ରୋଟିନ ଅଧିକମାତ୍ରାରେ ରହିଥାଏ ଯାହା ମାଂସପେଶୀକୁ ଟାଣ କରିବା ସହ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ସହିତ ଲୋହିତ ରକ୍ତ କଣିକା ଓ ଫୋଲେଟ ଏବଂ ଫଲିକ୍ ଏସିଡକୁ ବୃଦ୍ଧି କରିବାର ସାମର୍ଥ୍ୟ ରହିଛି ଏହି ସିଝା ବାଦାମରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button