ସ୍ୱାସ୍ଥ୍ୟ

ଶରୀରରେ କୋଲେଷ୍ଟ୍ରଲର ସ୍ତର କମ କରିଥାଏ ଏହି ୫ଟି ଫଳ

ଶରୀରରେ କୋଲେଷ୍ଟ୍ରଲର ସଂଯୋଗ ଛାତି ସହ ରହିଥାଏ। ଯଦି ଥରେ କୋଲେଷ୍ଟ୍ରଲ ହୋଇଯାଇଥାଏ, ତେବେ ଖାଇବା ସମୟରେ ସାବଧାନ ରହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦେବା ଉଚିତ। ଏହାକୁ କମ କରିବା ପାଇଁ ଅନେକ ପ୍ରକାର ଖାଦ୍ୟ ପଦାର୍ଥକୁ ଭୋଜନରେ ସାମିଳ କରିପାରିବେ। କୋଲେଷ୍ଟ୍ରଲ ଏକ ଭାସଯୁକ୍ତ ତତ୍ତ୍ବ, ଯାହାକୁ ଲିଭର ଉତ୍ପାଦନ କରିଥାଏ। କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ କରିବା ପାଇଁ ମସଲା ଯୁକ୍ତ ଖାଦ୍ୟ ଅଳ୍ପ ମାତ୍ରାରେ ସେବନ କରିବା ଉଚିତ। ତେବେ ଏପରି ୫ଟି ଫଳ ରହିଛି ଯାହା ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ କଣ ସେହି ଫଳ।

ନାସପାତି:

ନାସପାତିର ପାଣିରେ ଘୁଲନଶୀଲ ପୌକ୍ଟିକ ଫାଇବର ରହିଥାଏ, ଯାହା ସେଲୁଲୋଜର ସ୍ତରକୁ ନିୟନ୍ତ୍ରିତ କରିଥାଏ। ସୁସ୍ଥ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ବ ନାସପାତିରେ ରହିଥାଏ। ପ୍ରାକୃତିକ ଭିଟାମିନ, ମିନେରାଲ, ଏଞ୍ଜାଇମ ଏବଂ ଆଣ୍ୟିଅକ୍ସିଡେଣ୍ଟ ମଧ୍ୟ ରହିଥାଏ, ଯାହା ଶରୀରରୁ ବେକାର କୋଲେଷ୍ଟ୍ରଲକୁ କମ କରିଥାଏ।

naspatiସେଓ:

ଶରୀରର ପାଇଁ ଅତି ଲାଭଦାୟକ କୁହାଯାଉଥିବା ସେଓରେ ପ୍ରୋଟିନ ଏବଂ ଭିଟାମିନ ପ୍ରଚୁର ମାତ୍ରାରେ ରହିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ରକ୍ତଚାପ ମଧ୍ୟ ଦୂର ହୋଇଥାଏ। ସେଓ ରକ୍ତରେ କୋଲେଷ୍ଟ୍ରଲର ସ୍ତର ମଧ୍ୟ କମ କରିଥାଏ।

ଲେମ୍ବୁ:

ଖଟା ଫଳରେ ଏଭଳି ଏଜାଇମ୍ସ ରହିଥାଏ, ଯାହା ମେଟାବାଲିଜମ ପ୍ରକ୍ରିୟାକୁ ଶୀଘ୍ର କରି କୋଲେଷ୍ଟ୍ରଲ କମ କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁରେ ଥିବା ଫାଇବର ଖାଦ୍ୟରେ ଥିବା ବେକାର କୋଲେଷ୍ଟ୍ରଲକୁ ରକ୍ତରେ ମିଶିବାକୁ ରୋକିଥାଏ। ଏଥିରେ ଥିବା ଭିଟାମିନ-ସି ରକ୍ତବାହିକା ନଳିଗୁଡିକୁ ସଫା କରିଥାଏ।

tamato1ଟମାଟୋ:

ଏହାକୁ ଖାଇବା ଦ୍ବାରା ହାର୍ଟ ଷ୍ଟ୍ରୋକ୍ ର ଭୟ ଦୂର ହୋଇଥାଏ। ଏହା ରକ୍ତ ବାହୀନିରେ ଜମାଟ ବାନ୍ଧିବାକୁ ରୋକିଥାଏ। ଯାହାଦ୍ବାରା ହାର୍ଟ ଷ୍ଟ୍ରୋକ୍ ଭଳି ଗମ୍ଭୀର ରୋଗର ଭୟ ଦୂର ହୋଇଥାଏ।

ଅମୃତଭଣ୍ଡା:

ଛାତି ସମସ୍ୟା ଥିବା ଲୋକମାନଙ୍କ ପାଇଁ ଅମୃତଭଣ୍ଡା ଖୁବ୍ ଳାଭକାରୀ ହୋଇଥାଏ। ଏଥିରେ ଫାଇବର, ଭିଟାମିନ-ସି ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଶରୀରରେ ଥିବା ରକ୍ତ ଶିରାଗୁଡିକରେ କୋଲେଷ୍ଟ୍ରଲକୁ ପ୍ରବେଶ କରିବାକୁ ଦେଇନଥାଏ। କୋଲେଷ୍ଟ୍ରଲ ହେବା ଦ୍ବାରା ଛାତିରେ ସମସ୍ୟା ଦେଖାଯିବା ସହ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ଯା ଦେଖାଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button