ରାଜ୍ୟ

ମାତ୍ର ୨ ମିନିଟରେ ନୂଆ ପରି ଚମକି ଉଠିବ ପୁରୁଣାରୁ ପୁରୁଣା ବାଲଟି ଏବଂ ମଗ୍ , ଆପଣାନ୍ତୁ ଏହି ଘରୋଇ ଉପାୟ

ଆମ ସମସ୍ତଙ୍କ ଘରେ ଗୋଟିଏ ଜିନିଷ ସାଧାରଣ ଥାଏ । ତାହା ହେଉଛି ପ୍ଲାଷ୍ଟିକ୍ ବାଲଟି, ମଗ୍ କିମ୍ବା ଟବ୍ । ଏହା ସେ ଜିନିଷ ଯାହା ସମସ୍ତଙ୍କ ଘରେ ନିଶ୍ଚୟ ଦେଖିବାକୁ ମିଳେ । ତେଣିକି ତାହା କୌଣସି ଫ୍ୟାମିଲିର ଘର ହେଉ ବା ବ୍ୟାଚେଲରର । ଏସବୁ ଜିନିଷର ବ୍ୟବହାର ତ ସମସ୍ତେ କରନ୍ତି ।

ଯେହେତୁ ବାଲଟି ଏବଂ ମଗର ବ୍ୟବହାର ସବୁଠାରୁ ଅଧିକ କରାଯାଏ ତେଣୁ ବହୁତ୍ ଶୀଘ୍ର ଏହା ଅପରିଷ୍କାର ହୋଇଯାଏ । ଏହା ବ୍ୟତୀତ ଅନେକ ପ୍ରକାର ଚିହ୍ନ ମଧ୍ୟ ହୋଇଯାଏ , ଯାହା ସହଜରେ ଯାଏ ନାହିଁ । ଯଦି ଆପଣଙ୍କର ବି ଏହି ସମସ୍ୟା ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏହାର ଏକ ସହଜ ବାଟ ବତାଇବୁ । ଯାହାକୁ ବ୍ୟବହାର କରି ମାତ୍ର ୨ ମିନିଟରେ ଆପଣଙ୍କ ବାଲଟି ମଗ୍ ଚମକାଇ ପାରିବେ ।

ବେକିଙ୍ଗ୍ ସୋଡା ଏବଂ ଭିନେଗାର୍ ପେଷ୍ଟ :

ଏହି ପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ଅବଶ୍ୟକ ବେକିଙ୍ଗ୍ ସୋଡା ଏବଂ ଭିନେଗାର । ତେବେ ଏହା ସାଧାରଣ ଜିନିଷ ହୋଇଥିବାରୁ ପ୍ରାୟ ସମସ୍ତଙ୍କ ଘରେ ଏହା ନିଶ୍ଚୟ ମିଳିଯିବ ।

ପ୍ରଥମେ ଯେଉଁ ପ୍ଲାଷ୍ଟିକ୍ ଆଇଟମ୍ ସଫା କରିବାକୁ ଚାହୁଁଛନ୍ତି ତାର ସାଇଜ୍ ହିସାବରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯଦି ଛୋଟ ପ୍ଲାଷ୍ଟିକ୍ ମଗ୍ ସଫା କରିବାକୁ ଚାହୁଁଛନ୍ତି ତେବେ ଏକ ଚାମଚ୍ ବେକିଙ୍ଗ୍ ସୋଡା ଏବଂ ଦୁଇ ଚାମଚ ଭିନେଗାର୍ ନିଅନ୍ତୁ । ଧ୍ୟାନ ରଖନ୍ତୁ ଯେ ଏହି ପେଷ୍ଟ ଅଧିକ ଗାଢା କିମ୍ବା ଅଧିକ ପତଳା ନହେବା ଉଚିତ୍ ।

ଏହା ପରେ ଏହି ପେଷ୍ଟକୁ ଏକ ସ୍କ୍ରବରରେ ଲଗାନ୍ତୁ । ଏହା ପରେ ଧୀରେ ଧୀରେ ରଗଡି ବାଲିଟି ଏବଂ ମଗକୁ ସଫା କରନ୍ତୁ । ଯେଉଁଠାରେ ଅଧିକ ଅପରିଷ୍କାର ହୋଇଛି ସେଠାରେ ଏହି ପେଷ୍ଟକୁ ଅଧିକ ଲଗାନ୍ତୁ । ପ୍ରାୟ ୨ ମିନିଟ୍ ଯାଏଁ ପର‌୍ୟ୍ୟନ୍ତ ଭଲ ଭାବରେ ରଗଡି ସଫା କରନ୍ତୁ । ଦେଖିବେ ପୁରୁଣା ବାଲଟି ନୂଆ ପରି ଚମକି ଉଠିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button