ଦେଶ- ବିଦେଶ

ସାବଧାନ! କଣ ଆପଣ ମଧ୍ୟ ରହୁଛନ୍ତି ଆପାର୍ଟମେଣ୍ଟରେ, ହୋଇପାରେ ଡାଇବେଟିଜ୍ ଏବଂ ହୃଦରୋଗ

ମେଟ୍ରୋ ସିଟିଜରେ ଜମି ମହଙ୍ଗା ହେବା କାରଣରୁ ଲୋକମାନେ ଆପାର୍ଟମେଣ୍ଟରେ ରହିବାକୁ ପସନ୍ଦ କରୁଛନ୍ତି। ବୋଧହୁଏ ଏହି କାରଣରୁ ଶହରରେ ଆପାର୍ଟମେଣ୍ଟ କଲଚର୍ ବଢ଼ିଚାଲିଛି। କିନ୍ତୁ କଣ ଆପଣ ଜାଣନ୍ତି ବହୁମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଡାଇବେଟିଜ୍ ଏବଂ ହୃଦରୋଗର ଭୟ ଅଧିକ ଦେଖବିବାକୁ ମିଳିଥାଏ। ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଉଚ୍ଚ ମହଲାରେ ରହିବା କାରଣରୁ ସେମାନେ ପ୍ରକ୍ରୁତି ଠାରୁ ବହୁତ ଦୂରରେ ରହିଯାଉଛନ୍ତି। ଏହି କାରଣରୁ ସେମାନଙ୍କ ଉପରେ ପ୍ରଦୂଷଣର ପ୍ରଭାବ ସବୁଠୁ ଅଧିକ ହୋଇଥାଏ।

ରିସର୍ଚ୍ଚରେ ଆପାର୍ଟମେଣ୍ଟରେ ରହୁଥିବା ବ୍ୟକ୍ତି ଏବଂ ପ୍ରଦୂଷଣରୁ ପ୍ରଭାବିତ ଲୋକଙ୍କୁ ନେଇ ରିସର୍ଚ୍ଚ କରାଯାଇଥିଲା। ଏହି ରିସର୍ଚ୍ଚରୁ ଜଣାପଡିଲା ଯେ ଆପାର୍ଟମେଣ୍ଟରେ ରହୁଥିବା ଅଧିକାଂଶ ଲୋକ ପ୍ରାକ୍ରୁତିକ ବାତାବରଣରେ ରହି ପାରୁ ନାହାନ୍ତି ଏବଂ ତାଙ୍କ ଆଖପାଖରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଲ। ଏହି କାରଣରୁ ଏମିତି ଲୋକ ଶୀଘ୍ର ଅବସାଦ ଗ୍ରସ୍ଥ ହୋଇଯାଆନ୍ତି ଏବଂ ଏଥିରେ ମେଟାବୋଲିକ୍ ସିଣ୍ଡ୍ରୋମର ମଧ୍ୟ ଭୟ ରହିଥାଏ।

heart attckଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ମଧ୍ୟରେ ଟ୍ରାଇଗ୍ଲିସରାଇଡର ସ୍ତର ବଢ଼ି ଯାଇଥାଏ ଏବଂ ଲିପୋପ୍ରୋଟୀନ କୋଲେଷ୍ଟ୍ରଲ ବହୁତ କମ୍ ହୋଇଯାଇଥାଏ। ଏହି କାରଣରୁ ଲୋକ ଡାଇବେଟତିଜ୍ ଏବଂ ମୋଟାପଣର ଶିକାର ହୋଇଥାନ୍ତି। ଏହାପୂର୍ବରୁ ଅନ୍ୟ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ ବିକାସଶୀଳ ଦେଶରେ ଅଧିକାଂଶ ଲୋକଙ୍କ ମ୍ରୁତ୍ୟୁ ହୃଦଘାତ ଏବଂ ହୃଦରୋଗ କାରଣରୁ ହୋଇଛି।

ଉଚ୍ଚ ରକ୍ତଚାପ ଏବଂ ମେଟାବଲିଜିମ୍ ସିଣ୍ଡ୍ରୋମ୍ ହୃଦରୋଗର ମୁଖ୍ୟ କାରଣ ବୋଲି କୁହାଯାଏ। ଅନୁସନ୍ଧାନକାରୀଙ୍କ କହିବାକଥା ଯେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପାର୍ଟମେଣ୍ଟରେ ରହୁଥିବା ଅଧିକାଂଶ ଲୋକ ନିଜ ଆଖପାଖରେ ଗଛ ଲତା ଲଗାଇବା ଉଚିତ। କାରଣ ଏହା ଦ୍ବାରା ବାୟୁ ପ୍ରଦୂଷଣ କମ୍ ହୋଇଥାଏ ଏବଂ ବାୟୁରେ ଅମ୍ଳଜାନର ସ୍ତର ଅଧିକ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button