ରାଜ୍ୟ

ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଛନ୍ତି କଳିଯୁଗର କିଛି ଏମିତି 5 ସତ୍ୟ ଯାହା ଆପଣ ଆଗରୁ କେବେ ଜାଣି ନଥିବେ -Krishna Vani

ମହାଭାରତ କେବଳ ହିନ୍ଦୁ ଧର୍ମର ଗ୍ରନ୍ଥ ନୁହେଁ ସମସ୍ତ ମାନବ ଜାତିର ଗ୍ରନ୍ଥ ଅଟେ । ପ୍ରତେକ ମଣିଷକୁ ମହାଭାରତ ପଢିବା ଉଚିତ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହାଭାରତର ଥିବା କିଛି ସତ୍ୟତା ବିଷୟରେ କହିବାକୁ ଯାଉଛୁ । ଯେତେବେଳେ ପାଣ୍ଡବମାନେ ବନବାସକୁ ଯାଉଥିଲେ ସେତେବେଳେ ଦ୍ଵାପର ଯୁଗର ସମୟ ଶେଷ ହେଉଥିଲା । ସେତେବେଳେ ସେମାନେ ଭଗବାନ ଶ୍ରୀ କୃଷ୍ଣଙ୍କୁ କଳିଯୁଗର ଗତିବିଧି କିପରି ହେବ ବୋଲି ପ୍ରଶ୍ନ କରିଥିଲେ । ଭଗବାନ କୃଷ୍ଣ ଉତ୍ତରରେ କହିଥିଲେ ଯେ “ତୁମେ ପାଞ୍ଚ ଭାଇ ବନକୁ ଯାଇ ସେଠାରେ ଯାହା ଦେଖିବା ମୋତେ ଆସି କହିବ ।

ଏହାର ପ୍ରଭାବ କଳି ଯୁଗ ଉପରେ କଣ ରହିବ ସେ କଥା ମୁ ତୁମମାନଙ୍କୁ ଜଣାଇବି “। ସେହି ପାଞ୍ଚ ଭାଇ ବନରେ ଏମିତି କିଛି ଦେଖିବାକୁ ପାଇଲେ ଯାହାକୁ ଦେଖି ସେମାନେ ଆଚମ୍ବିତ ହୋଇପଡି ଭଗବାନ କୃଷ୍ଣଙ୍କ ପାଖକୁ କହିବାକୁ ଆସିଲେ । ପ୍ରଥମେ ଯୁଧିଷ୍ଠିର କହିଥିଲେ ଯେ ମୁ ବନରେ ୨ଟି ଶୁଣ୍ଢ ଥିବା ହାତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଉତ୍ତରରେ ବାସୁଦେବ କହିଲେ ଏହିଭଳି ଦ୍ରୁଶ୍ଯ କଳିଯୁଗରେ ଦେଖାଯିବ । କଳିଯୁଗର ଲୋକଙ୍କ ମନରେ, କର୍ମରେ ଓ ବଚନରେ କିଛି ପରିବର୍ତ୍ତନ ଦେଖାଯିବ ।

ଏହି ମାନେ କଳିଯୁଗରେ ରାଜ କରିବେ । ଏହା ପରେ ଅର୍ଜୁନ କହିଲେ ଗୋଟେ ପକ୍ଷୀର ପରରେ “ବେଦ” ଲେଖାଥିଲା । କିନ୍ତୁ ସେ ପକ୍ଷୀ ମରିଥିବା ମଣିଷର ମାଂସ ଖାଉଥିଲା । ଏହାର ଉତ୍ତରରେ ଭଗବାନ କହିଥିଲେ କଳିଯୁଗରେ ଏଭଳି ଲୋକମାନେ ରହିବେ ଯେଉଁମାନେ ଉପର ମନରୁ ସାଧୁ ହେବାର ଅଭିନୟ କରିବେ କିନ୍ତୁ ଭିତର ମନରୁ ରାକ୍ଷସ ହୋଇଥିବେ । ସେମାନେ ବିଦ୍ଵାନ ଓ ଜ୍ଞାନୀ ହୋଇଥିବେ । ସେମାନେ ମଣିଷର ମରଣ ହେଲେ କେମିତି ତାର ସମ୍ପତି ପାଇ ପାରିବେ ଚିନ୍ତା କରିଥାନ୍ତି ।

ଏହା ପରେ ଭୀମ କହିଥିଲେ ଯେ ଗୋଟେ ଗାଈ ନିଜ ଛୁଆକୁ ଗେଲ କରିବା ବେଳେ ତା ଛୁଆ ରକ୍ତରେ ଲହୁଲୁହାଣ ହେଇଗଲା । ଉତ୍ତରରେ ଭଗବାନ କହିଲେ କଳି ଯୁଗରେ ମା ଓ ତା ଛୁଆ ଭିତରେ ଭଲ ପାଇବା ଏତେ ବଢିଯିବ ଯେ ସେ ତାର ବିକାଶ ବୃଦ୍ଧି କରିବାକୁ ସୁଯୋଗ ପାଇବ ନାହି । ମୋହମାୟାରେ ଗୃହସ୍ଥି ନଷ୍ଟ ହୋଇଯିବ । ଅର୍ଜୁନଙ୍କ ପରେ ସହଦେବ ପଚାରିଲେ ପାଞ୍ଚ ସାତ କୂଅ ଭିତରେ ଗୋଟେ ବଡ କୂଅ ଖାଲି ରହିଛି । ଉତ୍ତରରେ ଶ୍ରୀ କୃଷ୍ଣ କହିଲେ ଯେ କଳି ଯୁଗରେ ଲୋକମାନେ କୌଣସି ଉଶ୍ଚବରେ ଅଧିକ ପଇସା ଖର୍ଚ୍ଚ କରିବେ କିନ୍ତୁ ଦୁଖୀ ଲୋକମାନେ ଭୋକରେ ଛଟପଟ ହେଉଥିଲେ ମଧ୍ୟ ସେମାନଙ୍କୁ ଖାଇବାକୁ ଦେବେ ନାହି ।

କଳି ଯୁଗରେ ଅର୍ଣ୍ଣ ଭଣ୍ଡାର ଥିଲେ ମଧ୍ୟ ଲୋକମାନେ ଭୋକରେ ମରିଯିବେ । ସହଦେବଙ୍କ ପରେ ନକୁଳ କହିଲେ ଯେ ଗୋଟେ ବଡ ପଥର ବାଜି ଗଛ ସବୁ ପଡିଯାଉଛି କିନ୍ତୁ ଗୋଟେ ଛୋଟ ଗଛ ପଥରରେ ବାଜି ରହିଯାଉଛି । ଉତ୍ତରରେ ଭଗବାନ କହିଲେ ଯେ କଳି ଯୁଗରେ ମନ୍ୟୁଷର ବୁଦ୍ଧି ଭ୍ରଷ୍ଟ ହୋଇଯିବ । ତାର ଜୀବନ ପତ୍ର ସହ ସମାନ ହୋଇଯିବ ଯାହାକୁ କୌଣସି ବଡ ବୃକ୍ଷ ମଧ୍ୟ ରୋକିପାରିବ ନାହି । ଶେଷରେ ଶ୍ରୀ କୃଷ୍ଣ କହିଥିଲେ ଯେ କଳି ଯୁଗରେ ହରି ନାମ ଜପିଲେ ମଣିଷର ସମସ୍ତ ପାପ ଧୋଇ ହେଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button