ଦେଶ- ବିଦେଶ

ମାଂସ ଦୋକାନ ପାଇଁ ଦୁଇ ଭାଇଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ମାଂସ ଦୋକାନ ପାଇଁ ଦୁଇ ବେପାରୀଙ୍କ ମଧ୍ୟରେ ଆରମ୍ଭ ହେଲା ବିବାଦ । କଥା ଏତେ ବଢ଼ିଗଲା ଯେ ବିବାଦ ହତ୍ୟାର ରୂପ ନେଲା । ସମସ୍ତେ ଚାହାନ୍ତି ବେପାରରେ ଭଲ ଲାଭ ହେଉ କିନ୍ତୁ ବେପାରରେ ଯଦି ପ୍ରତିଦ୍ୱନ୍ଦୀ ଆସିଯାଏ ତେବେ ବେପାର ମାନ୍ଦା ହୋଇଯାଏ । ସମାନ ଭାବେ ଦୁଇ ଦୋକାନୀଙ୍କ ମଧ୍ୟରେ ନିଜ ନିଜ ଦୋକାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

କିନ୍ତୁ ଏହି ବିବାଦରେ ଦୁଇ ଜଣଙ୍କ ଜୀବନ ଯିବ କେହି କେବେ କଳ୍ପନା ବି କରି ନଥିଲେ । ବେପାର ଲୋଭରେ ଦୁଇ ଭାଇଙ୍କ ହତ୍ୟା କଲା ଅନ୍ୟ ଏକ ଦୋକାନୀ । ପରିବାର ଲୋକେ କେହି କିଛି ବୁଝିବା ପୂର୍ବରୁ ଘରେ ୧୭ ଜଣ ପଣିଗଲେ । ଆଉ ଘରେ ପଶି ବନ୍ଧୁକରେ ଧଡ଼ାଧଡ଼ ଗୁଳି ମାରିଚାଲିଲେ ଅଭିଯୁକ୍ତ । ପ୍ରାଣ ବିକଳରେ ପରିବାର ଲୋକ ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥାନ୍ତି । କିନ୍ତୁ ଗୁଳି ଶବ୍ଦ ଏତେ ଜୋର ଥିଲା ଯେ କେହି ଭୟରେ ସାହାଯ୍ୟ ପାଇଁ ଆସିଲେନି । ଅତି ନିର୍ମମ ଭାବେ ଦୁଇ ଭାଇଙ୍କ ଜୀବନ ନେଇ ଚାଲିଗଲେ ୧୭ ଜଣ ଅଭିଯୁକ୍ତ ।

ମଧ୍ୟପ୍ରଦଶେର ଶିବପୁରୀରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମୃତକ ବିଜୟ ଗାଭରି ଏବଂ ଅଜୟ ଗାଭରି ବହୁ ର୍ବଷ ଧରି ପିଛୋର ଥାନା ଅଞ୍ଚଳରେ ଏକ ମାଂସ ଦୋକାନ ଚଳାଉଥିଲେ । କିନ୍ତୁ ନିକଟରେ ଅନ୍ୟ ଜଣେ ବ୍ୟବସାୟୀ ଶେର ସିଂହ ଗାଭରୀ ଓ ତା ପୁଅ ଉକ୍ତ ସ୍ଥାନରେ ଆଉ ଏକ ନୂଆ ଦୋକାନ ଖୋଲିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହେଲା ।

କିନ୍ତୁ ଗତକାଲି ରାତିରେ ଏହି ମାମଲାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ବଢ଼ିଗଲା । ବିବାଦ ପରେ ଅଜୟ ଏବଂ ବିଜୟ ଘରକୁ ଆସିଥିଲେ। କିନ୍ତୁ ଶେର ସିଂହ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା । ରାଗରେ ବିଜୟ ଓ ଅଜୟଙ୍କୁ ମାରିବା ପାଇଁ ପ୍ଲାନ କଲା । ଆଉ ଠିକ୍‌ ରାତି ୮ ଟାରେ ଶେର ସିଂ ସହ ପ୍ରାୟ ୧୭ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ସେମାନଙ୍କ ଘରେ ପହଞ୍ଚିଲେ । କେହି କିଛି ବୁଝିବା ପୂର୍ବରୁ ଅଜୟ ଓ ବିଜୟଙ୍କ ଉପରେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ସାଗର, ସାନ୍ତୋଶ, ଅମର, ମନୀଷ, ସୌରଭ ଗାଭରୀ ଏବଂ ତା ବାପା ଶେର ସିଂ ସମେତ ୧୭ ଜଣ ଅଜୟ ଏବଂ ବିଜୟଙ୍କ ଘରେ ପହଞ୍ଚିଥିଲେ ।

ଅଭିଯୁକ୍ତମାନେ ପ୍ରଥମେ ଦୁଇ ଭାଇଙ୍କୁ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଡ ମାରିଥିଲେ । ଏତିକିରେ ମନ ନବୁଝିବାରୁ ଅଜୟ ଏବଂ ବିଜୟଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ହତ୍ୟା ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା କିନ୍ତୁ ଡାକ୍ତର ସମୋନଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button