ସ୍ୱାସ୍ଥ୍ୟ

ନିଦ ଆସିବାରେ ସମସ୍ଯା ହେଉଥିଲେ କେବଳ ଏହି ମଞ୍ଜିକୁ ଭାଜିକି ଖାଆନ୍ତୁ, ଏମିତି ନିଦ ଆସିବ ଯେ କୁମ୍ଭକର୍ଣ୍ଣ ଭଳି ଶୋଇବେ

ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଘରୋଇ ଉପଚାର ବନେଇବା ଶିଖାଇବୁ, ଯାହାର ପ୍ରୟୋଗ ଦ୍ଵାରା ବିଛଣାକୁ ଯିବାର ମାତ୍ର ୫ ମିନିଟ ମଧ୍ୟରେ ଆପଣଙ୍କୁ ନିଦ ଆସିଯିବ । ଏହି ଯେଉଁମାନଙ୍କୁ ନିଦ ଆସୁନାହିଁ ବ ଇନସୋମ୍ନିଆ ଭଳି ସମସ୍ଯା ରହିଛି ସେମାନଙ୍କ ପାଇଁ ଏହି ଉପଚାର ରାମବାଣ ଭଳି କାମ କରିଥାଏ । ଥରେ ଏହି ଉପଚାର ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କ ଅନିଦ୍ରିତତା ସମସ୍ଯା ଏକଦମ ଦୂର ହୋଇଯିବ ଓ ପ୍ରଥମ ଦିନରୁ ହିଁ ଆପଣ ଫାଇଦା ଦେଖିବାକୁ ପାଇବେ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଗୋଟିଏ ମଞ୍ଜିର ଆବଶ୍ୟକତା ହେବ ତାହା ହେଉଛି ଫୁଟି କାକୁଡି ମଞ୍ଜି (Muskmelon Seeds) । ଯଦି ଆପଣଙ୍କ ପାଖେ ଫୁଟି କାକୁଡି ମଞ୍ଜି ନାହିଁ ତେବେ ଆପଣ ଏଥିରେ ତରଭୁଜ ମଞ୍ଜିର ପ୍ରୟୋଗ କରିପାରିବେ । ଦୁଇଟି ମଞ୍ଜି ମଧ୍ୟରୁ ଥରକରେ ଆପଣ ଗୋଟିଏର ବ୍ୟବହାର କରିପାରିବେ । ଏହି ମଞ୍ଜି ଆପଣଙ୍କୁ କୌଣସି ଗ୍ରୋସରି ଦୋକାନରୁ ମିଳିଯିବ ।

ଏହାର ସେବନ ଦ୍ଵାରା ଆପଣଙ୍କ ମସ୍ତିଷ୍କରୁ ଷ୍ଟ୍ରେସ ଲେବୁଲ କମିଯାଏ ଓ ମସ୍ତିଷ୍କର ରକ୍ତ ସଂଚାଳନକୁ ଏହା ବଢେଇ ଦିଏ । ଏହା ଆପଣଙ୍କ ମସ୍ତିଷ୍କକୁ ଶାନ୍ତ ରଖିବା ସହ ନିଦ ଆଣିବା ଯେଉଁ ହରମୋନ ଦରକାର ତାହାକୁ ସକ୍ରିୟ କରିଦିଏ । ଆପଣ ଅଳ୍ପ ମସ୍କମେଲନ ମଞ୍ଜି ନେଇ ଏକ ତାୱାରେ ଫ୍ରାଏ କରନ୍ତୁ ।

ଯଦି ଆପଣ ଘିଅ ଖାଆନ୍ତି ତେବେ ଏକ ଚାମୁଚ ଘିଅରେ ମଧ୍ୟ ଏହାକୁ ଫ୍ରାଏ କରିପାରିବେ । ଲୋ ଫ୍ଲେମରେ ମାତ୍ର ୨ମିନିଟ ଏହାକୁ ଫ୍ରାଏ କରିବା ପରେ ଏହାର ରଙ୍ଗ ବଦଳିଯିବ ଏବଂ ଅଳ୍ପ ଫୁଲିଯିବ । ଫ୍ରାଏ କରିବା ପରେ ଏହାକୁ ଥଣ୍ଡା କରି ଷ୍ଟୋର କରି ରଖିପାରିବେ ।

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏଥିରୁ ଏକ ଚାମୁଚ ନେଇ ଅଳ୍ପ ଅଳ୍ପ କରି ଭଲଭାବେ ଚେବେଇ ଖାଆନ୍ତୁ । ଏମିତି ୧୦ଦିନ ଯାଏଁ ଲଗାତାର ଖାଆନ୍ତୁ । ଏଥିରୁ ଫାଇଦା ଦେଖିବାକୁ ମିଳିଲେ ଆଉ କିଛିଦିନ ଏହାକୁ ସେବନ କରନ୍ତୁ । କିନ୍ତୁ ଯେଉଁ ମାନଙ୍କର ବ୍ଲଡ଼ପ୍ରେସର ଲୋ ରହୁଛି ସେମାନେ ଏହାକୁ ଖାଆନ୍ତୁ ନାହିଁ ।

ସେମାନେ ଆଉ ଏକ ରିମେଡି ପ୍ରୟୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଚନ୍ଦନ ପାଉଡର, ଯାହା ଆମ ମସ୍ତିଷ୍କକୁ ଶାନ୍ତ ରଖିବା ସହ ଶୀତଳତା ପ୍ରଦାନ କରିଥାଏ । ଏକ ଚାମୁଚ ଚନ୍ଦନ ପାଉଡରରେ ଅଳ୍ପ ମିଶାଇ ଭଲଭାବ ଗୋଳେଇ ଦିଅନ୍ତୁ ଓ ୧୦ ମିନିଟ ଯାଏଁ ସେମିତି ରହିବାକୁ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ମଠାରେ ଏହାକୁ ଭଲଭାବେ ଲେପ ଦିଅନ୍ତୁ । ଦେଖିବେ ଆପଣଙ୍କୁ ଏଥିରୁ ତୁରନ୍ତ ଫାଇଦା ମିଳିବ । ପ୍ରଥମ ରିମେଡି ସହ ଆପଣ ଚାହିଁଲେ ଏହି ଦ୍ଵିତୀୟ ରିମେଡିର ମଧ୍ୟ ପ୍ରୟୋଗ କରିପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button