ଘରେ ସହଜରେ ରେସ୍ତୋରାଁ ଷ୍ଟାଇଲରେ ବନାନ୍ତୁ ମସରୁମ୍ ଦୋ ପ୍ୟାଜ୍

ସାମଗ୍ରୀ
ମସରୁମ୍ – ୨୫୦ ଗ୍ରାମ(ଲମ୍ବା କରି କାଟନ୍ତୁ)
ପିଆଜ – ୩-୪ (ଲମ୍ବା ପତଳା କରି କାଟନ୍ତୁ)
କଞ୍ଚା ଲଙ୍କା – ୧,୨ (ଛୋଟ କଟା ହୋଇଥିବା)
ଟମାଟୋ – ୨,୩ (ଛୋଟ କଟା ହୋଇଥିବା)
ରସୁଣ – ୪,୫ କୋଲା
ଅଦା – ୧ଟା
ହଳଦୀ ପାଉଡର – ଅଧା ଟେବୁଲ ଚାମଚ
ଲାଲ ଲଙ୍କା ପାଉଡର – ଅଧା ଚାମଚ
ଧିନଆ ପାଉଡର – ୧ ଟେବୁଲ ଚାମଚ
ଗରମ ମସଲା ପାଉଡର – ଏକ ଚତୁର୍ଥ ଚାମଚ
ଧନିଆ ପତ୍ର -୨ ଚାମଚ (କଟା ହୋଇଥିବା)
ମଲାଇ – ୨ ଚାମଚ
ଜିରା – ଅଧା ଚାମଚ
ହେଙ୍ଗୁ – ୨ ଚୁଟକି
ତେଲ – ୪,୫ ଟେବୁଲ ଚାମଚ
ଲୁଣ – ସ୍ବାଦାନୁସାରେ
ବିଦ୍ଧି
-ଏକ ପାତ୍ରରେ ତେଲ ଗରମ କରନ୍ତୁ। ଯେତେବେଳେ ଗରମ ହୋଇଯିବ ସେଥିରେ କଟା ପିଆଜ ପକାଇ ସାମାନ୍ୟ ସୁନେଲି ରଙ୍ଗ ହେବା ଯାଏଁ ଫ୍ରାଇ କରନ୍ତୁ। ଏହା ହୋଇଗଲା ପରେ ଏହାକୁ ପ୍ଲେଟରେ କାଢ଼ି ଦିଅନ୍ତୁ।
-ଏହାପରେ ପୁଣି ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ ଏବଂ ଜିରା ପକାଇ ଭାଜନ୍ତୁ। ଏହାରେ ପିଆଜ, କଞ୍ଚା ଲଙ୍କା, ଅଦା ଏବଂ ରସୁଣ ପକାଇ ପ୍ରାୟ ୨ ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ। ଏହାପରେ ଏଥିରେ ଟମାଟୋ ପକାନ୍ତୁ। ଏହାକୁ ସେତେ ପର୍ୟ୍ୟନ୍ତ ଚଲାନ୍ତୁ ଯେତେ ପର୍ୟ୍ୟନ୍ତ ମସଲା ତେଲରୁ ଛାଡିନଥାଏ।
-ମସଲାରେ ହଳଦୀ ପାଉଡର, ଲାଲ ଲଙ୍କା ପାଉଡର ପକାଇ ୧ ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ। ଏବେ ଏହି ମସଲାରେ ମସରୁମ ଏବଂ ଫ୍ରାଇଡ ପିଆଜ ଏବଂ ଗରମ ମସଲା ପକାଇ ଲଗାତର ଚଲାନ୍ତୁ। ଭଲଭାବେ ମିକ୍ସ କରିଦିଅନ୍ତୁ। ଏଥିରେ ଅଧା କପ୍ ପାଣି ପକାଇ ୫-୬ ମିନିଟ ପର୍ୟ୍ୟନ୍ତ ଧୀମା ଆଞ୍ଚରେ ରାନ୍ଧନ୍ତୁ।
-ପରେ ଏଥିରେ ମଲାଇ ପକାଇ ଭଲଭାବରେ ମିକ୍ସ କରନ୍ତୁ ଏବଂ ଗ୍ୟାସ ବନ୍ଦ କରନ୍ତୁ।
ଗରମା ଗରମ ପରିବାରେ ସର୍ଭି ବାଉଲରେ ବାହାର କରି ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।



