ରାଜ୍ୟ

ରକ୍ଷାବନ୍ଧନ ସ୍ପେଶାଲ,ଭାଇର ସ୍ନେହ ଓ ପ୍ରେମ ଚାହୁଁଥିଲେ ତାଙ୍କୁ ଖୁଆନ୍ତୁ ବ୍ରେଡ ଚମଚମ୍‌

ଆଉ ମାତ୍ର ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀର ପର୍ବ ରକ୍ଷା ବନ୍ଧନ। ଏହି ଦିନ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ମୁହଁ ମିଠା କରିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବ୍ରେଡ୍‌ ଚମଚମ୍‌। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୪ଟି ବ୍ରେଡ୍‌ ସ୍ଲାଇସ୍‌
-ଏକ ପାତ୍ର ଖୁଆ
-ଏକ ବଡ ପାତ୍ରରେ କ୍ଷୀର
-ଏକ କପ୍‌ ଚିନି
-ଅରେଞ୍ଜ ଫୁଡ୍‌ କଲର
-ପାଞ୍ଚଟି ଛଅ କାଜୁ
-ବାଦାମ କଟା ହୋଇଥିବା
-ଅଳେଇଚ ପାଉଡର
-ନଡିଆ କୋରା
-ଅଧା କପ୍‌ ପାଣି
-ତେଲ ଛାଣିବା ପାଇଁ

breadପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ଆଞ୍ଚରେ ପ୍ୟାନ୍‌ ଗରମ କରନ୍ତୁ। ସେଥିରେ ଚିନି ଏବଂ ପାଣି ମିଶାଇ ଫୁଟାଇ ସିରା ବନାନ୍ତୁ।
-ଏବେ ବ୍ରେଡର କିନାରାକୁ କାଟି ଅଲଗା ରଖିଦିଅନ୍ତୁ। ଏବେ ଏକ ପ୍ୟାନରେ ଖୁଆକୁ ଭାଜି ସେଥିରେ ଫୁଡ୍‌ କଲର ପକାଇ ଦିଅନ୍ତୁ।
-ଖୁଆକୁ ଥଣ୍ଡା କରି ସେଥିରେ ଚିନି, ଅଳେଇଚ ପାଉଡର ଏବଂ ଡ୍ରାଏ ଫ୍ରଟ୍ସ ପକାଇ ଛୋଟ ଛୋଟ ଗୋଲାକାର ଆକାର ଦେଇ ରଖନ୍ତୁ।
-ଏବେ ଅଳ୍ପ କ୍ଷୀରକୁ ପାତ୍ରରେ ବାହାର କରିଦିଅନ୍ତୁ। ବ୍ରେଡକୁ ହାତରେ ନେଇ ଏହାକୁ କ୍ଷୀରରେ ବୁଡାଇ ଦିଅନ୍ତୁ।
-ଏବେ ଏଥିରୁ ସବୁ କ୍ଷୀରକୁ ବାହାର କରି ବଲ୍ସକୁ ରୋଲ ବନାଇ ଦିଅନ୍ତୁ। ଏହାକୁ ସେମିତି ହିଁ ବନାନ୍ତୁ ଯେମିତି ବ୍ରେଡ୍‌ ରୋଲ ପାଇଁ ତିଆରି କରାଯାଏ।
-ଏବେ କଡାରେ ତେଲ ଗରମ କରି ଏହାକୁ ସୁନେଲୀ ରଙ୍ଗ ପଯ୍ୟର୍ନ୍ତ ଛାଣି ଦିଅନ୍ତୁ। ଏହାପରେ ଗରମ ସିରାରେ କିଛି ସମୟ ବୁଡାଇ ରଖନ୍ତୁ।
-ଏବେ ପ୍ରସ୍ତୁତ ହୋଇଯାଇଛି ଆବଣଙ୍କ ବ୍ରେଡ ଖୁଆ ରୋଲ। ଆପଣ ଚାହିଁଲେ ଏହାକୁ ଗରମା ଗରମ ସର୍ଭ ମଧ୍ୟ କରିପାରିବେ।
-ତେବେ ଏହି ମିଠା ବ୍ୟଞ୍ଜନ ନିହାତି ଭାବରେ ଆପଣଙ୍କ ଭାଇକୁ ପସନ୍ଦ ଆସିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button