ତ୍ବଚାର ଗୋରାପଣ ପାଇଁ ଲାଭକାରୀ ବେକିଙ୍ଗ ସୋଡା, ଜାଣନ୍ତୁ କିପରି କରିବେ ବ୍ୟବହାର

ଅଧିକାଂଶ ମହିଳାମାନେ ତ୍ବଚାର ସୁନ୍ଦରତା ବଢାଇବା ପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହାର ପ୍ରଭାବ କିଛି ସମୟ ପର୍ଯ୍ୟନ୍ତ ତ୍ବଚାରେ ଦେଖାଯାଇଥିଲେ ମଧ୍ୟ ଏହା ତ୍ବଚା ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ରୋଷେଇ ଘରେ ଏଭଳି କିଛି ଜିନିଷ ରହିଛି, ଯାହା ଦ୍ବାରା ଆପଣ ସହଜରେ ତ୍ବଚାର ରଙ୍ଗ ବଢାଇବା ସହ ଚମକ ମଧ୍ୟ ପାଇପାରିବେ। ଆଜ୍ଞା ହଁ ବେକିଙ୍ଗ ସୋଡା ବ୍ୟବହାର କରିବା ଦ୍ବାରା ତ୍ବଚାର ରଙ୍ଗ ବୃଦ୍ଧି ହୋଇଥାଏ। ତେବେ ଜାଣନ୍ତୁ ତ୍ବଚାରେ କିପରି ବ୍ୟବହାର କରିବେ ବେକିଙ୍ଗ ସୋଡା।
-ପ୍ରଥମେ ବେକିଙ୍ଗ ସୋଡାକୁ ପାଣିରେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ପେଷ୍ଟକୁ ତ୍ବଚାରେ ଲଗାଇ କିଛି ସମୟ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ପାଣି ବଦଳରେ ଆପଣ ଗୋଲାପ ଜଳ ଏବଂ ବାହାମ ତେଲ ମଧ୍ୟ ବ୍ୟବହାର କରିପାରିବେ। ସପ୍ତାହରେ ଏହାକୁ ୩ ରୁ ୪ ଥର ବ୍ୟବହାର କରିପାରିବେ।
ମହୁ ତ୍ବଚାକୁ କୋମଳ ରଖିବା ସହ ତ୍ବଚାରୁ ବ୍ୟାକ୍ଟେରିଆ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହି କାରଣରୁ ବେକିଙ୍ଗ ସୋଡାକୁ ମହୁ ସହ ମିଶାଇ ତ୍ବଚାରେ ବ୍ୟବହାର କରନ୍ତୁ। ଏହି ମିଶ୍ରଣକୁ ଲଗାଇବାର ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ । ଏହା ଦ୍ବାରା ତ୍ବଚାର ରଙ୍ଗ ବୃଦ୍ଧି ହୋଇଥାଏ।
-ଏହା ବ୍ୟତୀତ ଆପଣ ପ୍ରତ୍ୟେକ ଦିନ ଗାଧୋଇବା ପାଣିରେ ଲୁଣ ଏବଂ ବେକିଙ୍ଗ ସୋଡା ମିଶାଇ ଗାଧୋଇବା ଦ୍ବାରା ତ୍ବଚାର ଚମକ ବଢିଥାଏ।
-ଲେମ୍ବୁରେ ଭିଟାମିନ ସି ରହିଥାଏ, ଯାହା ବ୍ଲିଚ ଭଳି କାମ କରିଥାଏ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଅଧା କପ ବେକିଙ୍ଗ ସୋଡାରେ ଗୋଟିଏ ଲେମ୍ବୁ ଚିପୁଡି ତାର ରସକୁ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ବଚାରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ।
-ଟମାଟ ଏବଂ ବେକିଙ୍ଗ ସୋଡାରେ ପ୍ରସ୍ତୁତ ହୋଇଥିବା ଫେଶ ପ୍ୟାକ ତ୍ବଚା ପାଇଁ ଲାଭକାରୀ ହୋଇଥାଏ। ଟମାଟ ରସରେ ଏକ ଚାମଚ ବେକିଙ୍ଗ ସୋଡା ମିଶାଇ ଏହାକୁ ୧୫ ମିନିଟ ତ୍ବଚାରେ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏହି ପେଶ ପ୍ୟାକକୁ ଆପଣ ପ୍ରତ୍ୟେକ ଦିନ ବ୍ୟବହାର କରିପାରିବେ।
-ସେଓ ଭିନେଗାର ତ୍ବଚା ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ। ଦୁଇ ଚାମଚ ବେକିଙ୍ଗ ସୋଡା ଏବଂ ତିନି ଚାମଚ ସେଓ ସେଓ ଭିନେଗାର ମିଶାଇ ଏହି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ପ୍ରଭାବିତ ହୋଇଥିବା ଯାଗାରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଧୋଇ ସାରି ନିଶ୍ଚିନ୍ତ ମଶ୍ଚରାଇଜର ଲଗାନ୍ତୁ।




