ରାଜ୍ୟ

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି |

ତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ଐତିହ୍ୟ ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ସେନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟାରମ୍ଭ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗକୁ ନେଇ କିଛି ଦିନ ପୂର୍ବେ କେନ୍ଦ୍ର ସଂସ୍କୃତି ବିଭାଗ ଓ ବୈଦେଶିକ ମନ୍ତ୍ରଣାଳୟକୁ ଦାବି ଜଣାଇଥିଲେ।ସେପଟେ ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆପାତତଃ ସରିଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ କ୍ଷୋଭ ସରିନାହିଁ ।

ମଙ୍ଗଳବାର ମଧ୍ୟ ଅଧିକାଂଶ ବ୍ୟବସାୟୀ ବାଲିଯାତ୍ରା ପ୍ଲଟ୍‌ର ନିଲାମ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି । ତେବେ ନିଲାମ ପ୍ରକ୍ରିୟା ପ୍ରଶାସନକୁ ଆର୍ଥିକ ଲାଭ ଦେଉଥିବା ସହ ଭାରତର ବିଭିନ୍ନ ଅଞ୍ଚଳର ବ୍ୟବସାୟୀଙ୍କ ଅଂଶଗ୍ରହଣ ସମ୍ଭାବନାକୁ ମଧ୍ୟ ଵଢାଇଛି । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ କିଭଳି ଦକ୍ଷିଣ ଏସିଆ ରାଷ୍ଟ୍ର ଭାଗ ନେବେ ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଶ୍ରୀଲଙ୍କା, ଭୁଟାନ, ନେପାଳ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମିଆଁମାର ଭଳି ଦେଶକୁ ରାଜ୍ୟ ସରକାର ଆମନ୍ତ୍ରଣ କରିଛନ୍ତି। କେତେକ ଦେଶ ଏନେଇ ଆଗ୍ରହ ଦେଖାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button