ଦେଶ- ବିଦେଶ

ଅଧିକ ଟୁଥପେଷ୍ଟର ବ୍ୟବହାର କରିବା ଆପଣଙ୍କ ଦାନ୍ତ ପାଇଁ ହୋଇପାରେ କ୍ଷତିକାରକ

ବ୍ରସ୍ କରିବା ସମୟରେ ସମସ୍ତେ ଭାବନ୍ତି କି, ଯେତେ ଅଧିକା ପେଷ୍ଟ ବ୍ୟବହାର କରାଯାଇଥାଏ ଦାନ୍ତ ସେତେ ଅଧିକ ସଫା ହୋଇଥାଏ। କିନ୍ତୁ ସତରେ ଏମିତି କିଛି ହୋଇନଥାଏ ବରଂ ପେଷ୍ଟ ଅଧିକ ବ୍ୟବହାର କରିବା ଦାନ୍ତ ଉପରେ ଖରାପ ପ୍ରଭାବ ପକାଇଥାଏ । ଟୁଥପେଷ୍ଟର ବ୍ୟବହାର ମୁଖ ଏବଂ ଦାନ୍ତକୁ ସୁସ୍ଥ ରଖିଥାଏ । କିନ୍ତୁ ଏହାର ଅଧିକ ମାତ୍ରରେ ବ୍ୟବହାର କରିବା ଦାନ୍ତ ଉପରେ କ୍ଷତି ପହଁଚାଇଥାଏ ।

toothpasteସବୁ ଡେଣ୍ଟିଷ୍ଟ କହିଥାନ୍ତି କି, ବ୍ରସ୍ ଉପରେ ପେଷ୍ଟ ବ୍ୟବହାର ମଟର ଦାନା ସ୍ବରୂପ କରିବା ଉଚିତ୍ । ବହୁ ମାତ୍ରାରେ ଟୁଥପେଷ୍ଟ ବ୍ୟବହାର କରିବାର ଖରାପ ପ୍ରଭାବ ବୟସ୍କଙ୍କ ମୁତାବକ ଛୁଆମାନଙ୍କ ଉପରେ ବେଶି ପଡିଥାଏ । ଟୁଥପେଷ୍ଟରେ ଥିବା ଫ୍ଳୋରାଇଡ ଦାନ୍ତକୁ ମଜବୁତ୍ କରିଥାଏ ଏବଂ ଦାନ୍ତରେ ଲାଗିଥିବା ମଇଳାକୁ ସଫା କରିଥାଏ ।

toothସାମାନ୍ୟ ଭାବେ ଡେଣ୍ଟିଷ୍ଟ୍ ମାନେ କହିଥାନ୍ତି କି, ଟୁଥପେଷ୍ଟର ବ୍ୟବହାର ବହୁତ୍ କମ କରିବା ଦରକାର । କାରଣ ବଜାରରେ ମିଳୁଥିବା ଟୁଥପେଷ୍ଟରେ ଫ୍ଳୋରାଇଡର ମାତ୍ରା ଅଧିକ ରହିଥାଏ । ଛୋଟ ପିଲାଙ୍କ ଉପରେ ଏହାର ମାତ୍ରାଧିକ ପ୍ରୟୋଗ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଛୁଆମାନଙ୍କ ପାଇଁ ବଜାରରେ ମିଳୁଥିବା କିଛି ବିଶେଷ ପେଷ୍ଟ ଆଣି ବ୍ୟବହାର କରନ୍ତୁ ।

tpଅଧିକାଂଶ ଲୋକ ଭାବିଥାନ୍ତି କି ଟୁଥପେଷ୍ଟ ଯେତେ ଅଧିକ ଫେଣ ହୋଇଥାଏ ଦାନ୍ତ ସେତେ ଭଲ ସଫା ହୋଇଥାଏ । କିନ୍ତୁ ଏମିତି ହୋଇନଥାଏ । କାରଣ ଦାନ୍ତକୁ ସଫା କରିବାର ମୁଖ୍ୟ କାମ ଟୁଥବ୍ରସ୍ କରିଥାଏ । ଟୁଥପେଷ୍ଟର କାମ ପାଟିରେ ଥିବା ଜୀବାଣୁକୁ ଦୁର କରିବା ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button