ସ୍ୱାସ୍ଥ୍ୟ

ଭୂମିରେ ଶୋଇବାରେ ରହିଛି ଅନେକ ଫାଇଦା, ଯାହା ଆପଣଙ୍କୁ ଅନେକ ରୋଗରୁ ଦେଇଥାଏ ମୁକ୍ତି

ଶୋଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଲୋକଙ୍କୁ ଯେତିକି ଶୋଇବାକୁ କହିଲେ ମଧ୍ୟ ସେମାନଙ୍କୁ କମ୍ ଲାଗିଥାଏ। ଏମିତିରେ ଆପଣଙ୍କୁ ଜଣାଇବୁ ଯେ ତଳେ ଶୋଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଆମ ଦେଶରେ ପ୍ରାଚୀନ କାଳରୁ ହିଁ ଭୂମିରେ ଶୋଇବା ପରମ୍ପରା ରହିଆସିଛି। କିନ୍ତୁ ସମୟ ଏବଂ ଯୁଗ ବଦଳିବା ସହିତ ଲୋକଙ୍କ ରହଣୀ-ସହଣୀରେ ଆସିଥିବା ପରିବର୍ତ୍ତନ କାରଣରୁ ଶୋଇବାର ଢ଼ଙ୍ଗ ମଧ୍ୟ ବଦଳିଗଲାଣି। ଏଥିପାଇଁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ତଳେ ଶୋଇବାରେ କଣ
ଲାଭ ମିଳିଥାଏ।

-ଆଜିର ଦୁନିଆରେ ଲମ୍ବା ସମୟ ପର‌୍ୟ୍ୟନ୍ତ କମ୍ପ୍ୟୁଟରେ କାମ କରିବା କାରଣରୁ ଲୋକମାନେ ସବୁବେଳେ କମର ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟାରେ ଚିନ୍ତିତ ରହୁଛନ୍ତି। ଏମିତିରେ ଯଦି ଭୂମିରେ ଶୋଇବାର ଅଭ୍ୟାସ ରଖାଯାଏ ତେବେ କିଛି ଦିନରେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

sleep-ବହୁତ ଲୋକ ତଳକୁ ନଇଁ କାମ କରିଥାନ୍ତି ଯାହାଦ୍ବାରା ଧୀରେ ଧୀରେ ବଡି ପଶ୍ଚର ଖରାପ ହେବାକୁ ଲାଗିଥାଏ। ଯାହା ଦେଖିବାକୁ ମଧ୍ୟ ବହୁତ ଅଜବ ଲାଗିଥାଏ।

-ଏମିତିରେ ଯଦି ଆପଣ ବଡି ପଶ୍ଚରକୁ ଠିକ କରିବାକୁ ଚାହୁଁଛନ୍ତି ତେବେ ଭୁମି ଉପରେ ଶୋଇବାର ଅଭ୍ୟାସ ବନାଇ ଦିଅନ୍ତୁ।

-ଭୂମିରେ ଶୋଇବା ଦ୍ବାରା କାନ୍ଧ ଯନ୍ତ୍ରଣା ଠିକ ରହିଥାଏ। ଏହାଦ୍ବାରା ଏହା ଶରୀରକୁ ଅନେକ ପ୍ରକାର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

-ତଳେ ଶୋଇବା କାରଣରୁ ଲୋକମାନେ ଅଧିକ ଖୁସି ଏବଂ ରିଲାକ୍ସ ଅନୁଭବ କରିଥାନ୍ତି। ଯାହାଦ୍ବାରା ମାନସିକ ରୋଗ ହେବାର ଭୟ କମ୍ ରହିଥାଏ।

-ଶରୀର ସବୁଠାରୁ ଜରୁରୀ ଅଙ୍ଗ ମେରୁଦଣ୍ଡ ଯାହାର ଗଣ୍ଠି ଶରୀରର ନର୍ଭ ସିଷ୍ଟମ ଯୋଡି ହୋଇ ରହିଥାଏ। ଯେଉଁଥିରେ ପୂରା ଶରୀର ଠିକ ଭାବରେ କାମ କରିବାରେ ସକ୍ଷମ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button