ଜ୍ୟୋତିଷ

ହନୁମାନଙ୍କର ଏମିତି ଫଟୋକୁ ଘରେ ଲଗାନ୍ତୁ ନାହିଁ ଆଦୌ, ପାଖ ଛାଡି ଯାଏ ନାହିଁ ଅଶାନ୍ତି

ଆଜି ଆମେ ଆପଣଙ୍କୁ ଜଣାଇବୁ ହନୁମାନଙ୍କର ସେହି ଫଟୋ ବିଷୟରେ ଯାହାକୁ ଆପଣ ଘରେ ଲଗାଇବା ଉଚିତ ନୁହେଁ। ହନୁମାନଙ୍କୁ ସଂକଟ ମୋଚନ କୁହାଯାଏ ବୋଲି ଆମେ ଜାଣିଛନ୍ତି କିନ୍ତୁ ତାଙ୍କର ଏମିତି କିଛି ଫଟୋ ରହିଛି ଯାହାକୁ ଘରେ ରଖିଲେ କିମ୍ବା କାନ୍ଥରେ ଲଗାଇଲେ କ୍ଳେଶ ଏବଂ ଅଶାନ୍ତି ଛାଇଯାଇଥାଏ। ତେବେ ଜାଣନ୍ତୁ ତାହା କେଉଁ କେଉଁ ଫଟୋ।

ଯେଉଁ ଫଟୋରେ ହନୁମାନ ସଞ୍ଜିବନୀ ବୁଟିର ପାହାଡ ନେଇ ଆକାଶରେ ଉଡୁଥିବାର ଥାଏ ସେହି ଫଟୋକୁ ଘରେ ଲଗାଇବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ, ବଜରଙ୍ଗବଲୀଙ୍କ ମୂର୍ତ୍ତି କିମ୍ବା ଫଟୋର ପୂଜା ସବୁବେଳେ ସ୍ଥିର ଅବସ୍ଥାରେ କରିବା ଉଚିତ।

lord hanumanକୁହାଯାଏ ଯେ ହନୁମାନଙ୍କ କାନ୍ଧ ଉପରେ ବସିଥିବା ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କ ଏହି ଫଟୋକୁ ଘରେ ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଘରେ ଅଶାନ୍ତି ରହିଥାଏ।

ଘରେ ଭଗବାନ ହନୁମାନଙ୍କର ଏମିତି ମୂର୍ତ୍ତି କିମ୍ବା ଫଟୋ କେବେବି ରଖିବା ଉଚିତ ନୁହେଁ ଯେଉଁଥିରେ ସେ ନିଜର ଛାତିକୁ ଚିରିଛନ୍ତି।
ରାକ୍ଷସଙ୍କର ବିନାଶ କରିବା କିମ୍ବା ଲଙ୍କା ଦହନର ଫଟୋକୁ ଘରେ ଲଗାଇବା ଉଚିତ ନୁହେଁ। ଏମିତି ଫଟୋ ପାଇଁ ଜୀବନରେ ସୁଖ ଏବଂ ସମ୍ରୁଦ୍ଧିର ଅଭାବ ରହିଥାଏ ଏବଂ ହନୁମାନଙ୍କର କ୍ରୁପା ମିଳିନଥାଏ।

ramହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ହନୁମାନଙ୍କର ଫଟୋକୁ ଘରେ ଲଗାନ୍ତୁ ଶୁଭ ଫଳ ମିଳିବ। ଏହାଛଡା ଯେଉଁ ଫଟୋରେ ହନୁମାନ ଭଗବାନ ରାମଙ୍କର ସେବା କରୁଥିବେ ସେହି ଫଟୋକୁ ଲଗାଇବା ଦ୍ବାରା ଘରେ ଧନର ବର୍ଷା ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button