ସ୍ୱାସ୍ଥ୍ୟ

ଏହି ଘରୋଇ ଉପାୟ ଦ୍ବାରା କେବେ ହେବ ନାହିଁ ଅଂଶୁଘାତ

ଖରା ଦିନ ଆସିବା ମାତ୍ରେ ଲୋକଙ୍କର ଚିନ୍ତା ବଢ଼ିଯାଇଥାଏ। ଘର ମାନଙ୍କରେ ଫ୍ୟାନ, କୁଲର ଏସିର ବ୍ୟବହାର ବଢ଼ିଯିବା ବେଳେ ବାହାରେ ଏଥିରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ। କିନ୍ତୁ ଖରାର ପ୍ରଭାବରେ ଲୁ ଅର୍ଥାତ୍‌ ଅଂଶୁଘାତ ହେବାର ଅଧିକ ସମ୍ଭାବନା ରହିଥାଏ। କାରଣ ଖରାରେ ଟିକେ ସମୟ ବାହାରେ ବୁଲିବା ଦ୍ବାରା ଆମ ଶରୀରର ଜଳୀୟାଂଶର ମାତ୍ରା ଶେଷ କରିଦେଇଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଅଂଶଘାତରୁ ବଞ୍ଚିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ।

hot

କଣ ହୋଇଥାଏ ଅଂଶୁଘାତ

ଅଧିକ ଖରା ଏବଂ ଗରମ ପବନ ପାଇଁ ଶରୀରରେ ସୃଷ୍ଟି ହୋଇଥିବା ଶୁଷ୍କତାକୁ ଆଂଶୁଘାତ କୁହାଯାଇଥାଏ। ଯାହା ସାଧାରଣତଃ ମାର୍ଚ୍ଚ ମାସରୁ ଜୁଲାଇ ମାସ ମଧ୍ୟରେ ହୋଇଥାଏ। ଭାରତରେ ପ୍ରତିବର୍ଷ ପାଖାପାଖି ୪୦ ପ୍ରତିଶତ ମାମଲା ଆଂଶୁଘାତର ଆସିଥାଏ।

ଅଂଶୁଘାତରୁ ବଞ୍ଚିବାର ଘରୋଇ ଉପଚାର

-ଧନୀଆ ପତ୍ରକୁ ପାଣିରେ ମିଶାଇ ରଖନ୍ତୁ। ଏବେ ଏହାକୁ ବାଟି ସେଥିରେ କିଛି ମାତ୍ରର ଚିନି ମିଶାଇ ତାହାର ସେବନ କରନ୍ତୁ। ଏପରି କରିବା ଦ୍ୱାରା ଅଂଶୁଘାତର ସମସ୍ୟା କମ ହୋଇଥାଏ।

-କଞ୍ଚା ଆମ୍ବ ପାଣିର ସେବନ ଖରାଦିନେ ଖୁବ ଲାଭକାରୀ ହୋଇଥାଏ। ଏହା ଶରୀରରେ ଜଳିୟଅଂଶର ମାତ୍ରା ସଠିକ୍‌ ରଖିଥାଏ।

-ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସବୁଠାରୁ ଖାସ ଜିନିଷ ହେଉଛି ପିଆଜ। ଦୈନିକ ପିଆଜ ଖାଇବା ଦ୍ୱାରା ଶରୀରରେ ତାପମାତ୍ରା ସଠିକ୍‌ ରହିଥାଏ। ଆପଣ ଚାହିଁଲେ ଏହାର ରସ ବାହାର କରି ମଧ୍ୟ ପିଇପାରିବେ।

Mint-Lemonade

 

-ପଇଡ ପାଣି ଖରାଦିନେ ଅମ୍ରୁତ ସମାନ ରହିଥାଏ। ଏଣୁ ଖରାଦିନରେ ପଇଡ ପାଣି ପିଇବା ଦ୍ବାରା ଏକ ଔଷଧିୟ ସହ ସମାନ। ଏହାର ସେବନ ଅଂଶୁଘାତର ସମ୍ଭବାନା ଦୂର କରିଥାଏ।

-ଏହା ବ୍ୟତୀତ ଖରା ଦିନରେ ଲେମ୍ବୁ ଏବଂ ପୁଦିନାର ସେବନ ମଧ୍ୟ ଖୁବ ଲାଭକାରୀ ହୋଇଥାଏ। ଏହା ପେଟ ଜଳିବାକୁ କମ୍ କରିବା ସହ ପାଚନକ୍ରିୟା ସକ୍ରିୟ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button