ସ୍ୱାସ୍ଥ୍ୟ

ରସୁଣ ର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଲେ ବିଶ୍ବାସ କରିପାରିବେନି ଆପଣ, ଭଲ କରିପାରେ ଏହି ସବୁ ବଡ ବଡ ରୋଗ –

ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ ।

ଆସନ୍ତୁ ଜାଣିବା ରସୁଣ କିପରି ଉପକାରୀ ସାବ୍ୟସ୍ତ ହୋଇଥାଏ-
୧ – ଔଷଧ ଭଳି କାମ କରେ –

ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ । ଅର୍ଥାତ୍ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ ।

 

୨- ବ୍ୟାକ୍ଟେରିଆ ନଷ୍ଟ କରେ–

ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।

୩- ଥଣ୍ଡାଦିନରେ ଉପକାରୀ –

ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ ଖାଇବା ଏଥିରୁ ଉପଶମ ମିଳିଥାଏ ।

 

୪- ରକ୍ତ ସଂଚାଳନ ଠିକ୍‌ ହୁଏ–

ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ୍‌ ଥାଏ ।

୫- ଉଚ୍ଚ ରକ୍ତଚାପ ବେଳେ –

ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ,ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ ରହିବ ।

୬ -କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ–

ରସୁଣ କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

 

୭- ରୋଗ ପ୍ରତିରୋଧକ ଶକ୍ତି ବଢେ–

ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଫଳରେ ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ ।

୮- ମାଂସପେଶୀ ଶକ୍ତ କରେ–

ରସୁଣରେ ଭରପୂର ମାତ୍ରାରେ ପ୍ରୋଟିନ ଥାଏ ଯାହା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ।

୯- ମୁଖ ଦୁର୍ଗନ୍ଧ ଦୂର କରେ–

ରସୁଣରେ ବ୍ୟାକଟେରିଆଲ ତତ୍ୱ ମିଳିଥାଏ । ତେଣୁ ରସୁଣ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ।

୧୦- କୋଷ୍ଠକାଷ୍ଠିନ୍ୟ ଦୂର କରେ–

 

ଏଥିରେ ଫାଇବର ଥାଏ, ଯାହା କୋଷ୍ଠକାଷ୍ଠିନ୍ୟ ପରି ସମସ୍ୟାର ସମାଧାନ କରିଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button