ଦେଶ- ବିଦେଶ

ପିଲାଙ୍କ ସାମ୍ନାରେ କେବେବି କରନ୍ତୁ ନାହିଁ ଏହି ୫ କାମ, ମସ୍ତିଷ୍କ ଉପରେ ପଡିଥାଏ ଖରାପ ପ୍ରଭାବ

କୁହାଯାଏ ଯେ ପିଲାମାନେ ଯାହା କିଛି ଦେଖନ୍ତି ସେଇଟାକୁ ହିଁ ଶିଖନ୍ତି। ଏଥିପାଇଁ କୁହନ୍ତି କେବେବି ସେମାନଙ୍କ ସାମ୍ନାରେ ସେହି ସବୁ କାମ କରନାହିଁ, ଯାହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡିବ। ଯେମିତିକି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଲେ କେତେକ ଥର ପିଲା ମାନଙ୍କ ଉପରେ ରାଗ ବାହାର କରିଦିଅନ୍ତି। ଏମିତି ହେବା ଦ୍ବାରା ପିଲାଙ୍କ ମନରେ ଖରାପ ପ୍ରଭାବ ପଡିଥାଏ ବୋଲି ବହୁତ କମ୍ ଲୋକ ଜାଣନ୍ତି। ପିଲାମାନଙ୍କ ସାମ୍ନାରେ କେବେି ଘରୋଇ ହିଂସା କରନ୍ତୁ ନାହିଁ କିମ୍ବା ପିଲାଙ୍କ ଉପରେ କେବେି ହାତ ଉଠାନ୍ତୁ ନାହିଁ। ଏହାସହିତ ଆହୁରି ଅନେକ କଥା ଅଛି ଯାହାଦ୍ବାରା ପିଲାଙ୍କ ମନରେ ଖରାପ ପ୍ରଭାବ ପଡିଥାଏ।

Dysfunctional-Family-ଯଦି ପିଲା ଦୁଷ୍ଟ ହୁଅନ୍ତି ସେତେବେଳେ ବହୁତ କ୍ରୋଧ ଆସିଥାଏ। ଅଧିକାଂଶ ଲୋକ ପିଲାଙ୍କ ଉପରେ ହାତ ଉଠାନ୍ତି ଏବଂ ତାଙ୍କୁ ଧମକାଆନ୍ତି ମଧ୍ୟ। ଅବଶ୍ୟ ପିଲାମାନେ ଦୁଷ୍ଟ ନହେବା ପାଇଁ ବାପା ମା’ ମାନେ ଏହିଭଳି କରିବା ପାଇଁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଅନେକ ଥର ଅଧିକ କ୍ରୋଧିତ ହେବା ଘାତକ ମଧ୍ୟ ହୋଇପାରେ।

-ଯଦି ଆପଣ ବାରମ୍ବାର ରାଗିଥାନ୍ତି ଏବଂ ପିଲାଙ୍କ ଉପରେ ହାତ ଉଠାଇଥାନ୍ତି ତେବେ ଆପଣଙ୍କ ପିଲା ମନରେ ଆପଣଙ୍କ ପାଇଁ ର୍ଦୁଭାବନା ଆସିପାରେ। ଆପଣଙ୍କ ପିଲା ଆପଣଙ୍କୁ ଘ୍ରୁଣା ମଧ୍ୟ କରିପାରେ।

illiteracy-impact-ବାରମ୍ବାର ଗାଳି ଶୁଣିବା ଦ୍ବାରା ପିଲା ବିଦ୍ରୋହୀ ହୋଇପାରେ ଏବଂ ନିଜର ସବୁ କାମ ପାଇଁ ଜିଦ୍ଦି ଧରିବ।

-ଅନେକ ଥର ଏପରି ହୋଇଛି ବାରମ୍ବାର ଗାଳି ଶୁଣିବା ଦ୍ବାରା ପିଲାଙ୍କ ମନରେ ଭୟ ଜନ୍ମିପାରେ ଏବଂ ଏହା ତାଙ୍କ ବିକାଶ ପାଇଁ ଘାତକ ହୋଇପାରେ।

-ବାରମ୍ବାର ମାଡ ଗାଳି ଖାଇବା ଦ୍ବାରା ପିଲା ହୀନ ଭାବନା ଆଡକୁ ପ୍ରଭାବିତ ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button