ରାଜ୍ୟ

ଏହି ୪ଟି କାରଣ ପାଇଁ ଶାଶୁ-ବୋହୂଙ୍କ ମଧ୍ୟରେ ହୋଇଥାଏ ଝଗଡା

ଆଜିର ସମାଜରେ ଅଧିକାଂଶ ଘରର ସମସ୍ୟା ହେଉଛି ଶାଶୂ-ବୋହୂଙ୍କ ମଧ୍ୟରେ ହେଉଥିବା ଝଗଡା। କାରଣ ଶାଶୁ-ବୋହୂଙ୍କର ସମ୍ପର୍କ ସବୁଠୁ ସୂକ୍ଷ୍ମ ଏବଂ ସମ୍ବେଦନଶୀଳ ହୋଇଥାଏ। ଏହି ସମ୍ପର୍କରେ ସାମାନ୍ୟ ଟିକେ ବି ଭୁଲ ପୂରା ସମ୍ପର୍କକୁ ବଦଳାଇଦେଇଥାଏ। ଏଥିପାଇଁ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଶାଶୁ-ବୋହୂଙ୍କର ସେହି କେଉଁ ଅଭ୍ୟାସ ଯାହା ପାଇଁ ଦୁହିଁଙ୍କ ମଧ୍ୟରେ କଳି ଝଗଡା ହୋଇଥାଏ।

ପୁଅକୁ ନେଇ ହୋଇଥାଏ ଝଗଡା

କେତେକ ଥର ଶାଶୁ-ବୋହୂଙ୍କ ଭିତରେ ହେଉଥିବା ଝଗଡାର କାରଣ ହେଉଛି ପୁଅ। ମା’ଙ୍କୁ ଲାଗୁଥାଏ ଯେ ପୁଅ ବିବାହ କରିବା ପରେ ବଦଳି ଯାଇଛି ସେ କେବଳ ତା ସ୍ତ୍ରୀ ଏବଂ ତା ଶ୍ବଶୁର ଘର କଥା ଚିନ୍ତା କରୁଛି। ଏଥିପାଇଁ ଶାଶୁ ନିଜର ମାନସିକତା ଅନୁଯାୟୀ ବୋହୂ ଏବଂ ପୁଅକୁ ଖୁଣ୍ଟା ମାରିବା ଆରମ୍ଭ କରିଦେଇଥାନ୍ତି। ଏମିତି ପରିସ୍ଥତିରେ ବୋହୂକୁ ସ୍ବାମୀଙ୍କୁ ବୁଝେଇବା ଉଚିତ ଯେ ମା’ଙ୍କୁ ବୁଝନ୍ତୁ।

quarrelଘରର କାମ କରିବାରେ

ଆଜିକାଲିର ଦୁନିଆରେ ୮୦ ପ୍ରତିଶତ ଝିଅ ୱାର୍କିଂ ଅଟନ୍ତି ଏବଂ ବିବାହ ପରେ ମଧ୍ୟ ସେ ନିଜର ଚାକିରିକୁ ଜାରୀ ରଖୁଛନ୍ତି। ବିବାହ ଆରମ୍ଭରେ ଜୀବନରେ ଏହାର ପ୍ରଭାବ ପଡିନଥାଏ କିନ୍ତୁ ଆପଣ ଅଫିସ ଯିବା ପରେ କିମ୍ବା ଅଫିସରୁ ଆସିବା ପରେ ଶାଶୂଙ୍କୁ କାମରେ ସାହାଯ୍ୟ କରୁନାହାନ୍ତି ତେବେ ଏହାର ପ୍ରଭାବ ଉଭୟଙ୍କ ଉପରେ ପଡିଥାଏ। ଏହିଭଳି ପରିସ୍ଥିକୁ ସମୟ ପୂର୍ବରୁ ସୁଧାରିନେବା ଉତ୍ତମ ହେବ।

ସବୁବେଳେ ବାପ ଘରକୁ ଯିବା

ଶାଶୁ ନିଜ ବୋହୂକୁ ଯେତେ ଭଲ ପାଉନା କାହିଁକି ତାଙ୍କୁ ନିଜ ବୋହୂର ବାରମ୍ବାର ବାପଘରକୁ ଯିବା ପସନ୍ଦ ହୋଇନଥାଏ। ଶାଶୂ ବୋହୂକୁ ଏହିକଥା କହି ନ ପାରିଲେ ବି ମନ ଭିତରେ ରଖିଥାନ୍ତି ଯାହା ତାଙ୍କ କଥାରୁ ସ୍ପଷ୍ଟ ଜାଣି ହୋଇଥାଏ।

ଅନ୍ୟ କାହା ସହିତ ତୁଳନା କଲେ

କାର୍ଯ୍ୟରତ ମହିଳା ସବୁବେଳେ ଅଫିସରେ ନିଜ ଶ୍ବଶୂର ଘର ଏବଂ ଶାଶୁଙ୍କୁ ଅନ୍ୟ ଘର ସହିତ ତୁଳନା କରିଥାନ୍ତି। ବୋହୂ ବେଳେବେଳେ ନିଜ ରାଗ ଘର ଉପରେ ବାହାର କରିଦେଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button