ରାଜ୍ୟ

ଘରେ ସହଜରେ ଏମିତି ପ୍ରସ୍ତୁତ କରନ୍ତୁ ଦହି କବାବ. କେବେବି ଭୂଲିପାରିବେ ନାହିଁ ଏହାର ସ୍ବାଦ

ଅତିଥି ସତ୍କାରରେ କିଛି ନୂଆ କରିବାକୁ ଚାହୁଁଥିଲେ ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଦହି କବାବ୍। ଏହାକୁ ଆପଣ ଦହି ରୋଲ୍ସ ବା ଦହି ଶୋଲେ ନାମରେ ମଧ୍ୟ ଜାଣିଛନ୍ତି। ସଂଧ୍ୟା ସମୟରେ ଗୋଟିଏ ହାତରେ ଚା ଏବଂ ଅନ୍ୟ ହାତରେ ଦହି କବାବ, ତେବେ ଏହାର ସ୍ବାଦ କିଛି ଅଲଗା ହେବ। ବାହାରୁ କ୍ରିସପି ଦେଖାଯାଉଥିବା ଏହି ଭେଜ କବାବ ପାଟିରେ ଆସିବା ମାତ୍ରକେ ମିଳେଇ ଯାଇଥାଏ। ଆସନ୍ତୁ ଜାଣିବା ଦହି କବାବ ପ୍ରସ୍ତୁତ କରିବାର ସହଜ ରେସିପି।

ଆବଶ୍ୟକୀୟ ସାମଗ୍ରୀ

ଦହି

ଦୁଇ ଟେବୁଲ ସ୍ପୁନ କଳା ମରୀଚ

ଦୁଇ ଟେବୁଲ ସ୍ପୁନ ଧନିଆ

ବେସନ – ଏକ କପ୍

କଟା ପିଆଜ – ଏକ କପ୍

ଗୋଟେ ଟି ସ୍ପୁନ ଅଦା

ଦୁଇ ଟେବୁଲ ସ୍ପୁନ ଚିଲି ଫ୍ଲାକ୍ସ – ୩ଟି କଞ୍ଚା ଲଙ୍କା

ଏକ କପ୍ କଦ୍ଦୁକସ ହୋଇଥିବା ପନୀର

ଅଧା କପ୍ କର୍ଣ୍ଣ ଫ୍ଲୋର

କିସମିସ -୭,୮

କାଜୁ – ୭ରୁ ୮ଟି

ପ୍ରସ୍ତୁତ ପ୍ରଣାଳୀ

kababପ୍ରଥମେ ଏକ ପ୍ୟାନରେ ଧନିଆ ଏବଂ କଳା ମରୀଚକୁ ଭାଜନ୍ତୁ। ଏହାକୁ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏକ ପ୍ୟାନରେ ବେସନକୁ ଛାଙ୍କି ଦିଅନ୍ତୁ। ଏବେ ଦହି କବାବର ମଝିରେ ଭରିବା ପାଇଁ ମିଶ୍ରଣ ପ୍ରସ୍ତୁତ କରିବା। ଏଥିପାଇଁ ଏକ ପାତ୍ରରେ କଟା ପିଆଜ ନିଅନ୍ତୁ। ଏଥିରେ କଞ୍ଚା ଲଙ୍କା, କଟା ହୋଇଥବା ଅଦା, କାଜୁ, କିସମିସ, ଧନିଆ ପାଉଡର, ଲୁଣ , କଳାମରୀଚ ଏବଂ ପାଣି ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ।

ଦହି କବାବ ପ୍ରସ୍ତୁତ କରିବା ପାଇଁ ଗାଢ଼ ଦହି ନିଅନ୍ତୁ ଏବଂ ତାହାକୁ ଏକ ସୂତା କପଡାରେ ବାନ୍ଧି ଟାଙ୍ଗି ଦିଅନ୍ତୁ।। ଯାହାଦ୍ବାରା ତାହାର ସମସ୍ତ ପାଣି ବାହାରିଯିବ। ଏବେ ଏକ ପାତ୍ରରେ ଦହି ନେଇ ସେଥିରେ ଲୁଣ , ଧନିଆ ପାଉଡର, ଚିଲି ଫ୍ଲାକ୍ସ, କଳାମରୀଚ, କଞ୍ଚା ଲଙ୍କା, ଧନିଆ, ପନୀର, ପେଶା ହୋଇଥିବା କର୍ଣ୍ଣଫ୍ଲୋର ଏବଂ ବେସନକୁ ପକାନ୍ତୁ। ଏବେ ଏହି ସବୁକୁ ମିଶାଇ ଗୋଲା ପ୍ରସ୍ତୁତ କରିଦିଅନ୍ତୁ।

ଏବେ ଏହି ଗୋଲାକୁ ଛୋଟ ଛୋଟ କରି ରଖନ୍ତୁ। ଏହାର ମଝିରେ ଭରିବା ପାଇଁ ରଖିଥିବା ମିଶ୍ରଣକୁ ଭରି ଟିକ୍କି ଆକାରରେ ପ୍ରସ୍ତୁତ କରି ରଖନ୍ତୁ। ଏବେ ଏହାକୁ ତେଲରେ ଗୋଲ୍ଡେନ ବ୍ରାଉନ ହେବା ପର‌୍ୟ୍ୟନ୍ତ ଫ୍ରାଇ କରନ୍ତୁ। ଆପଣଙ୍କ ଦହି କବାବ ଏବେ ପ୍ରସ୍ତୁତ ହୋଇଯାଇଛି। ଏ.ବେ ଆପଣ ଏହାକୁ ପୋଦିନା ଚଟଣୀ ସହିତ ସର୍ବ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button