ରାଜ୍ୟ
ରାଜ୍ୟସ୍ତରୀୟ ପଥୋତ୍ସବ ଅନୁଷ୍ଠିତ, ମାଷ୍ଟରକ୍ୟାଣ୍ଟିନରୁ ପ୍ରଦର୍ଶନୀ ପଡିଆ ଯାଏ ହେଲା ୱାକାଥନ

ଭୁବନେଶ୍ଵର, ୨୯/୧୦ : ରାଜ୍ୟସ୍ତରୀୟ ପଥୋତ୍ସବ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ୱାକାଥନ ଆୟୋଜନ କରାଯାଇଛି। ୱାକାଥନ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ପ୍ରଦର୍ଶନୀ ପଡିଆ ଯାଏ ଯାଇଥିଲା। ନୂଆ ଭୋଟରଙ୍କୁ ସଚେତନ କରିବା ପାଇଁ ପ୍ଲା କାର୍ଡ ଜରିଆରେ ଅନେକ ବାର୍ତ୍ତା ଦିଆଯାଇଛି।
ସଚେତନ ଓ ସଂଶୋଧନ ଆଜିଠୁ ମାସେ ଯାଏ ଚାଲିବ।
ବିଶେଷକରି ୨୦୦୬ ମସିହାରେ ଜନ୍ମ କିମ୍ୱା ତା ପୂର୍ବରୁ ଜନ୍ମ ହୋଇଥିବା ସାବାଳକମାନେ ଏହି ସମୟରେ ଭୋଟର କାର୍ଡ ତିଆରି କରିବା, ନା ଓ ଆଡ୍ରେସ ପରିବର୍ତ୍ତନ କରିବା ଓ ଅନ୍ୟାନ୍ୟ ଭୋଟର କାର୍ଡ ଫଟୋ ତ୍ରୁଟି ଥିଲେ ସଂଶୋଧନ କରିବା ଭଳି ଅନେକ ସମସ୍ୟା ସମାଧାନ କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ ନିକଟସ୍ଥ ବୁଥ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।