ଜ୍ୟୋତିଷ

ରୋଗ ଏବଂ ଆର୍ଥିକ ସମସ୍ୟାରୁ ରକ୍ଷା କରିବ ଘରେ ଥିବା ଏହି ପାଞ୍ଚ ଜିନିଷ

ଘରେ ବହୁତ ପ୍ରକାରର ବାସ୍ତୁ ଦୋଷ ରହିଥାଏ ଯେଉଁ କାରଣରୁ ବ୍ୟକ୍ତି ବିଭିନ୍ନ ପ୍ରକାରର ଆର୍ଥିକ ଏବଂ ମାନସିକ ସମସ୍ୟାରେ ଚିନ୍ତିତ ହୋଇରହିଥାଏ। ବାସ୍ତୁଦୋଷରୁ ମୁକ୍ତି ଏବଂ ଜୀବନରେ ସୁଖ-ସମ୍ରୁଦ୍ଧି ପାଇବା ପାଇଁବାସ୍ତୁଶାସ୍ତ୍ରରେ ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ବାରା ଲକ୍ଷ୍ମୀଙ୍କ କ୍ରୁପା ମିଳିଥାଏ।

-ଘରୁ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ ବଂଶୀକୁ ଖୁବ ଉପଯୋଗୀ ବୋଲି କୁହାଯାଇଛି। ବାସ୍ତୁଶାସ୍ତ୍ର ଅନୁସାରେ ବଂଶୀ ରଖିବା ଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ।

-ଗଣେଷଙ୍କୁ ବିଘ୍ନନାଶକ ବୋଲି କୁହାଯାଏ। ସେ ଭକ୍ତଙ୍କର ସବୁ ସମସ୍ୟାକୁ ନିବାରଣ କରିଦିଅନ୍ତି। ଧନ ଏବଂ ଶୁଖର ବାଧାକୁ ଦୂର କରିବା ପାଇଁ ନ୍ରୁତ୍ୟ କରୁଥିବା ଗଣେଶଙ୍କ ମୂର୍ତ୍ତି ରଖିବା ବହୁତ ଶୁଭ ବୋଲି ଧରାଯାଇଥାଏ।

-ମାତା ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ଆପଣଙ୍କ ଘରେ ନିଶ୍ଚିତ ଥିବ କିନ୍ତୁ ଧନ ବୃଦ୍ଧି କରିବା ପାଇଁ ଲକ୍ଷ୍ମୀଙ୍କ ସହିତ ଘରେ କୁବେରଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିବା ଉଚିତ।

-ବାସ୍ତୁ ଅନୁସାରେ ଶଙ୍ଖରେ ବାସ୍ତୁ ଦୋଷ ଦୁର କରିବାର ଅଦ୍ଭୁତ କ୍ଷମତା ରହିଛି। ଯେଉଁଠାରେ ନିୟମିତ ଭାବରେ ଶଙ୍ଖର ଧ୍ବନି ଶୁଭାଯାଇଥାଏ ସେଠାକାର ଚତୁଃପାର୍ଶ୍ବର ପବନ ମଧ୍ୟ ଶୁଦ୍ଧ ଏବଂ ସକରାତ୍ମକ ହୋଇଯାଇଥାଏ।

-ଶାସ୍ତ୍ରରେ ଗଙ୍ଗାଜଳକୁ ବହୁତ ପବିତ୍ର ବୋଲି କୁହାଯାଏ। ଘରେ ନକାରାତ୍ମକ ଶକ୍ତିଙ୍କୁ ଦୂର କରିବା ପାଇଁ ଘରେ ଗଙ୍ଗାଜଳ ରଖିବା ନିହାତି ଜରୁରି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button