ଜ୍ୟୋତିଷ

ଚଳିତ ବର୍ଷ ନବରାତ୍ରୀରେ ରହିଛି ବିଶେଷ ଯୋଗ, ପାଳନ କରାଯିବ ୨ଦିନ ଶ୍ରୀରାମ ନବମୀ

ଚଳିତ ବର୍ଷ ଚୈତ୍ର ନବରାତ୍ରୀ ୯ ଦିନ ପର୍ଯ୍ୟନ୍ତ ପାଳନ କରାଯିବ। ଏଥିସହ ଏହି ନବରାତ୍ରୀରେ ଅନେକ ଶୁଭ ଯୋଗ ମଧ୍ୟ ରହିଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନବରାତ୍ରୀ ସମୟରେ କାର୍ଯ୍ୟସିଦ୍ଧି, ଅର୍ଥସିଦ୍ଧି ଏବଂ ପଦ ପ୍ରତିଷ୍ଠା ପାଇଁ ଦେବୀ ମନ୍ଦିରରେ ବିଶେଷ ଅନୁଷ୍ଠାନ କରାଯାଇଥାଏ।

୧୪ ଏପ୍ରିଲରେ ଶେଷ ହେବ ନବରାତ୍ରୀ

ଉଜ୍ଜେଇନର ଜ୍ୟୋତିଷ ଆଚାର୍ଯ୍ୟ ପିଟି. ଅମର ଦିବାୱାଲାଙ୍କ ଅନୁଯାୟୀ, ୬ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ଚୈତ୍ର ନବରାତ୍ରୀରେ ପାଞ୍ଚଟି ସର୍ବାର୍ଥ ସିଦ୍ଧି, ଦୁଇଟି ରବି ଯୋଗ ଏବଂ ରବି ପୁଷ୍ପ ଯୋଗ ରହିଛି। ଶ୍ରୀମଦ୍ ଦେବୀ ଭଗବତ ଗ୍ରନ୍ଥ ଅନୁସାରେ ଚଳିତ ବର୍ଷ ଏହି ପ୍ରକାର ସଂଯୋଗ ଖୁବ୍ କମ ପାଳନ କରାଯାଇଥାଏ। ଏହି କାରଣରୁ ଚୈତ୍ର ନବରାତ୍ରୀ ଦେବୀ ସାଧକ ମାନଙ୍କ ପାଇଁ ଭଲ ଦିନ ହୋଇଥାଏ। ଏହା ୧୪ ଏପ୍ରିଲରେ ସମାପ୍ତ ହେବ।

maa-durga-navratri୨ ଦିନ ପାଳନ ହେବ ଶ୍ରୀରାମ ନବମୀ

ଚଳିତ ବର୍ଷ ଶ୍ରୀରାମ ନବମୀ ୧୩ ଏପ୍ରିଲରେ ପାଳନ କରାଯିବ। ଏହି ଦିନ ସକାଳ ୧୧.୪୮ ପର୍ଯ୍ୟନ୍ତ ଅଷ୍ଟମୀ ରହିଛି ଏବଂ ଏହା ପରେ ନବମୀ ଆରମ୍ଭ ହେବ। ଏହି ମତ ଅନୁଯାୟୀ ମଧ୍ୟରାତ୍ର ନବମୀକୁ ଶ୍ରୀରାମ ନବମୀ କୁହାଯାଇଥାଏ। ଚଳିତ ବର୍ଷ ୧୪ ଏପ୍ରିଲ ସକାଳ ୯.୨୭ ରେ ନବମୀ ହେଉଥିବାରୁ ଲୋକମାନେ ଏହି ଦିନ ହିଁ ରାମ ନବମୀ ପାଳନ କରିବେ।

navratri-imagesକେଉଁ ଦିନ କଣ ଶୁଭ ଯୋଗ ରହିଛି

୭ ଏପ୍ରିଲ- ଦ୍ବିତୀୟା ସହ ସର୍ବାର୍ଥ ସିଦ୍ଧି (ଶୁଭ)

୮ ଏପ୍ରିଲ- ତୃତୀୟା ପୂଜା ସହିତ ରବି ଯୋଗ (କାର‌୍ୟ୍ୟ ସିଦ୍ଧି)

୯ ଏପ୍ରିଲ- ଚତୁର୍ଥୀ ସହ ସର୍ବାର୍ଥ ସିଦ୍ଧି (ଭୂମି ଏବଂ ଘର କିଣିପାରିବେ)

୧୦ ଏପ୍ରିଲ- ପଞ୍ଚମୀ ସହ ସର୍ବାର୍ଥ ସିଦ୍ଧି (ଲକ୍ଷ୍ମୀ ପଞ୍ଚମୀ)

୧୧ ଏପ୍ରିଲ- ଷଷ୍ଠି ସହିତ ରବି ଯୋଗ (ସନ୍ତାନ ସୁରକ୍ଷା)

୧୨ ଏପ୍ରିଲ- ସପ୍ତମୀ ପୂଜା ସହିତ ସର୍ବାର୍ଥ ସିଦ୍ଧି (ନୂଆ ସମ୍ବନ୍ଧ ବିଷୟରେ ଚର୍ଚ୍ଚା)

୧୩ ଏପ୍ରିଲ- ଅଷ୍ଟମୀ ପୂଜା ସହ କୂଳ ଦେବୀଙ୍କ ପୂଜା ( ନବମୀ)

୧୪ ଏପ୍ରିଲ- ନବମୀ ପୂଜା ସହିତ ରବି ପୁଷ୍ପ ବା ସର୍ବାର୍ଥ ସିଦ୍ଧି ପୂଜା (ବୈଷ୍ଣବ ମତ ଅନୁଯାୟୀ ସକାଳ ୯.୩୭ ପର୍ଯ୍ୟନ୍ତ ନବମୀ ରହିଛି) ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button