ଦେଶ- ବିଦେଶ

World TB Day : ଟିବି ଭଳି ମାରାତ୍ମକ ରୋଗ କଣ, ଏହାର ଲକ୍ଷଣ ସହିତ ଏଥିରୁ କେମିତି ପାଇବେ ରକ୍ଷା ଜାଣନ୍ତୁ

ଟିବି ଏକ ଘାତକ ସଂକ୍ରାମକ ରୋଗ ଆଟେ। ଯାହା ମାଇକୋବ୍ୟାକ୍ଟ୍ରିୟମ ଟ୍ୟୁବରକ୍ଲୋସିସ୍ ଜୀବାଣୁ କାରଣରୁ ହୋଇଥାଏ। ଟିବି ସାଧାରଣତଃ ଫୁସଫୁସକୁ ଆକ୍ରମଣ କରିଥାଏ। ଏହି ରୋଗ ଫୁସଫୁସ୍ ବ୍ୟତୀତ ଶରୀରର ଅନ୍ୟ ଭାଗକୁ ମଧ୍ୟ ପ୍ରଭାବିତ କରିପାରେ। ଏହା ବାୟୁ ଦ୍ବାରା ବ୍ୟାପିଥାଏ। ଟିବି ରୋଗୀ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରିଥାଏ। ଏହି ରୋଗକୁ ବିନାସକାରୀ ସ୍ବାସ୍ଥ୍ୟ, ସାମାଜିକ ଏବଂ ଆର୍ଥିକ ପ୍ରଭାବ ବିଷୟରେ ଜାଗ୍ରୁକତାକୁ ବଢ଼ାଇବା ପାଇଁ ସବୁ ବର୍ଷ ୨୪ ମାର୍ଚ୍ଚବୁ ବିଶ୍ବ ଟିବି ଦିବସ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା କିଭଳି ଭାବେ ଟିବି ରୋଗକୁ ରକ୍ଷା ପାଇହେବ।

tb_symptomsଟିବିର ଲକ୍ଷଣ

ଲଗାତର ୩ ସପ୍ତାହ ପର୍ଯ୍ୟନ୍ତ କାଶ ହେବା ଏବଂ କାଶ ସହିତ ରକ୍ତ ପଡିବା, ଛାତିରେ ଯନ୍ତ୍ରଣା ଅନୁଭୂତ ହେବା ଏବଂ ନିଶ୍ବାସ ଫୁଲିବା କାରଣରୁ କଷ୍ଟ ହେବା ଆଦି ମଧ୍ୟ ଟିବିର ଲକ୍ଷଣ ଅଟେ। ସେହିଭଳି ଓଜନ କମ୍ ହେବା ଏବଂ ଅଧିକ ଥକ୍କା ଲାଗିବା ଏହା ସହିତ ସଂଧ୍ୟାରେ ଜ୍ବର ଆସିବା ଓ ଥଣ୍ଡା ଲାଗିବା ମଧ୍ୟ ଟିବିର ଲକ୍ଷଣ ଅଟେ।

ଏମିତି ପାଇବେ ଟିବିରୁ ରକ୍ଷା

-ଟିବି ରୋଗରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ କାଶିବା ସମୟରେ ମୁହଁରେ କପଡା ରଖିବା ଉଚିତ। ଏହାସହିତ ଭିଡ ସ୍ଥାନରେ ବାହାରେ କେଉଁଠି ଛେପ ପକାଇବା ଉଚିତ ନୁହେଁ। ଏହାଛଡା ସଫା-ସୁତୁରା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

tb-ତାଜା ଫଳ,ପରିବା ଏବଂ କାର୍ବୋହାଇଡ୍ରେଟ, ପ୍ରୋଟୀନ,ଫ୍ୟାଟଯୁକ୍ତ ଆହାରର ସେବନ କରନ୍ତୁ। ଏହାଦ୍ବାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। କାରଣ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହେଲେ ଟିବି ରୋଗରୁ ରକ୍ଷା ହୋଇପାରିବ।

-ଏହି ରୋଗରୁ ରକ୍ଷା ପାଇବା ଏବଂ ଏହାକୁ ନିୟନ୍ତ୍ରଣ ପାଇଁ ମୁଖ୍ୟତଃ ଶିଶୁଙ୍କୁ ବ୍ୟାସଲେସ କ୍ୟାଲମେଟ-ଗ୍ୟୁରିୟନ ଟିକାକରଣ କରିବା ଉଚିତ। ପିଲା ମାନଙ୍କ ଠାରେ ଏହି ରୋଗ ୨୦ ପ୍ରତିଶତ ଅଧିକ ସଂକ୍ରମଣ ହେବାର ସୂଚନା ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button