ସ୍ୱାସ୍ଥ୍ୟ

ଗଣ୍ଠି ରୋଗର ରାମବାଣ ଚିକିତ୍ସା ଅମୃତଭଣ୍ଡା ଚା’ , ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

ଆପଣ ଜୀବନରେ ବହୁତ ପ୍ରକାରର ଚା’ ପିଇଥିବେ କିନ୍ତୁ କଣ କେବେ ଅମୃତଭଣ୍ଡାର ଚା’ ପିଇଛନ୍ତି କିମ୍ବା ଏହା ବିଷୟରେ ଶୁଣିଛନ୍ତି। ଅମୃତଭଣ୍ଡାର ଚା’ ସ୍ବାସ୍ଥ୍ୟର ଆରୋଗ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ଖାସକରି ଗଣ୍ଠିରୋଗ ପାଇଁ ଏହି ଚା’କୁ ପିଇବା ଉଚିତ। ଏହା ଶରୀରରେ ୟୁରିକ ଏସିଡର ମାତ୍ରାକୁ କମ୍ କରିଥାଏ ଯାହା ଦ୍ବାରା ଫୁଲା କମିବାରେ ସାହାଯ୍ୟ କରିଥାଏ। ଏହାଛଡା ଏହା ପାଚନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପ୍ଲେଟଲ୍ଟେସକୁ ବଢ଼ାଇବାରେ ଏହି ଚା’ ବହୁତ ଲାଭକାରୀ ହୋଇଥାଏ। ଶରୀରରୁ ବିଶାକ୍ତ ତତ୍ତ୍ବକୁ ବାହର କରିବାରେ ଏହା ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଅମୃତଭଣ୍ଡା ଚା’ ପ୍ରସ୍ତୁତ କରିବାର ପ୍ରଣାଳୀ।

papeyaଅମୃତଭଣ୍ଡା ଚା’ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

ପାଣି – ୫୦ ଗ୍ରାମ

ଅମୃତଭଣ୍ଡା କଟା ( ଉଭୟ ପାଚିଲା ଏବଂ କଞ୍ଚା ) – ୧୮୦ ଗ୍ରାମ

ଦୁଇଟି ଗ୍ରୀନ ଟି ବ୍ୟାଗ୍ କିମ୍ବା ୧ ଚାମଚ ଗ୍ରୀନ ଟି

ପ୍ରସ୍ତୁତି ପ୍ରଣାଳୀ

ଅମୃତଭଣ୍ଡାର ଚା’ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ପାଣି ନିଅନ୍ତୁ। ଏବେ ସେଥିରେ କଟା ହୋଇ ରଖିଥିବା ଅମୃତଭଣ୍ଡାକୁ ପକାଇ ଦିଅନ୍ତୁ। ଏବେ ଏହାକୁ ଗରମ ହେବା ପାଇଁ ଆଞ୍ଚରେ ବସାଇ ଦିଅନ୍ତୁ। ଏହା ଫୁଟିଗଲା ପରେ ୧୦ ମିନିଟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏବେ ସେହି ପାଣିକୁ ଛାଣି ଦିଅନ୍ତୁ ଏବଂ ପାଣିରେ ଗ୍ରୀନ ଟି ପକାଇ ୩ ମିନିଟ ପାଇଁ ଛାଡି ଦିଅନ୍ତୁ। ଗରମ ଥିବାବେଳେ ହିଁ ଏହି ଚା’କୁ ପିଅନ୍ତୁ।

arthidicsଗଣ୍ଠି ରୋଗରେ ଅମୃତଭଣ୍ଡା ଚା’ର ଫାଇଦା

ଯେତେବେଳେ ରକ୍ତରେ ୟୁରିକ୍ ଏସିଡର ମାତ୍ରା ବଢ଼ିଯାଏ ସେତେବେଳେ ଗଣ୍ଠିରୋଗ ହୋଇଥାଏ। ଅମୃତଭଣ୍ଡାରେ ୟୁରିକ୍ ଏସିଡର ମାତ୍ରାକୁ ନିୟନ୍ତ୍ରଣ କରିବାର ଗୁଣ ରହିଛି। ଏଥିପାଇଁ ଅମୃତଭଣ୍ଡାର ଚା’ ପିଇବା ଦ୍ବାରା ଶରୀରରେ ୟୁରିକ୍ ଏସିଡର ମାତ୍ରା କମ୍ ହୋଇଥାଏ। ଯାହା ଦ୍ବାରା ଗଣ୍ଡି ରୋଗକୁ ରକ୍ଷା ମିଳିଥାଏ। ଏହାଛଡା ଶରୀରରେ ଫୁଲିବା ଭଳି ସମସ୍ୟା ଦୂର କରିବା ପାଇଁ ମଧ୍ୟ ଏହାର ସେବନ କରାଯାଇପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button