ଦେଶ- ବିଦେଶ

ଯଦି ଘରେ ବଢି ଯାଇଛି ମୂଷାର ଆତଙ୍କ ତେବେ କରନ୍ତୁ ଏହି ଉପାୟ,ଘର ଛାଡ଼ି ଚାଲିଯିବେ ମୂଷା

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ମଶା ହେଉ ବା ମୂଷା ଏମାନେ ଏକ ଏପରି ଜୀବ ଅଟନ୍ତି ଯେଉଁ ମାନେ ଘରେ ଥିଲେ ମଣିଷ ର ବଞ୍ଚିବା କଷ୍ଟକର କରି ଦେଇଥାନ୍ତି । ତେଣୁ ମଣିଷ ମାନେ ଆତଙ୍କିତ ହୋଇ ଏମାନଙ୍କୁ ଘରୁ କାଢିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । ମୂଷା ଏକ ଏପରି ଜୀବ ଯାହା ଯଦି କୌଣସି ମଣିଷ କୁ କାମୁଡି ଦିଏ, ତେବେ ସେ ମଣିଷ ପେଲ୍ଗ ନାମର ଭୟଙ୍କର ରୋଗ ରେ ପୀଡିତ ହୋଇଯିବ ।

ଏହା ବ୍ଯତୀତ ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଏପରି କୁହାଯାଇଛି, ଯେଉଁ ଘରେ ମୂଷା ଥାଏ, ସେହି ଘରେ ଅନେକ ନକରତ୍ମକତା ମଧ୍ୟ ଭରି ହୋଇ ରହିଥାଏ । ଏହାର ଏକ କାରଣ ହେଉଛି ମୂଷା ଘରକୁ ଅପରିଷ୍କାର ମଧ୍ୟ କରି ଦେଇଥାଏ ।

ଘରର ସମସ୍ତ ଦରକାରୀ କାଗଜ ପତ୍ର ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁ କିଛି କାଟି ଧ୍ଵଂସ କରି ଦେଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପାୟ ବିଷୟରେ ନେଇ ଆସିଛୁ, ଯାହାକୁ କରିବା ଦ୍ଵାରା ଆପଣ ନିଜ ଘରେ ଥିବା ମୂଷା ମାନଙ୍କ ଦାଉ ରୁ ରକ୍ଷା ପାଇ ପାରିବେ ।

ଏହା ପାଇଁ ଆପଣ ଙ୍କୁ ମାତ୍ର ତିନୋଟି ସାମଗ୍ରୀ ର ହିଁ ଆବଶ୍ୟକ ପଡିବ ତାହା ହେଲା ଏକ ଲାଲ ରଙ୍ଗର ବିଲାତି । ଓ କିଛି ଲାଲ ରାଗ ଲଙ୍କା ଗୁଣ୍ଡା ଓ ଓ କିଛି ଚିନୀ ଦାନା ବା ଚିନୀ ଗୁଣ୍ଡ । ବନ୍ଧୁଗଣ ଏଠାରେ କହି ରଖୁଚୁ ବିଲାତି ଓ ଚିନୀ ମୂଷା ମାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ।

ପ୍ରଥମେ ଆପଣ ଏକ ବିଲାତି କୁ ବାହାରୁ ଚିପି ଚିପି ଭଲ ଭାବରେ ନରମ କରି ନିଅନ୍ତୁ । ଏହା ପରେ ତାକୁ ଭଲ ଭାବରେ ମଝିରୁ ଦୁଇ ଫାଳ କରି ଦିଅନ୍ତୁ । ଏହା ପରେ ଆପଣ ଏକ ଚାମଚ ର ସହାୟତା ରେ ସେହି ବିଲାତି ମଧ୍ୟରେ ନାଲି ଲଙ୍କା ଗୁଣ୍ଡ କୁ ଭଲ ଭାବରେ ଭରି ଦିଅନ୍ତୁ । ଏହା ପରେ ଆପଣ ତାହା ଉପରେ ଚିନୀର ଏକ ପରସ୍ତ ଲଗାଇ ଦିଅନ୍ତୁ ।

ବର୍ତ୍ତମାନ ଆପଣ ଏହି ଲଙ୍କା ଗୁଣ୍ଡ ଓ ଚିନୀ ଦ୍ଵାରା ଅଛାଦିତ ହୋଇଥିବା ବିଲାତି କୁ ନେଇ ମୂଷା ର ଗାତ ପାଖରେ ବା ଯେଉଁ ଯେଉଁ ସ୍ଥାନ ଦେଇ ମୂଷା ମାନେ ଘରେ ଯାତାୟତ କରନ୍ତି ସେହି ଠାରେ ରଖି ଆସନ୍ତୁ । ଏହା ପରେ ଆପଣ ଘର ର ବାଥରୁମ ତଥା ସମସ୍ତ ପାଣି ଜାଗା ମାନଙ୍କୁ ଘୋଡାଇ ବନ୍ଦ କରି ଦିଅନ୍ତୁ । ବନ୍ଧୁଗଣ ସେହି ବିଲାତି ରେ ଥିବା ଲଙ୍କା ଗୁଣ୍ଡ କୁ ଖାଇ ମୂଷା ର ଶୋଷ ବଢିବାକୁ ଲାଗିବ । ଓ ତାକୁ ଶ୍ଵାସ ନେବାରେ ମଧ୍ୟ ଅସୁବିଧା ହେବ ।

ଏହି କାରଣ ରୁ ଯେତେବେଳେ ସେ ପାଣି ପିଇବାକୁ ଖୋଜି ବୁଲିବ । ସେ ସମୟରେ ଘରେ ପାଣି ନ ପାଇ ସେ ଘରୁ ବାହାରକୁ ପଳାଇବ । ଏହା ପରେ ସେ ପୁନର୍ବାର ଘରକୁ ମଧ୍ୟ ଆସିବ ନାହିଁ । ବନ୍ଧୁଗଣ ଏହା ଏକ ବହୁ ପୁରୁଣା ଉପାୟ ଅଟେ । ବହୁ କାଳ ରୁ ଅନେକ ଲୋକ ଏହି ଉପାୟ ଟିକୁ କରି ଆସୁଛନ୍ତି । ତେବେ ଆପଣ ମାନଙ୍କୁ ଆମର ଏହି ଉପାୟ ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button