ଜ୍ୟୋତିଷ

ଯଦି ଚାହୁଁଛନ୍ତି ଭବିଷ୍ୟତରେ କୌଣସି ଅସୁବିଧା ନହେଉ, ତେବେ ନୂଆ ଗାଡିର ଏପରି କରନ୍ତୁ ପୂଜା

ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣିତ ରହିଛି କି, ନୂଆ ବାହନ କିଣିବା ପରେ ତାହାକୁ ଚଲାଇବା ପୂର୍ବରୁ ଅବଶ୍ୟ ତାହାର ପୂଜା କରିବା ଉଚିତ୍। ଏହା ଦ୍ବାରା ଭବିଷ୍ୟତରେ ବାହନ ଜନିତ ଅସୁବିଧା କମ ହୋଇଥିବା ବେଳେ ଦୁର୍ଘଟଣାର ସମ୍ଭାବନା ମଧ୍ୟ କମ ହୋଇଥାଏ। ଏଣୁ ଗାଡି ପୂଜା ସମୟରେ ଉଚିତ୍ ବିଧି ଅନୁସରଣ କରିବା ଦରକାର। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

car pooja

ନୂଆ ବାହନ କିଣିବା ପରେ ସର୍ବପ୍ରଥମେ ଏଥିରେ ଆମ୍ବ ପତ୍ର ଜରିଆରେ ଗଙ୍ଗାପାଣି ପକାଇବା ଦରକାର। ଜ୍ଯୋତିଷଶାସ୍ତ୍ର ଅନୁଯାୟୀ, ଶୁଭ କାମର ଆରମ୍ଭରେ ସ୍ବସ୍ତିକ ଚିହ୍ନକୁ ଶ୍ରେଷ୍ଠ କୁହାଯାଇଥାଏ। ଏଣୁ ବାହନରେ ସ୍ବସ୍ତିକ ଚିହ୍ନ କରନ୍ତୁ ଏହା ଦ୍ବାରା ଗାଡିର ଚର୍ତୁପାର୍ଶ୍ବରେ ସକାରତ୍ମକ ଉର୍ଜା ଜାତ ହେବ। ଏହାଛଡ଼ା ଆପଣ ଗାଡିରେ ପବିତ୍ର ନାଲି ସୂତ୍ର ମଧ୍ୟ ବାନ୍ଧି ପାରିବେ। ଯାହା ଗାଡିର ରକ୍ଷାସୂତ୍ର ଭାବେ କାମ କରିବ।

car puja

ସିନ୍ଦୁରରେ ଗାଡିରେ ସ୍ବସ୍ତିକ ଚିହ୍ନ ପ୍ରସ୍ତୁତ କରିବା ପରେ ଆପଣ ଗାଡିରେ ମାଳ ଚଢ଼ାଇ ପୂଜା କରନ୍ତୁ। ଏହାପରେ ବାହନର କର୍ପୁର ଆଳତୀ କରନ୍ତୁ। ଏହାପରେ ପ୍ରସାଦ ରୁପେ ମିଠା ଚଢ଼ାଇବା ସହ ତାଙ୍କୁ ପରେ ଗାଇକୁ ଖାଇବାକୁ ଦେଇଦିଅନ୍ତୁ।

ପୂଜାର ଅନ୍ତରେ ନଡିଆକୁ ଗାଡିର ଚର୍ତୁପାର୍ଶ୍ବରେ ବୁଲାଇ ସାମ୍ନାରେ ଫଠାନ୍ତୁ। ଏହାପରେ ଗାଡିକୁ ଚଲାଇବା ଆରମ୍ଭ କରନ୍ତୁ। ବାହନ ପୂଜାକୁ ଛାଡି ଗାଡି କିଣିବା ସମୟରେ ଶୁଭ ବାର ଏବଂ ସମୟ ଦେଖି ଏହାକୁ କିଣନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button