ଟମାଟ ଓ ବେସନ ପେଷ୍ଟରେ ଦୂର ହୋଇଥାଏ ତ୍ବଚାର ଏହି ସମସ୍ୟା

ପ୍ରାୟତଃ ଲୋକଙ୍କ ତ୍ବଚାରେ ବ୍ରଣ ଏବଂ କଳା ଦାଗ ହେବାର ସମସ୍ୟା ଦେଖାଯାଇଥାଏ। ତ୍ବଚାରେ ମୃତ କୋଷ ଅଧିକ ମାତ୍ରାରେ ଏକାଠି ହେବାଦ୍ବାରା କଳାଦାଗ ହୋଇଯାଇଥାଏ। କଳା ଦାଗ ହେବା କାରଣରୁ ତ୍ବଚାର ସୌନ୍ଦର୍ଯ୍ୟତା କମ ହୋଇଯାଇଥାଏ। ଆପଣ ଜାଣିଛନ୍ତି, କିଛି ଘରୋଇ ଉପଚାର ସାହାଯ୍ୟରେ ଏହି କଳା ଦାଗ ଦୂର କରାଯାଇପାରିବ।
ଘରୋଇ ଉପଚାରରେ ବେସନ ଏକ ଭଲ ବିକଳ୍ପ ହୋଇଥାଏ। ବେସନରେ ଭିଟାମିନ-ଏ, ବି ଏବଂ ମିନେରାଲ୍ସ ରହିଥାଏ, ଯାହା କଳା ଦାଗ ଦୂର କରିବା ସହିତ ତ୍ବଚାରେ ସୌନ୍ଦର୍ଯ୍ୟ ଆଣିବାରେ ସାହାଯ୍ୟ କରିଥାଏ। ବେସନରେ କୋଲୋଜନର ଉତ୍ପାଦନ ହୋଇଥାଏ, ଯାହା ଦ୍ବାରା ତ୍ବଚା ଜନିତ ସମସ୍ୟା କମ କରିଥାଏ।
ଜାଣନ୍ତୁ କିପରି ବେସନର ବ୍ୟବହାରରେ ତ୍ବଚାର କଳା ଦାଗ ଦୂର ହୋଇଥାଏ
ଟମାଟ ରସ ଏବଂ ବେସନ
ଟମାଟରେ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ, ଯାହା ତ୍ବଚାର ରଙ୍ଗ ବଢାଇବାରେ ସାହାଯ୍ୟ କରିଥାଏ। ଟମାଟ ରସ ସହିତ ବେସନ ମିଶାଇ ତ୍ବଚାରେ ଲଗାଇବା ଦ୍ବାରା କଳା ଦାଗ କମ ହେବା ସହ ସୁନ୍ଦରତା ବଢ଼ିଥାଏ।
ପ୍ରସ୍ତୁତ କରିବାର ପ୍ରଣାଳୀ
. ୩ ଚାମଚ ବେସନ
. ୩ ଚାମଚ ଟମାଟ ରସ
. ୧/୪ ଚାମଚ ଡାଲଚିନି ପାଉଡ଼ର
ଏକ ପାତ୍ରରେ ବେସନ, ଟମାଟ ରସ ଏବଂ ଡାଲଚିନି ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୨୦-୨୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଭଲ ଭାବେ ପାଣିରେ ଧୋଇ ମଶ୍ଚରାଇଜର ଲଗାନ୍ତୁ। କିଛି ଦିନ ଏହାର ବ୍ୟବହାର କରିବା ପରେ ଏହାର ପ୍ରଭାବ ଆପଣ ତ୍ବଚାରେ ଦେଖିବାକୁ ପାଇବେ।
ବେସନ, ଦହି ଏବଂ କ୍ଷୀର
– ତ୍ବଚା ଶୁଷ୍କ ହୋଇଥିଲେ ବେସନ, ଦହି ଏବଂ କ୍ଷୀରରେ ଏକ ପେଷ୍ଟ ପ୍ରସ୍ତୁତ କରି ତ୍ବଚାରେ ବ୍ୟବହାର କରନ୍ତୁ। କ୍ଷୀର ଏବଂ ବେସନରେ ଭିଟାମିନ ଏବଂ ମିନେରାଲ୍ସ ରହିଥାଏ, ଯାହା ତ୍ବଚାର କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ।
ପ୍ରସ୍ତୁତ ପ୍ରଣାଳୀ
. ୨ ଚାମଚ ବେସନ
. ୨ ଚାମଚ କ୍ଷୀର
. ୧ ଚାମଚ ଦହି ଏବଂ ଅଳ୍ବ ହଳଦୀ ଗୁଣ୍ଡ
ଏହାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ବଚାରେ ଲଗାଇ ୨୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ତ୍ବଚାକୁ ପୋଛି ମଶ୍ଚରାଇଜର ଲଗାନ୍ତୁ।




