ଦେଶ- ବିଦେଶ

ବାରମତିରେ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ ଦେବେ ଅଜିତ ପାୱାର – Kalinga News

[ad_1]

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବାରମତି ଆସନ ପାଇଁ ପାୱାର ପରିବାରରେ ବିବାଦ ବଢ଼ିପାରେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଗାମୀ ଲୋକସଭା ନିର୍ବାଚନରେ ବାରମତି ଆସନରେ ତାଙ୍କ ଭଉଣୀ ତଥା ବରିଷ୍ଠ ଏନସିପି ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ ଦେବେ ବୋଲି ସଙ୍କେତ ଦେଇଛନ୍ତି। ଦୀର୍ଘ ୫ ବଶନ୍ଧି ଧରି ବାରମତି ଆସନରେ ପାୱାର ପରିବାର ଏବଂ ସୁପ୍ରିୟା ସୁଲେଙ୍କର ଦବଦବା ରହିଛି। ୨୦୦୯ରୁ ଲଗାତାର ୩ ଥର ପାଇଁ ସୁଲେ ଏହି ନିର୍ବାଚନମଣ୍ଡଳିକୁ ପ୍ରତିନିଧିତ୍ବ କରୁଛନ୍ତି। ଏହା ପୂର୍ବରୁ ଶରଦ ପାୱାର ବାରମତି ଆସନରେ ୧୯୬୭, ୧୯୭୨, ୧୯୭୮, ୧୯୮୦, ୧୯୮୫ ଏବଂ ୧୯୯୦ରେ ନିର୍ବାଚନ ଜିତିଥିଲେ। ୧୯୮୪, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ରେ ପାୱାର ଏହି ନିର୍ବାଚନ ମଣ୍ଡଳୀରେ ଲୋକସଭା ନିର୍ବାଚନ ଜିତିଥିଲେ। ତେବେ ୨୦୨୪ରେ ସ୍ତିତି ଅଲଗା ରହିଛି। ଏନସିପି ଦୁଇ ଫାଳ ହୋଇଥିବାରୁ ବାରମତି ଆସନକୁ ନେଇ ପାୱାର ପରିବାରରେ ବଡ଼ ବିଭେଦ ସୃଷ୍ଟି ହୋଇପାରେ। ଅଜିତ ପାୱାର କହିଛନ୍ତି, ଯଦି ତାଙ୍କ ପ୍ରାର୍ଥୀ ଆଗାମୀ ଲୋକସଭା ନିର୍ବାଚନରେ ସୁଲେଙ୍କ ବିରୋଧରେ ନିର୍ବାଚନ ଜିତିବେ ତେବେ ସେ ଏହାପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି।

.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button