ସ୍ୱାସ୍ଥ୍ୟ

ମୋଟାପଣ ସହ ବିଭିନ୍ନ ରୋଗ ଦୂର କରେ ପାନ ପତ୍ର, ଏପରି କରନ୍ତୁ ବ୍ଯବହାର

ଭାରତୀୟ ମାନଙ୍କ ଖାଦ୍ୟରେ ଏକ ଖାସ ସ୍ଥାନ ପାନର ରହିଛି। ଦେଖିବାକୁ ଗଲେ ପାନ ଖାଇବା ସମସ୍ତଙ୍କୁ ପସନ୍ଦ। ତେବେ ପାନ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହଁ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ। ଏହା ଛଡ଼ା ହିନ୍ଦୁ ଧର୍ମରେ ପୂଜା-ପାଠ ଏବଂ କେତେକ ଶୁଭ କାର୍ଯ୍ୟରେ ମଧ୍ୟ ପାନପତ୍ରକୁ ବ୍ୟବହାର କରାଯାଇଥାଏ। ପୌରାଣିକ ଶାସ୍ତ୍ରରେ ପାନ ପତ୍ର ଶୁଭ ହୋଇଥାଏ। ଏହା ବ୍ୟତୀତ ପାନ ପତ୍ର କେତେକ ରୋଗ ଭଲ କରିବାରେ ମଧ୍ଯ ସାହାଯ୍ୟ କରିଥାଏ।

ଜାଣନ୍ତୁ ପାନ ପତ୍ରରେ କେଉଁ ସବୁ ରୋଗ ଦୂର ହୋଇଥାଏ:

betel leaf

-ପାନର ଏକ ପତ୍ରରେ ୧୦ ଗ୍ରାମ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କରିବା ଦ୍ବାରା ମୋଟାପଣ ଦୂର ହୋଇଥାଏ। ଏପରି ୨ ମାସ କରିବା ପରେ ଆପଣ ଏହାର ପ୍ରଭାବ ଜାଣିପାରିବେ।

-ପ୍ରତ୍ୟେକ ଦିନ ୫-୧୦ ମିଲି ପାନର ରସ ସେବନ କରିବା ଦ୍ବାରା ଥଣ୍ଡା ଭଲ ହୋଇଥାଏ।

pana

-ଗଳାରେ ସଂକ୍ରମଣ ହୋଇଥିଲେ ୫-୧୦ ମିଲି ପାନର ରସକୁ ହାଲୁକା ଉଷୁମ ପାଣିରେ ମିଶାଇ କୁଳି କରନ୍ତୁ।

-ଫାଇଲେରିଆ ରୋଗ ହେବା ସମୟରେ ୭ଟି ପାନ ପତ୍ର ସହିତ ଲୁଣ ମିଶାଇ ପାଣିରେ ସେବନ କରନ୍ତୁ। ଏହିପରି ପାନ ପତ୍ର ବ୍ୟବହାର କରିବା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button