ରାଜ୍ୟ

ପ୍ରାକୃତିକ ଉପାୟରେ ଏପରି ଛଡ଼ାନ୍ତୁ ହୋଲିର ରଙ୍ଗ, ତ୍ବଚାକୁ ହେବ ନାହିଁ କ୍ଷତି

ରଙ୍ଗର ପର୍ବ ହୋଲିକୁ ଆଉ ମାତ୍ର ଗୋଟିଏ ଦିନ। ଏନେଇ ବିଭିନ୍ନ ସ୍ଥାନରେ ଯୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଫଗୁ ବା ରଙ୍ଗ ପାଣିରେ ମିଶିଯିବା ମାତ୍ରେ ତାହା ତ୍ବଚାରେ ଲାଗି ରହିଯାଇଥାଏ ଏବଂ ପରେ ତାହାକୁ ଛଡ଼ାଇବା ପାଇଁ ଖୁବ ହଇରାଣ ହେବାକୁ ପଡିଥାଏ। ଏନେଇ ଆଜି ଆପଣଙ୍କୁ କିଛି ସହଜ ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଦ୍ବାରା ଆପଣ ହୋଲିର ରଙ୍ଗକୁ ତ୍ବଚାରୁ ସହଜରେ ବାହାର କରିପାରିବେ।

ହଳଦୀ-ଦହିର ସ୍କର୍ବ

ଏହି ସ୍କର୍ବ ସନ ଟ୍ୟାନ୍ ଏବଂ ତ୍ବଚାକୁ ସଫା କରିବାରେ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧା ଚାମଚ ହଳଦୀ ସହ ଏକ ଚାମଚ ଦହିକୁ ମିଶାନ୍ତୁ। ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ତ୍ବଚାରେ ଲଗାନ୍ତୁ। ଏହା ରଙ୍ଗ ଛଡ଼ାଇବା ସହ ତ୍ବଚାକୁ ନରମ କରିଥାଏ।

turmeric-and-honey

ହଳଦୀ –ମହୁ ପେଷ୍ଟ

ଏହି ପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ମହୁ ଏବଂ ହଳଦୀ ସହ ହାଳୁକା ଗୋଲପ ଜଳ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ। ଦେଖିବେ ରଙ୍ଗର ଦାଗ ଦୂର ହୋଇଯିବ।

ହଳଦୀ ଏବଂ କାକୁଡି ରସ ପେଷ୍ଟ

ହଳଦୀ ଏବଂ କାକୁଡି ରସକୁ ମିଶାଇ ତ୍ବଚାରେ ଲଗାନ୍ତୁ। ଏଥିପାଇଁ ଏକ ଚାମଚ ହଳଦୀରେ କାକୁଡି ରସ ମିଶିଥାଏ। ଏହାକୁ ତ୍ବଚାରେ ୧୫ ମିନିଟ ପର‌୍ୟ୍ୟନ୍ତ ରଖି ତାହାକୁ ଧୋଇଦିଅନ୍ତୁ। ଦେଖିବେ ବହୁ ମାତ୍ରାରେ ଦାଗ କମ ହୋଇଯିବ।

coconut-oil

ନଡିଆ ତେଲ

ହୋଲିର ଜିଦି ରଙ୍ଗକୁ ତ୍ବଚାରୁ ଛଡ଼ାଇବାର ସହଜ ଉପାୟ ହେଉଛି ନଡିଆ ତେଲ। ହାଲୁକା ନଡିଆ ତେଲ ଲଗାଇ ପୋଛିବା ଦ୍ବାରା ହୋଲି ରଙ୍ଗର ଦାଗ ବାହାରି ଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button